ସ୍ପ୍ରିଙ୍ଗର ନେଚର ଓ ଭାରତୀୟ ଶିକ୍ଷା ମନ୍ତ୍ରାଳୟ ସହଯୋଗୀତାରେ ଭୁବନେଶ୍ୱର ଠାରେ ଇଣ୍ଡିଆ ରିସର୍ଚ୍ଚ ସମାରୋହ ୨୦୨୩ ଆୟୋଜିତ

ଅନୁସନ୍ଧାନର ଭବିଷ୍ୟତ: ପ୍ରବେଶ, ବିବିଧତା, ନୈତିକତା ଓ ପ୍ରଯୁକ୍ତିବିଦ୍ୟା ବିଷୟ ବସ୍ତୁ ଅନୁସନ୍ଧାନ ସମାରୋହ ୨୬ ଅଗଷ୍ଟ ୨୦୨୩ରେ ଆୟୋଜିତ ହୋଇଥିଲା । ଏଥିରେ ଅନୁସନ୍ଧାନକାରୀ, ସରକାରୀ ହୀତାଧିକାରୀ, ନୀତି ନିର୍ଦ୍ଧାରକ, ବିଶେଷଜ୍ଞ ଓ ଛାତ୍ରଙ୍କ ସମେତ ପ୍ରତ୍ୟେକ ହୀତାଧିକାରୀଙ୍କୁ ନିଜର ମତ ଉପସ୍ଥାପନ ପାଇଁ ସୁଯୋଗ ଦିଆଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସ୍ପ୍ରିଞ୍ଜର ନେଚରଙ୍କ ଦ୍ୱାରା ଭାରତରେ ପ୍ରଥମ ଅନୁସନ୍ଧାନ ଅଖଣ୍ଡତା ସର୍ବେକ୍ଷଣର ଶୁଭାରମ୍ଭ ମଧ୍ୟ ଚିହ୍ନିତ ହୋଇଥିଲା ଯାହା ଦେଶରେ ଏକ ଗଭୀର ମୂଳ ପ୍ରଶିକ୍ଷଣ ଓ ଅନୁସନ୍ଧାନ ଅଖଣ୍ଡତା ପାଇଁ ମାନକ ପ୍ରତିଷ୍ଠା କରିଥିଲା ।

ଭୁବନେଶ୍ୱର,୨୬ ଅଗଷ୍ଟ,୨୦୨୩: ଭୁବନେଶ୍ୱର, ଓଡ଼ିଶାର ସିଏସଆଇଆର-ଆଇଏମଏମଟିରେ ସ୍ପ୍ରିଞ୍ଜର ନେଚର ଓ ଭାରତୀୟ ଶିକ୍ଷା ମନ୍ତ୍ରାଳୟ ମିଳିତ ଭାବେ ଏକ ଦିନିଆ ଅନୁସନ୍ଧାନ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ, ନୀତି ନିର୍ଦ୍ଧାରକ, ବିଶେଷଜ୍ଞ ଓ ଛାତ୍ରଙ୍କ ସମେତ ଷ୍ଟାର୍ଟଅପ ପ୍ରତିଷ୍ଠାତାମାନଙ୍କୁ ଏକାଠି କରି ଭାରତର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଭାରତ ସରକାର ଶିକ୍ଷା ଓ ଦକ୍ଷତା ବିକାଶ ଓ ଔଦ୍ୟୋଗୀକତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ତାଙ୍କ ସହିତ ଯୁଗ୍ମ ସଚିବ ପି.କେ. ବାନାର୍ଜି ଓ ବୈଦେଶିକ ବ୍ୟାପାର ଓ ଶିକ୍ଷା ମନ୍ତ୍ରୀ ରାଜକୁମାର ରହଜନ ସିଂହ ଉପସ୍ଥିତ ଥିଲେ ।

ଭାରତ ସରକାରଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ଓ ଔଦ୍ୟୋଗୀକତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଅଭିଭାଷଣରେ କହିଛନ୍ତି ଯେ “ଇଣ୍ଡିଆ ରିସର୍ଚ୍ଚ କନକ୍ଲେଭ ୨୦୨୩ କେବଳ ଏକ ଏକାଡେମିକ କାର୍ଯ୍ୟକ୍ରମ ନୁହେଁ; ଏହା ଏକ ପ୍ଲାଟଫର୍ମ ଯାହା ସଂଳାପ ସୃଷ୍ଟି କରେ ଏବଂ ଭବିଷ୍ୟତକୁ ଆଧାରକରି ସହଯୋଗିତାକୁ ବଢାଇଥାଏ । ଭାରତୀୟ ଅନୁସନ୍ଧାନକାରୀଙ୍କ ପାଇଁ ଏହା ନବସୃଜନ, ଅନ୍ତର୍ଭୂକ୍ତିକରଣ ଏବଂ ନୈତିକଉତ୍କର୍ଷ ଅଟେ । ଶିଳ୍ପ, ଏକାଡେମୀ ଏବଂ ସମାଜରେ ଅବଦାନ ତଥା ଜୀବନକୁ ସହଜ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଅନୁସନ୍ଧାନ ମଧ୍ୟରେ ଉନ୍ନତ ସହଯୋଗର ଆବଶ୍ୟକତା ରହିଛି । ଏହି କନକ୍ଲେଭ ଯୁବ ଅନୁସନ୍ଧାନକାରୀଙ୍କୁ ଜ୍ଞାନ ବାଂଟିବା ତଥା ଶିକ୍ଷା ଦେବା ଉଦେଶ୍ୟରେ ଦେଶବ୍ୟାପୀ ଜାତୀୟ ବସ୍ ଯାତ୍ରାର ଶୁଭାରମ୍ଭ କରିଛି । ପ୍ରକାଶନ ସୁଯୋଗ ବିଷୟରେ ଜାଣିବା, ବିଶ୍ୱ ପ୍ଲାଟଫର୍ମରେ ସେମାନଙ୍କର କାର୍ଯ୍ୟ ବିସ୍ତାର କରିବାର ନୂତନ ଉପାୟ ବିଷୟରେ ଜାଣିବା ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ଅନୁସନ୍ଧାନର ପୂର୍ଣ୍ଣ ସମ୍ଭାବନାକୁ ଜାଣିବା ପାଇଁ ଏହା ଏକ ଅନନ୍ୟ ସୁଯୋଗ ସୃଷ୍ଟି କରିଛି । ମୁଁ ସ୍ପ୍ରିଞ୍ଜର ନେଚର ଏବଂ ସମସ୍ତଙ୍କୁ ଆୟୋଜକ ମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି ତଥା ଯେଉଁମାନେ ଉପସ୍ଥିତ ଅଛନ୍ତି ଏବଂ ଇଭେଂଟରୁ ଶିକ୍ଷଣର ବିଶେଷତା ବିଷୟରେ ଶୁଣିବାକୁ ଆଶା କରନ୍ତି” ।

ଏହି କାର୍ଯ୍ୟକ୍ରମ ଜନସାଧାରଣଙ୍କ ପାଇଁ ଉନ୍ମୁକ୍ତ ଥିଲା । ଭାରତୀୟ ପ୍ରସିଦ୍ଧ ଶିକ୍ଷାବିତ, ଗବେଷକ ଓ ଉଦ୍ୟୋଗୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ୬୦୦ରୁ ଅଧିକ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ, ବିଶ୍ୱର ବିଭିନ୍ନ ସ୍ଥାନରୁ ଅନଲାଇନ ଅଧିବେଶନରେ ବହୁ ଲୋକ ଯୋଗ ଦେଇଥିଲେ ।

ଷ୍ଟିଭେନ ଇଂଚେକୋମ୍ବେ, ପ୍ରେସିଡେଂଟ, ରିସର୍ଚ୍ଚ ମାର୍କେଟ, ସ୍ପ୍ରିଙ୍ଗର ନେଚର କହିଥିଲେଯେ-ସ୍ପ୍ରିିଞ୍ଜର ନେଚରରେ ଆମର ଲକ୍ଷ୍ୟ ହେଉଛି ଅନୁସନ୍ଧାନକାରୀ, ସେମାନଙ୍କ ଅନୁଷ୍ଠାନ ଓ ବ୍ୟାପକ ଅନୁସନ୍ଧାନ ଗୋଷ୍ଠୀର ଆବଶ୍ୟକତାକୁ ପୂରଣ କରି ସେବା ଓ ବିଜ୍ଞାନକୁ ଅନୁସନ୍ଧାନ କରିବା । ଏହା ଦ୍ୱାରା ଅନୁସନ୍ଧାନକାରୀ ଏବଂ ଭାରତୀୟ ଅନୁସନ୍ଧାନକୁ ସମର୍ଥନ କରିବା ଓ ଜାତୀୟ ତଥା ଆନ୍ତର୍ଜାତୀୟ ସହଯୋଗକୁ ପ୍ରତିପାଦନ କରିବା ଲାଗି ଆମର ପ୍ରତିବଦ୍ଧତାର ଏକ ପ୍ରମାଣ ଅଟେ ଯାହା ଭାରତର ଆର୍ଥିକ ସଫଳତାକୁ ସକ୍ଷମ କରିବ । ଓପନ ସାଇନସର ଅଧ୍ୟୟନ ଦ୍ୱାରା ଅନୁସନ୍ଧାନର ଯୋଗାଯୋଗକୁ ପୁନଃରୂପ ପ୍ରଦାନ କରିବାରେ ସ୍ପ୍ରିଞ୍ଜର ନେଚରର ଉଦ୍ଦେଶ୍ୟ । ଆମେ ଅନୁସନ୍ଧାନକାରୀଙ୍କ ସହିତ ମିଶି ଭାରତରେ ଏହାକୁ କାର୍ଯ୍ୟକାରୀ କରାଇବୁ ।

ଭେଙ୍କଟେଶ ସର୍ବସିଧି, ପରିଚାଳନା ନିର୍ଦ୍ଦେଶକ, ସ୍ପ୍ରିଞ୍ଜର ନେଚର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ କହିଥିଲେ ଯେ, ସର୍ବଭାରତୀୟ ସ୍ତରରେ ବୈଜ୍ଞାନିକ ଅନୁସନ୍ଧାନର ଦ୍ୱିତୀୟ ବୃହତ ଯୋଗଦାନକାରୀ ଅଟେ । ଦେଶରେ ଅନୁସନ୍ଧାନ ଓ ନବ ସୃଜନ ପାଇଁ ଏକ ହବ ସୃଷ୍ଟି କରିବାରେ ସାହାଯ୍ୟ କରିବାକୁ ସ୍ପ୍ରିଞ୍ଜର ନେଚର ସରକାରଙ୍କୁ ସହାୟତା ଜାରି ରଖିବ ଯାହା ଭାରତରେ ଗବେଷଣା ଫଳାଫଳକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ।

ଏହି କାର୍ଯ୍ୟକ୍ରମରେ ହୋଇଥିବା ଆଲୋଚନାରେ ଓପନ ସାଇନ୍ସ ଓ ଓପନ ରିସର୍ଚ୍ଚର ଗୁରୁତ୍ୱ, ଗବେଷଣାକୁ ବାସ୍ତବିକ ଭିତିକ କରିବା ଲାଗି ଉପଲବ୍ଧ ବିଭିନ୍ନ ସୁଯୋଗ ଓ ଅଭିନବ ସମାଧାନ ବିଶ୍ୱ ପାଇଁ ଜରୁରୀ ଅଟେ ।

ସିଏସଆଇଆର-ଆଇଏମଏମଟି ଭୁବନେଶ୍ୱରର ନିର୍ଦ୍ଦେଶକ ଡ. ରାମାନୁଜ ନରାୟଣ କହିଛନ୍ତିଯେ ଆଜି ଆମେ ଗୁରୁତର ସମସ୍ୟା ଦେଇ ଗତି କରୁଛୁ, ଯେଉଁଠାରେ ଧ୍ୱନି ବିଜ୍ଞାନର ମୂଲ୍ୟବୋଧ ରହିଛି । ଯେଉଁମାନେ ଅଭିନବ ଚିନ୍ତାଧାରା କରୁଛନ୍ତି ସେମାନଙ୍କ ଧାରଣାକୁ ଜୀବନ୍ତ କରିବା ଓ ସେମାନଙ୍କୁ ସୁଯୋଗ ଦେବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଇଣ୍ଡିଆ ରିସର୍ଚ୍ଚ ସମାରୋହ ପରି ଇଭେଂଟ ଆମକୁ ନିଷ୍ପତି ନିର୍ଦ୍ଧାରକ ଓ ଅନୁସନ୍ଧାନକାରୀଙ୍କ ସହ ଯୋଡି ହେବା ଓ ସହଯୋଗ କରିବାରେ ସାହାଯ୍ୟ କରିବ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବିଭିନ୍ନ ଶାଖାର ଅନୁସନ୍ଧାନକାରୀଙ୍କୁ ଭବିଷ୍ୟତ ଲାଗି ଏକ ରଣନୀତିକ ଦିଗ ପ୍ରଦାନ କରିବ ।

ତାଙ୍କର ବକ୍ତବ୍ୟ ଶେଷରେ, ବୈଦେଶିକ ବ୍ୟାପାର ଏବଂ ଶିକ୍ଷା ପାଇଁ ରାଜକୁମାର ରଂଜନ ସିଂ ମଧ୍ୟ ଭାରତରେ ସ୍ପ୍ରିଞ୍ଜର ନେଚରର ପ୍ରଥମ ଅନୁସନ୍ଧାନ ଅଖଣ୍ଡତା ସର୍ଭେ ଆରମ୍ଭ କରିବା ସହିତ ଭାରତୀୟ ଅର୍ଥନୀତି ତଥା ଦେଶର ଶିକ୍ଷା ଦୃଶ୍ୟ ଉପରେ ଧ୍ୟାନ ଦେଇ କିଛି ନୂତନ ଏକାଡେମିକ୍ ପୁସ୍ତକ ଚୟନ କରିଥିଲେ ।

ଅନୁସନ୍ଧାନର ଅଖଣ୍ଡତା ସର୍ବେକ୍ଷଣ ନିମ୍ନ ବିଷୟ ଗୁଡ଼ିକର ସମାଧାନ କରିବାକୁ ଚେଷ୍ଟା କରେ:

• ଅନୁସନ୍ଧାନର ଅଖଣ୍ଡତା ଉପରେ ପ୍ରଶିକ୍ଷଣର ମାପ ନିର୍ଣ୍ଣୟ କରିବାକୁ ଏବଂ ଅନୁସନ୍ଧାନକାରୀଙ୍କୁ ପ୍ରଦାନ କରାଯାଉଥିବା ଉତମ ଅନୁସନ୍ଧାନ ଅଭ୍ୟାସ, ଏହା କିପରି ପ୍ରଦାନ କରାଯାଏ, କିଏ ପ୍ରଦାନ କରେ ଓ କେଉଁ ଫ୍ରିକୁଏନନସି ସହିତ;
• ଏହିପରି ତାଲିମର ଅନୁଭବ ଆବଶ୍ୟକତା ଓ ଗୁଣ ବୃଦ୍ଧିକୁ ବୁଝିବା
• କେଉଁ ବିଷୟର ଆବଶ୍ୟକତା ରହୁଛି ତାହାକୁ ଜାଣିବା

ଏହି ସର୍ବେକ୍ଷଣ ସେପ୍ଟେମ୍ବରର ମଧ୍ୟଭାଗ ପର୍ଯ୍ୟନ୍ତ ଖୋଲା ରହିବ ଓ ନ୍ୟାସନାଲ ଏକାଡେମି ଅଫ ସାଇନସେସ, ସିଏସଆଇଆର-ନ୍ୟାସନାଲ ଫିଜିକାଲ ଲାବରୋଟୋରି ଓ ଅନ୍ୟାନ୍ୟ ପ୍ରଖ୍ୟାତ ଶିକ୍ଷାନୁଷ୍ଠାନର ସହଯୋଗରେ ଏହା ପରିଚାଳିତ ହେବ ।

Leave a Reply

Your email address will not be published. Required fields are marked *