ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ ଆୟୋଜନ କରିବ ଭାରତ

ରୋଜଗାର ସୃଷ୍ଟି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଉଚ୍ଚ ଗୁଣବତ୍ତା ବିଷୟବସ୍ତୁକୁ ପ୍ରୋତ୍ସାହିତ କରିବା ପାଇଁ ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ଢାଞ୍ଚାଗତ ଏବଂ ପ୍ରକ୍ରିୟାଗତ ପ୍ରୟାସ ଭାରତ ନଭେମ୍ବର ୨୦ରୁ ୨୪ ପର୍ଯ୍ୟନ୍ତ ଗୋଆଠାରେ ବିଶ୍ୱ ଅଡିଓ ଭିଜୁଆଲ ଓ ମନୋରଞ୍ଜନ ଶିଖର ସମ୍ମିଳନୀର ପ୍ରଥମ ସଂସ୍କରଣ ରୂପେ ଏକ ଐତିହାସିକ କାର୍ଯ୍ୟକ୍ରମ ଆୟୋଜନ କରିବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଘୋଷଣା କରିଛନ୍ତି । ଗୋଆର ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରମୋଦ ସାୱନ୍ତ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗାନଙ୍କ ସହ ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏହି ଅବସରରେ ଉପସ୍ଥିତ ଦର୍ଶକଙ୍କୁ ସମ୍ବୋଧିତ କରି ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ, ଗଣମାଧ୍ୟମ ଏବଂ ମନୋରଞ୍ଜନ (ଏମ୍ ଆଣ୍ଡ ଇ) ଦୁନିଆ ଏକ ଢାଞ୍ଚାଗତ ପରିବର୍ତ୍ତନ ଦେଇ ଗତି କରୁଛି ଏବଂ ପ୍ରଚୁର ଜ୍ଞାନକୌଶଳ ପ୍ରୟୋଗ ଦେଖିଛି । ଗୋଟିଏ ପଟେ ଏହା ଅନେକ ସୁଯୋଗ ସୃଷ୍ଟି କରିଥିବା ବେଳେ ଅନ୍ୟପଟେ ଏହି ପରିବର୍ତ୍ତନକୁ ବଜାୟ ରଖିବାରେ ସକ୍ଷମ ହୋଇନଥିବା କିଛି ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଚିନ୍ତା ମଧ୍ୟ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଅନୁଯାୟୀ, ଆଜିର ସାର୍ବଜନୀନ ନୀତିର ଭୂମିକା ହେଉଛି ଏହି ଢାଞ୍ଚାଗତ ପରିବର୍ତ୍ତନରୁ ଶ୍ରେଷ୍ଠକୁ ଉପଯୋଗ କରିବାରେ ସକ୍ଷମ କରିବା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପରିବର୍ତ୍ତନର ମୁକାବିଲା କରିବାରେ ଗଣମାଧ୍ୟମ ଏବଂ ମନୋରଞ୍ଜନର ସମଗ୍ର ଇକୋସିଷ୍ଟମକୁ ସମର୍ଥନ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ଏହାର ଲକ୍ଷ୍ୟ ହାସଲ ପାଇଁ ବାଟ ଏବଂ ଅନ୍ତର୍ନିହିତ ପ୍ରୟାସ ବିଷୟରେ ବକ୍ତବ୍ୟ ରଖି ମନ୍ତ୍ରୀ କହିଥିଲେ ଯେ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି କରିବା ଏବଂ ପ୍ରତିଭା ପାଇପ୍ ଲାଇନ୍ ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଏହାକୁ ଉଭୟ ଢାଞ୍ଚାଗତ ଓ ପ୍ରକ୍ରିୟାଗତ ପ୍ରୟାସ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ଏହି ପ୍ରୟାସଗୁଡିକ ଏକ ଇକୋସିଷ୍ଟମ ସୃଷ୍ଟି କୁ ସୁନିଶ୍ଚିତ କରିବ ଯାହା ଉଚ୍ଚ ମାନର ବିଷୟବସ୍ତୁକୁ ପ୍ରୋତ୍ସାହିତ କରିବ, ଦେଶରେ ଆଇପି ଅଧିକାର ସୃଷ୍ଟି କରିବ ଏବଂ ସୁରକ୍ଷା ଦେବ ଓ ବିଶ୍ୱକୁ ସେମାନଙ୍କ ବିଷୟବସ୍ତୁ ସୃଷ୍ଟି କେନ୍ଦ୍ର ପ୍ରତିଷ୍ଠା ପାଇଁ ଏକ ପ୍ରାକୃତିକ ବିକଳ୍ପ ଭାବରେ ଭାରତକୁ ସ୍ୱୀକୃତି ଦେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପ୍ରୟାସ ପାଇଁ ଏମ୍ ଆଣ୍ଡ ଇ ଶିଳ୍ପ, ଆର୍ôଥକ କ୍ଷେତ୍ର ଏବଂ ପ୍ରଯୁକ୍ତି ବିଦ୍ୟା ଜଗତ ମଧ୍ୟରେ ଘନିଷ୍ଠ ସମନ୍ୱିତ ପ୍ରୟାସ ଆବଶ୍ୟକ । ଏଥିପାଇଁ ସୁଚିନ୍ତିତ ନୀତିଗତ ପଦକ୍ଷେପର ଆବଶ୍ୟକତା ରହିଛି ଏବଂ ଆଗାମୀ ମାସ ମାନଙ୍କରେ ସରକାର ଓ ଶିଳ୍ପ ଏହି ଲକ୍ଷ୍ୟ ହାସଲ ଦିଗରେ ସେମାନଙ୍କ ପ୍ରୟାସକୁ ଏକାଠି କରିବେ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ୱେଭ୍ସ ଏବଂ ଆଇଏଫଏଫଆଇ ସମାନ ସ୍ପେକ୍ଟ୍ରମର ଭିନ୍ନ ଭିନ୍ନ ଅଂଶ ଗଠନ କରିବେ ଏବଂ ୱେଭ୍ସ ଶିଖର ସମ୍ମିଳନୀ ଇନପୁଟକୁ ପ୍ରତିନିଧିତ୍ୱ କରୁଥିବା ବେଳେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) ଏହାର ଆଉଟପୁଟ୍ ଅଟେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଇନପୁଟ୍ ଏବଂ ଆଉଟପୁଟର ସମନ୍ୱୟ ଗୋଆକୁ ସୃଜନଶୀଳତା ଏବଂ ପ୍ରତିଭାର ଏକ ପ୍ରମୁଖ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବ ଏବଂ ଅଭିନବତା ଓ କଳାତ୍ମକ ଅଭିବ୍ୟକ୍ତିର ଆଲୋକ ଭାବରେ ଏହାର ସ୍ଥିତିକୁ ସୁଦୃଢ଼ କରିବ । ସେ ଗୋଆ ମୁଖ୍ୟମନ୍ତ୍ରୀଙ୍କୁ ଆଇଏଫଏଫଆଇ ସହିତ ୱେଭ୍ସ ୨୦୨୪ ଆୟୋଜନ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଛନ୍ତି, ଯାହା ଦ୍ୱାରା ସ୍ପେକ୍ଟ୍ରମର ଉଭୟ ପ୍ରାନ୍ତ ଏକାଠି ହୋଇପାରିବ । କେନ୍ଦ୍ର ମନ୍ତ୍ରୀଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ୱେଭ୍ସ ୨୦୨୪ (ଷଗ୍ଧଗ୍ଧକ୍ଟ୍ରଗ୍ଦ://ଙ୍ଗବଙ୍ଖରଗ୍ଦସଦ୍ଭୟସବ.କ୍ଟକ୍ସଶ/)ର ୱେବସାଇଟ୍ ଶୁଭାରମ୍ଭ କରିବା ସହ ଶିଖର ସମ୍ମିଳନୀର ପୁସ୍ତିକା ଉନ୍ମୋଚନ କରିଥିଲେ । ଗୋଆର ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରମୋଦ ସାୱନ୍ତ କହିଥିଲେ ଯେ ଆଇଏଫଏଫଆଇ ଦୀର୍ଘ ଦିନ ଧରି ସିନେମା ଉତ୍କର୍ଷତାର ପ୍ରତୀକ ହୋଇଥିବା ବେଳେ ଉଦୀୟମାନ ଏମ ଆଣ୍ଡ ଇ କ୍ଷେତ୍ର ଉପରେ ଧ୍ୟାନ ଦେଇ ୱେଭ୍ସ ଶିଳ୍ପ ସହଯୋଗର ଏକ ନୂତନ ଦିଗ ଆରମ୍ଭ କରିବ । ସେ କହିଥିଲେ ଯେ ଦୁଇଟି ଇଭେଣ୍ଟ ମିଳିତ ଭାବେ ଅତୁଳନୀୟ ସୁଯୋଗର ଭବିଷ୍ୟତରେ ପ୍ରବେଶ କରିବାର ସୁଯୋଗ ସୃଷ୍ଟି କରିବ । ଗୋଆକୁ ଏକ ସାଂସ୍କୃତିକ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବ ବୋଲି କହି ସେ ଏମ ଆଣ୍ଡ ଇ ଶିଳ୍ପକୁ ଉଦ୍ଭାବନ ଏବଂ ସହଯୋଗର ଭାବନା ସହିତ ଗୋଆ ଆସିବାକୁ ଆମନ୍ତ୍ରଣ କରିଥିଲେ ।

Leave a Reply

Your email address will not be published. Required fields are marked *