ଭାରତୀୟ ଚଳଚ୍ଚିତ୍ର ନିର୍ମାତା ରୁଷ ଗଣମାଧ୍ୟମ ବଜାର ସାମର୍ଥ୍ୟ ଆକଳନ
ମୁମ୍ବଇ : ମସ୍କୋ ଇଣ୍ଟରନ୍ୟାସନାଲ ଫିଲ୍କ ୱକ୍ ରୁଷର ରାଜଧାନୀ ସହରରେ ଅଗଷ୍ଟ ୨୩ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମ ରୁଷର ରାଜଧାନୀକୁ ଏକ ବିଶାଳ ଚଳଚ୍ଚିତ୍ର ପେଣ୍ଠସ୍ଥଳରେ ପରିଣତ କରିବ, ଯେଉଁଥିରେ ଭାରତ, ଚୀନ, ତୁର୍କୀ, ଇରାନ, ଇଜିପ୍ଟ, ଥାଇଲାଣ୍ଡ ଏବଂ ସିଆଇଏସ୍ ରାଷ୍ଟ୍ରସମୂହରୁ ବିଶିଷ୍ଟ ପ୍ରତିନିଧିଗଣଙ୍କ ସମେତ ୪୦ରୁ ଅଧିକ ରାଷ୍ଟ୍ରରୁ ଅଂଶଗ୍ରହଣ ରହିବ; ଏହି ଉତ୍ସବ ଆନ୍ତର୍ଜାତିକ ସମୁଦାୟଙ୍କ ପାଇଁ ଏକ ପ୍ରମୁଖ କାର୍ଯ୍ୟକ୍ରମ ହେବାର ପ୍ରତିବଦ୍ଧତା ରଖୁଛି।
କୁହାଯାଉଛି ଯେ ଚଳଚ୍ଚିତ୍ର ବଜାର ଭାରତ, ଚୀନ, ଇଣ୍ଡୋନେସିଆ, ବ୍ରାଜିଲ ଓ ରୁଷିଆର ଚଳଚ୍ଚିତ୍ର ଶିଳ୍ପର ପ୍ରତିନିଧିମାନଙ୍କୁ ଏକତ୍ରିତ କରିବ। ଏଥିରେ ଯୋଗ ଦେବାକୁ ଥିବା ପ୍ରତିନିଧିମାନଙ୍କ ମଧ୍ୟରେ ଶୀର୍ଷସ୍ତରୀୟ ସରକାରୀ ପଦାଧିକାରୀ ଶ୍ରୀ ସୁଧୀର ଏସ୍ ମୁନଗାଣ୍ଟିୱାର, ସାଂସ୍କୃତିକ ବିଭାଗ ମନ୍ତ୍ରୀ, ମହାରାଷ୍ଟ୍ର ସରକାର, ବିକାଶ ଖାରାଗେ, ପ୍ରିନସିପାଲ ସେକ୍ରେଟାରୀ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଏବଂ ସଂସ୍କୃତି ବିଭାଗ, ଶ୍ରୀ ଡିଲ୍ ରାଜୁ, ପ୍ରେସିଡେଣ୍ଟ, ତେଲୁଗୁ ଫିଲ୍ମ ଚାମ୍ବର ଅଫ କମର୍ସ ଏବଂ ଚଳଚ୍ଚିତ୍ର ଓ ଗଣମାଧ୍ୟମ ଶିଳ୍ପର ନେତୃବୃନ୍ଦ ସନ୍ଦୀପ ମାରୱା, ଫାଉଣ୍ଡର୍ ନଏଡା ଫିଲ୍କ ସିଟି, ଶ୍ରୁତି ରାଜକୁମାର, ଭାଇସ ପ୍ରେସିଡେଣ୍ଟ ଇନ୍ଭେଷ୍ଟ ଇଣ୍ଡିଆ ଏବଂ ହେଡ୍, ଏଫଏଫଓ (ଇଣ୍ଡିଆ), ରାଜୀବ ଚିଲାକା, ସିଇଓ ଗ୍ରୀନ୍ଗୋଲ୍ଡ ଷ୍ଟୁଡିଓଜ୍, ଅଙ୍କୁର ଭାସିନ, ସିଇଓ ମେଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ଆସୋସିଏସନ୍ ଅଫ ଇଣ୍ଡିଆ, ରଥାନ୍ ସାମ୍ ଜର୍ଜ, ଗ୍ଲୋବାଲ ହେଡ୍ ପ୍ରଡକ୍ସନ, ଟୁନ୍ଜ୍ ମେଡିଆ, ମାରିଜ୍କେ ଡି ସୁଜା, ହେଡ୍ ପ୍ରଡକ୍ସନ, ଧର୍ମା ପ୍ରଡକ୍ସନ୍ସ, ଗାୟତ୍ରୀ ଗୁଲାଟି, ସିନିୟର ଭାଇସ ପ୍ରେସିଡେଣ୍ଟ, ଭାୟକମ୍ ୧୮ ଷ୍ଟୁଡିଓଜ୍ ପ୍ରମୁଖ ଅନ୍ତର୍ଭୁକ୍ତ।
ଏହା ପୂର୍ବରୁ ଚଳିତ ବର୍ଷ ଏପ୍ରିଲରେ ମସ୍କୋର ଏକ ପ୍ରତିନିଧିମଣ୍ଡଳୀର ଗସ୍ତ କାଳରେ ସେମାନେ ମୁମ୍ବିରେ ବଲିଉଡ ଚଳଚ୍ଚିତ୍ର ଶିଳ୍ପ ସହିତ ନିଜକୁ ପରିଚିତ କରାଇଥିଲେ। ସେମାନେ ମିଳିତ ଚଳଚ୍ଚିତ୍ର ପ୍ରଯୋଜନା କ୍ଷେତ୍ରରେ ସମ୍ପର୍କ ମଜଭୁତ କରିବାକୁ ରାଜି ହୋଇଥିଲେ। ଭାରତୀୟ ପ୍ରତିନିଧିମଣ୍ଡଳୀର ଚଳିତ ଗସ୍ତ ଏବଂ ଉତ୍ସବରେ ଅଂଶଗ୍ରହଣ ଏ କ୍ଷେତ୍ରରେ ଘନିଷ୍ଠ ସହଯୋଗର ଶୁଭାରମ୍ଭ ଏବଂ ତାହାକୁ କାର୍ଯ୍ୟରେ ରୂପାନ୍ତରିତ କରିବା ପ୍ରକ୍ରିୟାକୁ ପ୍ରତିଫଳିତ କରୁଛି।
ରଷିଆନ୍ ସିନେମା ଫଣ୍ଡ୍ ଅନୁଯାୟୀ ରୁଷରେ ଚଳଚ୍ଚିତ୍ର ପ୍ରଯୋଜନା କ୍ଷେତ୍ରରେ ମୋଟ ନିବେଶ ପରିମାଣ ଚଳିତ ବର୍ଷଗୁଡିକରେ ୫ଗୁଣରୁ ଅଧିକ ବୃଦ୍ଧି ପାଇଛି, ଯେତେବେଳେ କି କଣ୍ଟେଣ୍ଟ ପ୍ରଯୋଜନାର ହାରାହାରି ଖର୍ଚ୍ଚ ୭୬%ରୁ ସାମାନ୍ୟ ଅଧିକ ବୃଦ୍ଧିପାଇଛି। ସେହି ସମୟରେ ପ୍ରଯୋଜନା ପରିମାଣ ମଧ୍ୟ ବୃଦ୍ଧି ଘଟିଛି- ଦେଶର ଚଳଚ୍ଚିତ୍ର ପ୍ରେକ୍ଷାଳୟଗୁଡିକରେ ସପ୍ତାହରେ ୪ଟି ଜାତୀୟ ସ୍ତରର ଚଳଚ୍ଚିତ୍ର ମୁକ୍ତିଲାଭ କରୁଛି ଏବଂ ପ୍ଲାଟଫର୍ମଗୁଡିକରେ ସପ୍ତାହକୁ ୪ଟି ଟିଭି-ସୋ ମଧ୍ୟ ମୁକ୍ତିଲାଭ କରୁଛି।
ଏଥିସହିତ ୨୦୨୩ ସେପ୍ଟେମ୍ବରରେ ମସ୍କୋ ଫିଲ୍ମ ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଥିଲା, ଏହା ଏକ ଅନ୍ଲାଇନ ସେବା ଯାହା କେବଳ ଚଳଚ୍ଚିତ୍ର ସମ୍ପର୍କିତ ଅନୁରୋଧ କରିବାକୁ ସୁଯୋଗ ଦେଉନାହିଁ, ତାହାସହିତ ଉଦାହରଣ ସ୍ୱରୂପ ଆବଶ୍ୟକ ସାମଗ୍ରୀ ଓ ଉପକରଣ ଭଡାରେ ଦେବା ଆଦି ସୁବିଧା ଯୋଗାଇ ଦେଉଛି। ଫଳସ୍ୱରୂପ ଚଳଚ୍ଚିତ୍ର ନିର୍ମାଣ ନିମନ୍ତେ ସମନ୍ୱୟ ରକ୍ଷା କରିବାକୁ ଏବେ ଅଳ୍ପ କିଛିଦିନ ଲାଗୁଛି ଏବଂ ସଂଘୀୟ ଗୁରୁତ୍ୱ ଥିବା ସ୍ଥାନଗୁଡିକରେ ଚଳଚ୍ଚିତ୍ର ସୁଟିଂ ପାଇଁ ଅନୁରୋଧ କରିବା ସକାଶେ ମାସେ ପରିବର୍ତ୍ତେ ଦୁଇ ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗୁଛି। ଏହି ପ୍ଲାଟଫର୍ମକୁ ଉପଯୋଗ କରି ଅନେକ ଚଳଚ୍ଚିତ୍ର ସୁଟିଂ କରାଯାଇସାରିଛି ଏବଂ ଏହା ଚଳଚ୍ଚିତ୍ର ସ୍ଥାନ ଭାବରେ ସହରର ଆବେଗକୁ ପ୍ରଦର୍ଶିତ କରୁଛି। ଏକ ଉଲ୍ଲେଖଯୋଗ୍ୟ ଉଦାହରଣ ହେଉଛି ଭାରତୀୟ ନିର୍ଦ୍ଦେଶକ ଭେଙ୍କଟ ପ୍ରଭୁଙ୍କ ଦ୍ୱାରା ଚଳଚ୍ଚିତ୍ର ‘ଗ୍ରେଟେଷ୍ଟ ଅଫ ଅଲ୍ ଟାଇମ୍’, ଯାହା ଏହାର ବର୍ଣ୍ଣନାକୁ ପରିବର୍ଦ୍ଧିତ କରିବା ନିମନ୍ତେ ମସ୍କୋର ଅନନ୍ୟ ସେଟିଂକୁ ବ୍ୟବହାର କରିଥିଲା।
ଭାରତରେ ଚଳଚ୍ଚିତ୍ର ବଜାର ୫.୫୦% (୨୦୨୪-୨୦୨୯) ବୃଦ୍ଧିପାଇବା ଅନୁମାନ କରାଯାଉଛି ଯଦ୍ଦ୍ୱାରା ୨୦୨୯ରେ ଏହାର ବଜାର ପରିମାଣ ୬.୦୫ ବିଲିଅନ ଆମେରିକୀୟ ଡଲାରରେ ପହଞ୍ଚିବ। ଉଭୟ ପକ୍ଷ ଏ କ୍ଷେତ୍ରରେ ଯଥାସମ୍ଭବ ସାମର୍ଥ୍ୟ ଅନୁଧ୍ୟାନ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଭାରତୀୟ ଚଳଚ୍ଚିତ୍ରଗୁଡିକ ସମେତ ମସ୍କୋ ଇଣ୍ଟରନ୍ୟାସନାଲ ଫିଲ୍ମ ୱିକ୍ରେ ୩୦୦ରୁ ଅଧିକ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ, ଯେଉଁଥିରେ ରୁଷୀୟ ଏବଂ ୭୦ରୁ ଅଧିକ ଆନ୍ତର୍ଜାତିକ ଚଳଚ୍ଚିତ୍ର ସ୍ଥାନ ପାଇବ।
“ଚଳଚ୍ଚିତ୍ର ଶିଳ୍ପରେ ମସ୍କୋ ଭାରତୀୟ ସାଥୀମାନଙ୍କ ସହିତ ସକ୍ରିୟ ଭାବରେ ସମ୍ପର୍କ ବିକଶିତ କରୁଛି। ମସ୍କୋ ଇଣ୍ଟରନ୍ୟାସନାଲ ଫିଲ୍ମ ୱିକ୍ ରୁଷୀୟମାନଙ୍କୁ ସଦ୍ୟତମ ଭାରତୀୟ ଚଳଚ୍ଚିତ୍ର ସହିତ ପରିଚିତ କରାଇବ ଏବଂ ମସ୍କୋ ଓ ଭାରତ ମଧ୍ୟରେ ମିଳିତ ପ୍ରକଳ୍ପଗୁହିକ ସୃଷ୍ଟି କ୍ଷେତ୍ରରେ ଅବଦାନ ରଖିବାକୁ ପ୍ରୋତ୍ସାହିତ କରିବ, ଏକ ବୃହତ୍ ବ୍ୟବସାୟିକ କାର୍ଯ୍ୟକ୍ରମ ଯୋଜନା କରାଯାଇଛି ଏବଂ ଏଥିରେ ଭାରତୀୟ ପ୍ରତିନିଧିମଣ୍ଡଳୀ ଅନ୍ୟତମ ସର୍ବବୃହତ୍ ହେବେ। ଆମେ ଭାରତକୁ ଆମର ଅନ୍ୟତମ ମୁଖ୍ୟ ଅଂଶୀଦାର ଭାବରେ ବିବେଚନା କରୁଛୁ ଏବଂ ମିଳିତ ପ୍ରୟାସସମୂହରେ ଅଧିକ ବିକାଶ ନିମନ୍ତେ ବିପୁଳ ସାମର୍ଥ୍ୟ ଆମେ ଲକ୍ଷ୍ୟ କରୁଛୁ,” ବୋଲି ଆଲେକ୍ସି ଫୁର୍ସିନ, ମିନିଷ୍ଟର, ମସ୍କୋ ଗଭର୍ଣ୍ଣମେଣ୍ଟ ଏବଂ ହେଡ୍, ଡିପାର୍ଟମେଣ୍ଟ ଅଫ କଲ୍ଚର, ସିଟି ଅଫ ମସ୍କୋ କହିଛନ୍ତି।