ନିରୀହ ମାନଙ୍କ ହତ୍ୟା ଇସଲାମ୍ ଧର୍ମଶିକ୍ଷାର ବିରୁଦ୍ଧ ଅଟେ

ନିକଟ ଅତୀତରେ ମାନବିକତାକୁ ଆନ୍ଦୋଳିତ କରିଥିବା ଏକ ହୃଦୟ ବିଦାରକ ଘଟଣା ଦେଖାବାକୁ ମିଳିଥିଲା, ଯେତେବେଳେ ଜାମ୍ମୁ କାଶ୍ମୀରର ରିଏସି ଠାରେ ଆତଙ୍କବାଦୀ ମାନେ ଶିବ୍ କୋହରୀ ମନ୍ଦିରରୁ କଟ୍ରାକୁ ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍ ଉପରେ ଆକ୍ରମଣ କରିଥିଲେ, ଯଦ୍ୱାରା ଦଶଜଣ ମୃତ୍ୟୁବରଣ କରିଥିଲେ । କ୍ଷତାକ୍ତ ହୋଇଥିବା ୪୧ ଜଣଙ୍କ ମଧ୍ୟରୁ ୧୦ ଜଣ ଗୁଳିଦ୍ୱାରା ଆହତ ହୋଇଥିଲେ । କଟ୍ରା ଠାରେ ଥିବା ମାତା ବୈଷ୍ନୋ ଦେବୀ ମନ୍ଦିରରେ ପାର୍ଥନl କରିବା ପାଇଁ ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀର କେତେକ ନୀରିହ ନାଗରିକ ଉକ୍ତ ବସ୍‌ରେ ଉପସ୍ଥିତ ଥିଲେ । ନିଜର ଆଧ୍ୟାତ୍ମିକ ପ୍ରଗତି ପାଇଁ ଭକ୍ତ ମାନେ ସୁଖକୁ ପରିତ୍ୟାଗ କରି ଅନେକ ସମୟରେ ଏହିପରି କଷ୍ଟଦାୟକ ଯାତ୍ରାକରିଥାଆନ୍ତି । ଏହିପରି ଧାର୍ମିକ ଯାତ୍ରାରେ ଯାଉଥୀବା ତୀର୍ଥଯାତ୍ରୀଙ୍କୁ ହତ୍ୟା କରାଯିବl ମାନବିକତା ବିରୁଦ୍ଧ ଅଟେ । ଚଳିତ ବର୍ଷ ହଜ୍‌ରେ ୧.୫ ମିଲିୟନ ମୁସଲମାନ ତୀର୍ଥଯାତ୍ରୀ ଅଂଶଗ୍ରହଣ କରିଥିଲେ । ତେଣୁ ଯେକୌଣସି ନିଷ୍ଠାପର ମୁସଲମାନ ରିଏସି ଜିଲ୍ଲାରେ ନିହତ ହୋଇଥିବା ପରିବାରର ଯନ୍ତ୍ରଣାକୁ ହୃଦୟଙ୍ଗମ କରିପାରିବେ । ଧର୍ମ ନିର୍ବିଶେଷରେ ତୀର୍ଥଯାତୀଙ୍କୁ ସର୍ବାଧୀକ ସମ୍ମାନର ସହ ବ୍ୟବହାର କରାଯିବା ଉଚିତ୍ । ମୁସଲମାନ ମାନଙ୍କ ଦ୍ଵାରା ଏହିପରି ଘୃଣ୍ୟ କାଯ୍ୟର ନିନ୍ଦା କରାଯିବା ଉଚିତ୍, କାରଣ ଦୁନିଆରେ ଯେକୌଣସି ସ୍ଥାନରେ କୌଣସି ବି ବ୍ୟକ୍ତି ଏପରି କାଯ୍ୟରେ ଜଡିତ ଥିଲେ ତାହା ଇସଲାମ ଦ୍ବାରl ପ୍ରଦତ୍ତ ଶିକ୍ଷାର ବିରୋଧ ଅଟେ ।

ଇସଲାମ ଶବ୍ଦର ଏକ ଅର୍ଥ ହେଲା ଶାନ୍ତି ଏବଂ ଯେତେବେଳେ ଜଣେ ବ୍ୟକ୍ତି ସମାଜରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରେ, ସେ ପ୍ରକୃତରେ ଇସଲାମର ଶିକ୍ଷାର ପାଳନ କରିଥାଏ । ଏହି ସାଂସାରିକ ଜୀବନରେ ମୁସଲମାନ ମାନଙ୍କୁ ମାର୍ଗଦର୍ଶନ କରିବା ପାଇଁ ପବୀତ୍ର କୁରାନ୍ ଉଦ୍ଦିଷ୍ଟ । ତେଣୁ ଆମେ ସେତେବେଳେ ହିଁ ନିଜକୁ ମୁସଲମାନ କହିପାରିବା, ଯେତେବେଳେ ଆମେ ପବୀତ୍ର କୁରାନରେ ଲେଖା ହୋଇଥିବା ଆଦେଶ ଗୁଡିକୁ ପାଳନ କରିବା । ପବୀତ୍ର କୁରାନରେ (୭:୫୬) ଲେଖା ଅଛି ଯେ “ପୃଥିବୀ ବ୍ୟବସ୍ଥିତ ହେଲାପରେ ଏଠାରେ କୁକର୍ମ କରନାହିଁ ।” ଶାନ୍ତି-ଶୃଙ୍ଖଳା ରକ୍ଷା କରିବାପାଇଁ ଇସଲାମରେ ସର୍ବଦା ପ୍ରାଥମିକତା ଦିଆଯାଇଥାଏ ଏବଂ ଏଥିରୁ ସ୍ପଷ୍ଟ ହୁଏ ଯେ, ଯେଉଁମାନେ ସମାଜରେ କୁକର୍ମ କରୁଛନ୍ତି, ସେମାନେ ପ୍ରକୃତ ମୁସଲମାନ ନୁହନ୍ତି । ଇସଲାମ୍‌ରେ ସର୍ବଦା ଶାନ୍ତି, ଦୟା ଓ କରୁଣାକୁ ପ୍ରାଧାନ୍ୟ ଦିଆଯାଇଥାଏ ଏବଂ ଏହାକୁ ପାଳନ କରିବା ପ୍ରତ୍ୟେକ ମୁସଲମାନ ମାନଙ୍କ ପାଇଁ ଅନିବାର୍ଯ୍ୟ । ଇସଲାମ୍ କେବେବି କାହାକୁ ଆଘାତ କିମ୍ବା ହିଂସାକୁ ସମର୍ଥନ କରେ ନାହିଁ । ପବୀତ୍ର କୁରାନ୍‌ରେ (୫: ୩୨) ଉଲ୍ଲେଖ ଅଛି ଯେ, “ଯଦି ଜଣେ ବ୍ୟକ୍ତି କୌଣସି ନୀରିହ ବ୍ୟକ୍ତିର ହତ୍ୟା କରେ ତେବେ ସେ ସମସ୍ତ ମାନବ ସମାଜକୁ ହତ୍ୟା କରିଛି ଏବଂ ଯଦି ଜଣେ କୌଣସି ବ୍ୟକ୍ତିର ଜୀବନ ବଂଚାଏ ତେବେ ସେ ସମସ୍ତ ମାନବ ଜାତିର ରକ୍ଷା କରେ ।”

ତେଣୁ ଜାମ୍ମୁ କାଶ୍ମୀରରେ ହୋଇଥିବା ଉକ୍ତ ହିଂସାକାଣ୍ଡ ଇସଲାମ୍ ଦ୍ବାରା ଦିଆଯାଇଥିବା ଶିକ୍ଷାର ବିପରୀତ ଅଟେ । ତେଣୁ ଏହି ହିଂସାକାଣ୍ଡକୁ ଭିଆଇଥିବା ଲୋକମାନେ ନିଜକୁ କେଉଁ ଦୃଷ୍ଟିରୁ ନିଜକୁ ମୁସଲମାନ ବୋଲି ଦାବୀ କରୁଛନ୍ତି । ଇସଲାମ୍‌ର ନିୟମାବଳୀ ଅନୁସାରେ କୌଣସି ପରିସ୍ଥିତିରେ ମଧ୍ୟ ତୀର୍ଥଯାତ୍ରୀଙ୍କ ଉପରେ ଆକ୍ରମଣ କରାଯିବା ଉଚିତ୍ ନୁହେଁ । ଜଣେ ସଚ୍ଚା ମୁସଲମାନ ତୀର୍ଥଯାତ୍ରୀଙ୍କୁ ତାଙ୍କ ତୀର୍ଥଯାତ୍ରାରେ ସାହାଯ୍ୟ କରିବା ସହିତ, ସେମାନଙ୍କୁ ସୁରକ୍ଷା ପ୍ରଦାନ କରିଥାଆନ୍ତି । ଇସଲାମ୍‌ରେ ମଣିଷ ଜୀବନର ମୂଲ୍ୟ ସର୍ବଦା ପ୍ରାଥମିକ ଏବଂ ଏହି ନିୟମକୁ ସୟଂ ପୈଗମ୍ବର ମହମ୍ମଦ ସବୁବେଳେ ପାଳନ କରୁଥିଲେ । ମଣିଷର ହତ୍ୟା ତ ଦୂରର କଥା, ଇସଲାମ୍ ଧର୍ମରେ ପ୍ରାଣୀ ତଥା ଗଛଲତା ଉପରେ ହିଂସାକୁ ମଧ୍ୟ ନିନ୍ଦା କରାଯାଇଛି ।

ବିଦେଶୀ ଶକ୍ତି ମାନଙ୍କ ଦ୍ବାରା ପ୍ରାୟୋଜିତ ଆତଙ୍କବାଦ ସର୍ବଦା ଧାର୍ମିକ ଶିକ୍ଷାଗୁଡିକୁ କଦର୍ଥ କରି, ଆମ ଦେଶର ଯୁବଗୋଷ୍ଠୀଙ୍କୁ ପଥଭଷ୍ଠ କରିବାକୁ ଚେଷ୍ଟା କରିଥାଏ । ତେଣୁ କୌଣସି ନିଷ୍କର୍ଷ ରେ ଉପନିତ ହେବା ପୂର୍ବରୁ ଏହି ଯୁବଗୋଷ୍ଠୀ ସର୍ବଦା ଇସଲାମର ପ୍ରକୃତ ଶିକ୍ଷା ବିଷୟରେ ବିଦ୍ୱାନ ମାନଙ୍କ ଠାରୁ ଜାଣି ନେବା ଉଚିତ୍ । ଇସଲାମ୍ କିମ୍ବା ଅନ୍ୟ କୌଣସି ଧର୍ମ ହିଂସାକୁ ପ୍ରଶ୍ରୟ ଦିଅନ୍ତି ନାହିଁ । ମୁସଲମାନ୍ ଭାବରେ ଆମେ ଏହା ଭଲଭାବରେ ହୃଦୟଙ୍ଗମ କରିବା ଉଚିତ୍ ଯେ, ଯଦି ଆମେ ଅନ୍ୟ ଧର୍ମକୁ ସମ୍ମାନ ପ୍ରଦର୍ଶନ କରିପାରିବା ନାହିଁ, ତେବେ ଆମେ ନିଜର ଧର୍ମକୁ ମଧ୍ୟ ସମ୍ମାନ କରିପାରିବା ନାହିଁ । ଯେଉଁ ବ୍ୟକ୍ତି ମାନବଜାତିର ସେବା କରିଥାଏ ତାହାର ପ୍ରଗତି ସୁନିଶ୍ଚିତ । ତେଣୁ ଆମେ ଶାନ୍ତିର ସହ ଜୀବନ ଅତିବାହିତ କରିବା ଉଚିତ୍ ତଥା ଶାନ୍ତି ଓ ସୌହାର୍ଦ୍ୟର ବାର୍ତ୍ତl ବହନ କରିବା ଉଚିତ୍ । ଏହା ସହିତ ନିଜର ଯଥା ସମ୍ଭବ ସ‌ହ‌ଯୋଗ ମାଧ୍ୟମରେ ଏହି ବସୁଧାରେ ଜୀବନ ଧାରଣକୁ ଶ୍ରେଷ୍ଠତର କରିବାକୁ ପ୍ରଚେଷ୍ଟା କରିବା ଉଚିତ୍ ।

ପ୍ରୋଫେଶର ଶଦାଫ୍ ଫାତିମା ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟ

Leave a Reply

Your email address will not be published. Required fields are marked *