ଆଇଆଇଏ ଲିଡରସିପ୍ କନ୍କ୍ଲେଭ୍ ଆଣ୍ଡ୍ ଡିଜାଇନ୍ କାର୍ନିଭାଲ୍ ୨୦୨୩: ପ୍ରଥମ ଦିନରେ ଏକ ଦୂରଦର୍ଶୀ ଶୁଭାରମ୍ଭର ଉନ୍ମୋଚନ
ଭୁବନେଶ୍ୱର, ୯/୯: ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟସ୍ (ଆଇଆଇଏ), ଓଡ଼ିଶା ଚାପ୍ଟର ପକ୍ଷରୁ “ସମର୍ଥ-ସ୍ଥପତିଙ୍କୁ ସଶକ୍ତ କରିବା’ ବିଷୟବସ୍ତୁ ଉପରେ ପର୍ଯ୍ୟବେସିତ ଦୁଇଦିନିଆ କାର୍ଯ୍ୟକ୍ରମ ଆଇଆଇଏ ଲିଡରସିପ୍ କନ୍କ୍ଲେଭ୍ ଆଣ୍ଡ୍ ଡିଜାଇନ୍ କାର୍ନିଭାଲ୍ ୨୦୨୩ ବିଷୟରେ ଘୋଷଣା କରାଯାଇଛି । ଏହି ସମ୍ମାନଜନକ କାର୍ଯ୍ୟକ୍ରମର ଉଦ୍ଘାଟନୀ ଦିବସରେ ବକ୍ତା, ଅତିଥି, ବୈଷୟିକ ଅଧିବେଶନ, ପ୍ୟାନେଲ୍ ଆଲୋଚନା, ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଏକ ଚମତ୍କାର ସଙ୍ଗୀତ ନାଇଟ୍ ଦେଖିବାକୁ ମିଳିଛି ।
ଏଥିରେ ଓଡ଼ିଶା ସରକାରଙ୍କ ଉନ୍ନୟନ କମିସନର ଓ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆଇଆଇଏର ଅଧକ୍ଷ ସ୍ଥପତି ବିଳାସ ଅବଚତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି । ଏହି ଅବସରରେ ଆଇଆଇଏ ଓଡ଼ିଶା ଚାପ୍ଟରର ସଭାପତି ସ୍ଥପତି ସ୍ୱପ୍ନଦତା ମହାନ୍ତି, ସମ୍ପାଦକ ସ୍ଥପତି ଅକ୍ଷୟ କୁମାର ବେଉରିଆ, ଉପ ସଭାପତି ସ୍ଥପତି ମୌସୁମୀ ନନ୍ଦ ଓ ସ୍ଥାପତ୍ୟ ଓ ଡିଜାଇନ୍ ସମୁଦାୟର ଅନ୍ୟ ବିଶିଷ୍ଟ ଅତିଥିମାନେ ଅଂଶଗ୍ରହଣ କରିଥିଲେ ।
ଆଇଆଇଏ ଓଡ଼ିଶା ଚାପ୍ଟରର ସଭାପତି ସ୍ଥପତି ସ୍ୱପ୍ନଦତା ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରି ଦିବସରେ ଏକ ସମୃଦ୍ଧ ଅନୁଭବ ଓ ଆଲୋଚନା ପାଇଁ ମଂଚ ପ୍ରସ୍ତୁତ କରିଥିଲେ । ପ୍ରଥମ ଦିବସରେ ଦୁଇଟି ବୈଷୟକି ଅଧିବେଶନ ଆୟୋଜନ କରାଯାଇଥିଲା । ଉଦଘାଟନୀ ଅଧିବେଶନର ନେତୃତ୍ୱ ନେଇଥିବା ମାଷ୍ଟର ସ୍ଥପତି ସଞ୍ଜୟ ମୋହେ ଏବଂ ଦ୍ୱିତୀୟ ଅଧିବେଶନରେ ବିଶିଷ୍ଟ ସ୍ଥପତି ମୁରଲୀ ମୁରୁଗମ ନେତୃତ୍ୱ ନେଇଥିଲେ । ଏହି ଦୁଇ ଅଧିବେଶନ ସ୍ଥାପତ୍ୟ ଓ ଡିଜାଇନର ଭବିଷ୍ୟତ ଉପରେ ମୂଲ୍ୟବାନ ଜ୍ଞାନ ପ୍ରଦାନ କରିଥିଲା ।
ଏକ ଚିନ୍ତାଶୀଳ ପ୍ୟାନେଲ ଆଲୋଚନା ମଧ୍ୟ ଆୟୋଜନ କରାଯାଇଥିଲା ଯେଉଁଥିରେ ପ୍ୟାନେଲିଷ୍ଟ୍ ଭାବେ ଓବିସିସିର ପରିଚାଳନା ନିର୍ଦ୍ଦେଶକ ଇଂ ଜେ କେ ଦାସ, ଇନ୍ଟାଚ୍ର ସଦସ୍ୟ ଶ୍ରୀ ଅନିଲ ଧୀର, ବରିଷ୍ଠ ସ୍ଥପତି ଶ୍ରୀ ରାମହରୀ ଜେନା, ବିଶିଷ୍ଟ ଟୁର ପ୍ଲାନର ଏଲ୍ ପି ପଟ୍ଟନାୟକ, ଏଆର୍. ଗିରିଧର ଅଗ୍ରୱାଲ୍, ବକୁଳ ଫାଉଣ୍ଡେସନର ସଦସ୍ୟ ଶ୍ରୀ ସୁଜିତ ବକୁଳ, ନିଉ ଇଣ୍ଡିଆନ ଏକ୍ସପ୍ରେସର ସମ୍ପାଦକ ଶ୍ରୀ ଶିବ ମହାନ୍ତି ଓ ବରିଷ୍ଠ ସ୍ଥପତି ସଂଗ୍ରାମ ମହାନ୍ତି । ସେମାନେ ସ୍ଥାପତ୍ୟ, ଅର୍ବାନ ପ୍ଲାନିଂ ଓ ସ୍ଥାୟିତ୍ୱର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।
ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆକର୍ଷଣୀୟ ସ୍ଥାପତ୍ୟ ଓ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଯେଉଁଥରେ ପରବର୍ତୀ ପିଢ଼ିର ସ୍ଥପତିଙ୍କ ମଧ୍ୟରେ ପ୍ରତିଭା ଓ ଅଭିନବ ଚିନ୍ତାଧାରା ଦେଖିବାକୁ ମିଳିଥିଲା । ଆଇଆଇଏ ଲିଡରସିପ୍ କନ୍କ୍ଲେଭ୍ ଆଣ୍ଡ୍ ଡିଜାଇନ୍ କାର୍ନିଭାଲ୍ ୨୦୨୩ ଏକ ସ୍ୱତନ୍ତ୍ର ମଂଚ ପ୍ରଦାନ କରିଥିଲା ଯେଉଁଥିରେ ୬୦୦ରୁ ଅଧିକ ଅତିଥି, ଡିଜାଇନ ସ୍କୁଲର ପ୍ରତିନିଧି ଏବଂ ୨୦୦ ସ୍ଥାପତ୍ୟ ପାଠ୍ୟକ୍ରମର ଛାତ୍ରଛାତ୍ରୀ, ଶିଳ୍ପ ଅଂଶୀଦାର ଓ ଶିଳ୍ପ ସହଯୋଗୀ ଯୋଗ ଦେଇଥିଲେ ।
ଆଇଆଇଏ ଓଡ଼ିଶା ଚାପ୍ଟରର ସଭାପତି ସ୍ଥପତି ସ୍ୱପ୍ନଦତା ମହାନ୍ତି କହିଛନ୍ତି ଯେ, “ସମର୍ଥ-ସ୍ଥପତିଙ୍କୁ ସଶକ୍ତ କରିବା, କେବଳ ଏକ କାର୍ଯ୍ୟକ୍ରମ ନୁହେଁ; ଏହା ହେଉଛି ପଦକ୍ଷେପ ଗ୍ରହଣ କରିବା ପାଇଁ ଆହ୍ୱାନ । ମିଳିତ ଭାବେ ଆମେ ଏଭଳି ଏକ ଦୀର୍ଘସ୍ଥାୟୀ ସହରାଂଚଳ କ୍ଷେତ୍ର ବିକାଶ କରିବାକୁ ଉଦ୍ୟମ କରୁଛୁ ଯାହା କେବଳ ଜୀବନକୁ ସମୃଦ୍ଧ କରିବ ନାହିଁ ବରଂ ପରବର୍ତୀ ପିଢ଼ି ପାଇଁ ପରିବେଶର ସୁରକ୍ଷା କରିବ । ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ଯିବା ପାଇଁ ସ୍ଥପତିମାନଙ୍କୁ ଆମେ ସଶକ୍ତ କରୁଥିବା ବେଳେ ଆସନ୍ତୁ ଆମର ଏହି ରୂପାନ୍ତରୀତ ଯାତ୍ରାରେ ଯୋଡ଼ିହୁଅନ୍ତୁ ।’’
“ସମର୍ଥ-ସ୍ଥପତିଙ୍କୁ ସଶକ୍ତ କରିବା’ ବିଷୟବସ୍ତୁ ଏକ ମିଳିତ ଲକ୍ଷ୍ୟର ଗୁରୁତ୍ୱ ଏବଂ ଏକ ସ୍ଥାୟୀ କ୍ଷେତ୍ର ସୃଷ୍ଟି କରିବାର ଅତୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ଯାହା ସମୟର ଆହ୍ୱାନକୁ ମୁକାବିଲା କରିପାରିବ । ଏହି କାର୍ଯ୍ୟକ୍ରମ ଆଇଆଇଏ କର୍ମକର୍ତାଙ୍କୁ ଆବଶ୍ୟକ କୌଶଳ ଓ ଜ୍ଞାନ ପ୍ରଦାନ କରୁଥିବା ବେଳେ ଜାତୀୟ କର୍ମକର୍ତା, ପରିଷଦ ସଦସ୍ୟ ଏବଂ ବିଭିନ୍ନ ଚାପ୍ଟର, କେନ୍ଦ୍ର ଓ ଉପ-କେନ୍ଦ୍ରଗୁଡ଼ିକର ପ୍ରତିନିଧିଙ୍କ ସହ ପ୍ରତ୍ୟକ୍ଷ ଆଲୋଚନାର ସୁଯୋଗ ପ୍ରଦାନ କରୁଛି ।