ଆଇଆଇଏ ଓଡ଼ିଶା ଚାପ୍ଟର ପକ୍ଷରୁ ସ୍ଥାପତ୍ୟ ଛାତ୍ରଛାତ୍ରୀଙ୍କ ପାଇଁ “ଇଭଲ୍‌ଭ’ ଡିଜାଇନ କର୍ମଶାଳା ଆୟୋଜିତ


• ଭୁବନେଶ୍ୱର କଳାଭୂମିରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବା ପାଇଁ ପ୍ରସିଦ୍ଧ ସ୍ଥପତିଙ୍କ ସମାଗମ
• ଦୁଇ ଦିନିଆ କର୍ମଶାଳା ପେସାଦାର ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାବ ବିନିମୟକୁ ସୁଗମ କରିଛି
• ପ୍ରତ୍ୟକ୍ଷ ଶିକ୍ଷଣୀୟ ଓ ମେଂଟରସିପ୍ ଅଧିବେଶନରେ ଯୋଡ଼ିହେଲେ ସ୍ଥାପତ୍ୟ ଛାତ୍ରଛାତ୍ରୀ


ଭୁବନେଶ୍ୱର, ୩/୨: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟସ୍ (ଆଇଆଇଏ) ଓଡ଼ିଶା ଚାପ୍ଟର ପକ୍ଷରୁ ୨୦୨୪ ଫେବ୍ରୁଆରି ୩-୪ରେ ଭୁବନେଶ୍ୱରର କଳାଭୂମିଠାରେ ଏକ ଐତିହାସିକ ଆର୍କିଟେକ୍ଚରାଲ୍ ଡିଜାଇନ୍ କର୍ମଶାଳା “ଇଭଲ୍‌ଭ ଡିଜାଇନ୍‌\’ ସଫଳତାର ସହ ଆୟୋଜନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଏନ୍‌ଆଇଟି ରାଉରକେଲା, ଭିଏସ୍‌ଏସ୍‌ୟୁଟି ବୁର୍ଲା, ଓୟୁଟିଆର ଭୁବନେଶ୍ୱର, ପିଏମସିଏ କଟକ, କିଟ୍‌ସ ସ୍କୁଲ୍ ଅଫ୍ ଆର୍କିଟେକ୍ଚର ଆଣ୍ଡ ପ୍ଲାନିଂ ଭୁବନେଶ୍ୱର, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, କଟକ ଓ ସୁଧାନନ୍ଦ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ ସମେତ ଓଡ଼ିଶାର ବିଭିନ୍ନ ପ୍ରତିଷ୍ଠିତ ଆର୍କିଟେକ୍ଚ କଲେଜର ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଏକାଠି ହୋଇଥିଲେ । ରାଜ୍ୟର ୨୫ରୁ ଅଧିକ ବିଶିଷ୍ଟ ସ୍ଥପତିଙ୍କ ତତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ସ୍ଥାପତ୍ୟ ଅଭ୍ୟାସରେ ନିଜର ଦକ୍ଷତା ଓ ଜ୍ଞାନ ବୃଦ୍ଧି ଉଦ୍ଦେଶ୍ୟରେ ଏକ ଗଭୀର ଡିଜାଇନ୍ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ ।
ଏହି କର୍ମଶାଳା ଏକ ତତ୍କାଳ ଇଂଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଭାବରେ କାର୍ଯ୍ୟ କରିଥିଲା ଯାହା ଛାତ୍ରଛାତ୍ରୀଙ୍କୁ ରାଜ୍ୟର ପ୍ରସିଦ୍ଧ ଆର୍କିଟେକ୍ଟଙ୍କ ସହ ସିଧାସଳଖ ଜଡ଼ିତ ହେବା ପାଇଁ ଏକ ଅନନ୍ୟ ପ୍ଲାଟଫର୍ମ ପ୍ରଦାନ କରିଥିଲା । ଭାବ ବିନିମୟ ଅଧିବେଶନ ଏବଂ ପ୍ରତ୍ୟକ୍ଷ ଅଭ୍ୟାସ ମାଧ୍ୟମରେ ଅଂଶଗ୍ରହଣକାରୀମାନେ ମୂଲ୍ୟବାନ ବୁଝାମଣା ଏବଂ ବ୍ୟବହାରିକ ଅଭିଜ୍ଞତା ହାସଲ କରିଥିଲେ ଯାହା ସେମାନଙ୍କ ବୃତିଗତ ଅଭିବୃଦ୍ଧି ଏବଂ ବିକାଶରେ ଯୋଗଦାନ କରିଥିଲା ।
ଦ୍ୱିତୀୟ ଦିନରେ ଏହି କାର୍ଯ୍ୟକ୍ରମର ଏକ ଆକର୍ଷଣ ହେଉଛି ଆର୍କିଟେକ୍ଚର ଆଣ୍ଡ ମ୍ୟୁଜିକ୍ ଫ୍ୟୁଜନ କର୍ମଶାଳା ଯେଉଁଥିରେ ଆମେରିକାର ଏଲ୍ ଡୋରାଡୋ ଗ୍ରୁପ୍‌ର ସ୍ଥପତି ତଥା ନୃଶ୍ୟ ଶିଳ୍ପୀ ଡ. ଅନିତା କୁଲକର୍ଣ୍ଣିଙ୍କ ଆକର୍ଷଣୀୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସ୍ଥାପତ୍ୟ ଏବଂ ସଙ୍ଗୀତ ଉପାଦାନର ଏହି ମିଶ୍ରଣ କର୍ମଶାଳାରେ ଏକ ସୃଜନଶୀଳ ଦିଗ ଯୋଡ଼ିଥିଲା । ଅଂଶଗ୍ରହଣକାରୀମାନଙ୍କୁ ଡିଜାଇନ୍ ପାଇଁ ଆନ୍ତଃବିଭାଗୀୟ ସହଯୋଗ ଏବଂ ଅଭିନବ ପଦ୍ଧତି ଅନୁସନ୍ଧାନ କରିବାକୁ ତାହା ପ୍ରେରଣା ଦେଇଥିଲା ।


ପରାମର୍ଶଦାତା ଦଳରେ ବରିଷ୍ଠ ତଥା ବିଶିଷ୍ଟ ଆର୍କିଟେକ୍ଟ ରତ୍ନମାଳା ମିଶ୍ର, ଏଆର ତାରା ପ୍ରସାଦ ଧଳ, ଏଆର ଦେବେନ୍ଦ୍ର ପରିଡ଼ା, ଏଆର ସବ୍ୟସାଚୀ ମହାନ୍ତି, ଏଆର ନାରାୟଣ ତ୍ରିପାଠୀ, ଏଆର ଶୁଭାଂଖି ଚୌଧୁରୀ, ଏଆର ଆଲୋକ ରଞ୍ଜନ ସାହୁ, ଏଆର ମୀନାକ୍ଷୀ ରଥ, ଏଆର ସ୍ମୃତି ସ୍ନିଗ୍ଧା ସାହାଣୀ, ଏଆର କୀର୍ତି ଯୋଗଦର୍ଶିନୀ, ଏଆର ସ୍ନେହାଶିଷ ତ୍ରିପାଠୀ, ଏଆର ସ୍ୱାଗତ ଜେନା, ଏଆର ଦେବୀ ସାହୁ, ଏଆର୍ ସୌମ୍ୟଜିତ ମିଶ୍ର, ଏଆର ଅର୍ନୁସୂୟା ତ୍ରିପାଠୀ, ଏଆର ଯୋଗେଶ ରେଖାଣୀ, ଏଆର ଭକ୍ତି ପ୍ରସାଦ ମହାପାତ୍ର, ଏଆର ଶିବ ପ୍ରସାଦ ରଥ, ଏଆର ସୌମ୍ୟରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସେମାନଙ୍କର ଅମୂଲ୍ୟ ମାର୍ଗଦର୍ଶନ ଓ ଦକ୍ଷତା କେବଳ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଅଭିଜ୍ଞତାକୁ ସମୃଦ୍ଧ କରିନଥିଲା ବରଂ ଓଡ଼ିଶାରେ ସ୍ଥାପତ୍ୟ ଶିକ୍ଷା ଓ ବୃତିକୁ ପ୍ରୋତ୍ସାହିତ କରିବାରେ ମଧ୍ୟ ଉଲ୍ଲେଖନୀୟ ଅବଦାନ ଦେଇଥିଲା ।


ଆଇଆଇଏ ଓଡ଼ିଶା ଚାପ୍ଟରର ଅଧ୍ୟକ୍ଷ ଏଆର ସ୍ୱପ୍ନଦତା ମହାନ୍ତି ସମସ୍ତ ଅଂଶଗ୍ରହଣକାରୀ, ପରାମର୍ଶଦାତା ଏବଂ ଅଂଶୀଦାରମାନଙ୍କୁ ସେମାନଙ୍କର ଅତୁଳନୀୟ ସମର୍ଥନ ଏବଂ ଉତ୍କର୍ଷତା ପ୍ରତି ପ୍ରତିବଦ୍ଧତା ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ରାଜ୍ୟର ସର୍ବାଙ୍ଗୀନ ଅଭିବୃଦ୍ଧିରେ ସହଯୋଗ, ଉଦ୍ଭାବନ ଏବଂ ନିରନ୍ତର ଶିକ୍ଷାକୁ ପ୍ରୋତ୍ସାହିତ କରିବାରେ କର୍ମଶାଳାର ଭୂମିକା ଉପରେ ସେ ଆଲୋକପାତ କରିଥିଲେ ।
ଏହି କର୍ମଶାଳାର ଉଦଯାପନୀ ସମାରୋହରେ ଶ୍ରେଷ୍ଠ ପ୍ରଦର୍ଶନ କାରୀ ଗୋଷ୍ଠୀଙ୍କୁ ସମ୍ବର୍ଦ୍ଧିତ କରାଯିବ ଏବଂ ଗୁରୁଙ୍କ ସହିତ ସ୍ଥାପତ୍ୟ ବିଦ୍ୟାଳୟର ମୁଖ୍ୟମାନେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଆକର୍ଷିତ ହେବେ ।
ରାଜ୍ୟରେ ସ୍ଥାପତ୍ୟ ଶିକ୍ଷା ଓ ଅଭ୍ୟାସକୁ ଆଗକୁ ବଢ଼ାଇବା ପାଇଁ ଆଇଆଇଏ ଓଡ଼ିଶା ଚାପ୍ଟରର ସମର୍ପଣର ପ୍ରମାଣ ଭାବେ ଏହି “ଇଭଲଭ୍‌” ଡିଜାଇନ୍ କର୍ମଶାଳା ଉପସ୍ଥାପିତ ହୋଇଛି । ଏଭଳି ପଦକ୍ଷେପ ମାଧ୍ୟମରେ ଏହି ଅଧ୍ୟାୟ ପରବର୍ତୀ ପିଢ଼ିର ଆର୍କିଟେକ୍ଟମାନଙ୍କୁ ଏକ ସ୍ଥାୟୀ ଏବଂ ଜୀବନ୍ତ ନିର୍ମିତ ପରିବେଶ ଗଠନ ପାଇଁ ପ୍ରେରଣା ଓ ସଶକ୍ତ କରିଚାଲିଛି ।

Leave a Reply

Your email address will not be published. Required fields are marked *