ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ୧୦୦ଟି ସୌର ଚାଳିତ ଷ୍ଟ୍ରୀଟ ଅଲୋକ ସ୍ଥାପନ
ଭୁବନେଶ୍ୱର, : ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ଜାମଖାନି, ଗିରିସମା, ମୁଣ୍ଡେରଖେଟ, ଝରପଲମ ଓ ହେମଗିରି ପରି ଦୂରାନ୍ତ ଗ୍ରାମ ତଥା ଆଖପାଖ ଅଂଚଳରେ ୬ କିଲୋମିଟର ବ୍ୟାପୀ ୧୦୦ଟି ସୌର ଆଲୋକକୁ ରାସ୍ତାରେ ସ୍ଥାପନ କରିଛି । ଏହି ପଦକ୍ଷେପ ଗୋଷ୍ଠୀର ସଶକ୍ତିକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଦର୍ଶାଏ ଓ ଏହି ଅଂଚଳ ଲାଗି ନିର୍ଭରଯୋଗ୍ୟ ଓ ପରିବେଶ ଅନୁକୂଳ ସମାଧାନ ପ୍ରଦାନ କରୁଛି ।
ଗ୍ରାମ ଗୁଡ଼ିକ ମଧ୍ୟରେ ଏହି ସୌର ଚାଳିତ ଷ୍ଟ୍ରୀଟ ଆଲୋକ ବ୍ୟବସ୍ଥାକୁ ସ୍ଥାନୀୟ ଜନସାଧାରଣଙ୍କ ସହ ପରାମର୍ଶ କରି ଲଗାଯାଇଥିଲା । ସେମାନେ ମିଳିତ ଭାବରେ ବିଦ୍ୟାଳୟ, ପାନୀୟ ଜଳ ପଏଂଟ, କୂଅ, ଛକ ସ୍ଥାନ ଓ ଗୋଷ୍ଠୀକେନ୍ଦ୍ର ପରି ସ୍ଥାନ ଚିହ୍ନଟ କରିଥିଲେ । ଏହି ସହଯୋଗ ଚିହ୍ନଟ କଲାଯେ ଆଲୋକର ସ୍ଥାପନା ଗୋଷ୍ଠୀର ଆବଶ୍ୟକତା ପୂରଣ ହେବା ସହିତ ସେମାନଙ୍କ ଜୀବନରେ ପରିବର୍ତନ ଆଣିବ ।
ବେଦାନ୍ତର ମାଇନସ ଟିମ ଏହାର ସ୍ଥାୟୀ ସାମାଜିକ ପ୍ରଭାବ ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀକୁ ସହାୟତା କରି ଏକ ସବୁଜ ତଥା ଅଧିକ ସ୍ଥାୟୀ ଭବିଷ୍ୟତ ଆଡ଼କୁ ଆଲୋକିତ କରିବାରେ ଲାଗିଛି ଓ ଜାତିସଂଘ ସହ ସମାନ୍ତର ଭାବରେ ୨୦୩୦ ସୁଦ୍ଧା ସୁଲଭ , ନିର୍ଭରଯୋଗ୍ୟ ଓ ସ୍ଥାୟୀ ତଥା ଆଧୁନିକ ଶକ୍ତି ନିଶ୍ଚିତ କରିବା ଲକ୍ଷ୍ୟ ରଖିଛି ।
ଶ୍ରୀ ଭି. ଶ୍ରୀକାନ୍ତ, ସିଇଓ (ମାଇନସ), ବେଦାନ୍ତ ଆଲୁମିନିୟମ, ସ୍ଥାୟୀ ସାମାଜିକ ପ୍ରଭାବଶାଳୀ ପଦକ୍ଷେପ ପାଇଁ କମ୍ପାନିର ପ୍ରତିବଦ୍ଧତା ଉପରେ ଗୁରୁତ୍ୱ ଦେଇ କହିଛନ୍ତି- ବେଦାନ୍ତ ଆଲୁମିନିୟମରେ ଆମେ ସେବା କରୁଥିବା ଅଂଚଳରେ ଲୋକମାନଙ୍କ ଆବଶ୍ୟକତା ଉପରେ ବିଶେଷ ଧ୍ୟାନ ଦେଇ ଆସୁଛୁ । ସେମାନଙ୍କ କଲ୍ୟାଣ ପାଇଁ ଆମେ ବହୁବିଧ ପଦକ୍ଷେପ ନେଉଛୁ । ଆମର ସୌର ଆଲୋକୀକରଣ ପଦକ୍ଷେପ ହେଉଛି ପରିବେଶ ପରିଚାଳନା ଓ ଗୋଷ୍ଠୀର କଲ୍ୟାଣକୁ ଅଗ୍ରାଧିକାର ଦେବା । ଏହି ପଦକ୍ଷେପ ଏକ ପରିବେଶ ଉପଯୋଗୀ ପଦକ୍ଷେପ ହୋଇଥିବାରୁ ଏହାର ସ୍ଥାୟିତ୍ୱ ଓ ପରିବେଶ ସଚେତନତା ଉପରେ ଏକ ମହତ ଯୋଗଦାନ ଅଟେ ।
ଗ୍ରାମ କମିଟିର ସଦସ୍ୟ ତୁଳରାମ କାୱାର ବେଦାନ୍ତର ଗୋଷ୍ଠୀ ପ୍ରତି ନିରନ୍ତର କଲ୍ୟାଣ କାରୀ ଆଲୋକୀକରଣ ପଦକ୍ଷେପ ପ୍ରତି କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି ଏହା ଦ୍ୱାରା ଗ୍ରାମର ଲୋକମାନେ ବହୁ ଭାବରେ ଉପକୃତ ହେବେ ।
ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ଗ୍ରାମ୍ୟ ଭିତିଭୂମି, କ୍ରୀଡ଼ା ଓ ସଂସ୍କୃତିର ପ୍ରସାର ମାଧ୍ୟମରେ ଗୋଷ୍ଠୀ ବିକାଶ ପାଇଁ କାର୍ଯ୍ୟ କରୁଛି । ଏହାର ଉଲ୍ଲେଖନୀୟ କାର୍ଯ୍ୟକ୍ରମ ହେଉଛି ଆଧୁନିକୀ ଅଙ୍ଗନବାଡ଼ିର ନୂଆ ରୂପ ନନ୍ଦଘର ଏହା ଗର୍ଭବତୀ ମହିଳା, ଶିଶୁ କଲ୍ୟାଣ ଦିଗରେ କାର୍ଯ୍ୟ କରୁଛି । ଗ୍ରାମାଂଚଳରେ ଗୁଣମାନର ସ୍ୱାସ୍ଥ୍ୟସେବା ଯୋଗାଇ ଜୀବନରେ ଏକ ସକାରାତ୍ମକ ପରିବର୍ତନ ଆଣିବାରେ ସହାୟତା କରୁଛି । ସ୍ଥାନୀୟ କତୃପକ୍ଷ, କଲ୍ୟଣକାରୀ ସଂଗଠନ ଓ ଗୋଷ୍ଠୀ ସଦସ୍ୟଙ୍କ ସହ ମିଳିତ ହୋଇ ସହଯୋଗ ମାଧ୍ୟମରେ ବେଦାନ୍ତ ଆଲୁମିନିୟମ ଗ୍ରାମୀଣ ଓଡ଼ିଶାର ବିକାଶରେ ସକ୍ରିୟ ଭୂମିକା ଗ୍ରହଣ କରିଛି । ଏହି ପ୍ରୟାସ ଗୁଡ଼ିକ ଏହାର କାର୍ଯ୍ୟକ୍ଷେତ୍ର ତଥା ଆଖପାଖ ଅଂଚଳର ଲୋକମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତନ ଆଣିପାରିଛି । ସ୍ଥାନୀୟ କର୍ତୃପକ୍ଷ, କଲ୍ୟାଣକାରୀ ସଂସ୍ଥା ଓ ଗୋଷ୍ଠୀ ସଦସ୍ୟଙ୍କ ସହ ଘନିଷ୍ଠ ସହଯୋଗ ମାଧ୍ୟମରେ ବେଦାନ୍ତ ଆଲୁମିନିୟମ ଗ୍ରାମୀଣ ଓଡ଼ିଶାରେ ସାମାଜିକ-ଅର୍ଥନେତିକ ପରିବର୍ତନକୁ ସକ୍ରିୟ ଭାବରେ ପରିଚାଳନା କରୁଛି ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।.