ବେଦାନ୍ତ ଆଲୁମିନିୟମର ‘ମିଲାପ’ କିପରି କଳାହାଣ୍ଡିରେ ଗୋଷ୍ଠୀଗତ ଯୋଗଦାନକୁ ନୂଆ ରୂପ ଦେଉଛି
କଳାହାଣ୍ଡି : କଳାହାଣ୍ଡି ଭଳି ଅଂଚଳରେ ସମୁଦାୟ ସହ ସମ୍ପୃକ୍ତି କିମ୍ବା ସଂଯୋଗ କ୍ବିଚତ ବ୍ୟାପକ ଓ ଆକର୍ଷଣୀୟ ହୋଇଥାଏ। ଏହା ହେଉଛି ନିରନ୍ତରତା, ବିଶ୍ବାସ ଓ ବିଶ୍ବସନୀୟତା ବିଷୟ ଯାହା ବାରମ୍ବାର ଦେଖାଦେଲେ ଆସିଥାଏ। ବେଦାନ୍ତ ଆଲୁମିନିୟମ ପକ୍ଷରୁ ଏହାର ଲାଞ୍ଜିଗଡ ପ୍ରକଳ୍ପ ଅଧୀନରେ କାର୍ଯ୍ୟକାରୀ କରାଯାଇଥିବା ପ୍ରୋଜେକ୍ଟ ମିଳାପ ସେହି ବୁଝାମଣା ଆଧାରରେ ଗଠନ କରାଯାଇଛି।
୨୦୨୩ ଡିସେମ୍ବରରେ ଶୁଭାରମ୍ଭ ହୋଇଥିବା ମିଳାପ ହେଉଛି କମ୍ପାନିର ଗୋଷ୍ଠୀ ସଂଯୋଗ ଅଭିଯାନ ଯାହାକୁ ନେତୃତ୍ବ ଟିମ ଓ ପଡ଼ୋଶୀ ଗ୍ରାମଗୁଡ଼ିକ ମଧ୍ୟରେ ପ୍ରତ୍ୟକ୍ଷ, ଢ଼ାଂଚାଗତ ଆଲୋଚନା ସୃଷ୍ଟି କରିବାକୁ ପ୍ରସ୍ତୁତ କରାଯାଇଛି। କେବଳ ଆନୁଷ୍ଠାନିକ ବୈଠକ କିମ୍ବା ଗୋଟିଏ ଥର ଲୋକସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ ନ କରି ମିଳାପରେ ଏକ ସରଳ ନମୁନା ଅନୁସରଣ କରାଯାଉଛଇି। କମ୍ପାନିର ବରିଷ୍ଠ ଅଧିକାରୀ ଓ କ୍ଷେତ୍ର ଦଳ ପ୍ରତି ମାସରେ ଗ୍ରାମ ପରିଦର୍ଶନ କରି ବାସିନ୍ଦାମାନଙ୍କ ସହ ବସାଉଠା କରୁଛନ୍ତି, ସେମାନଙ୍କ କଥା ଶୁଣୁଛନ୍ତି ଓ ସେହି ଅଭ୍ୟାସକୁ ଦୋହରାଉଛନ୍ତି।
ସମୟ ଗଡ଼ିବା ସହିତ ଏହି ନିୟମିତ ଗସ୍ତ ଯୋଗାଯୋଗରେ ପରିବର୍ତନ ଆଣିଛି।
କଳହାଣ୍ଡିର ଇତିହାସକୁ ଦେଖିଲେ ନିବେଶ ତୁଳନାରେ ବିଶ୍ବାସ ଉପରେ ଫଳାଫଳ ଅଧିକ ନିର୍ଭର କରୁଥିବା ଜଣାପଡ଼େ। ସେଥିପାଇଁ ମିଳାପକୁ ଏକ ପଦକ୍ଷେପ ବଦଳରେ ଏକ ବାରମ୍ବାର ଘଟୁଥିବା ଢ଼ାଂଚାରେ ପରିଣତ କରାଯାଇଛି। ପ୍ରତିଟି ଗସ୍ତର ପୂର୍ବ ଗସ୍ତ ସହ ସମ୍ପର୍କ ରହୁଛି ଯାହା ଆଲୋଚନାକୁ ଗଭୀର କରୁଥିବା ବେଳେ ସମସ୍ୟାଗୁଡ଼ିକ ସ୍ବାଭାବିକ ଭାବେ ସାମ୍ନାକୁ ଆସୁଛି ଏବଂ ସେହି ଅନୁସାରେ ପ୍ରତିକ୍ରିୟା ପ୍ରସ୍ତୁତ କରାଯାଉଛି।
କମ୍ପାନିର ମୁଖ୍ୟମାନେ କାରଖାନା ବାହାରକୁ ଆସୁଛନ୍ତି ଏବଂ ଗ୍ରାମବାସୀଙ୍କୁ ସେମାନଙ୍କ ବାରଣ୍ଡା, ବିଦ୍ୟାଳୟ ଓ ସାର୍ବଜନୀନ ସ୍ଥାନରେ ଭେଟୁଛନ୍ତି। କୃଷି, ଜୀବନଜୀବିକାଠାରୁ ଆରମ୍ଭ କରି ସ୍ବାସ୍ଥ୍ୟସେବା ପହଂଚିବା ଓ ଦୈନନ୍ଦୀନ ଭିତିଭୂମି ଆବଶ୍ୟକତା ଉପରେ ଆଲୋଚନା ହେଉଛି। କୌଣସି ଘୋଷଣା ହୁଏ ନାହିଁ କିମ୍ବା କିଛି ତଥ୍ୟ ଉପସ୍ଥାପନ କରାଯାଏନାହିଁ। ଲୋକଙ୍କ କଥା ଶୁଣିବା, ସମସ୍ୟାର ନଥି ପ୍ରସ୍ତୁତ କରିବା ଓ ତାହାର ଅଗ୍ରଗତିକୁ ଜାଣିବା ଉପରେ ଗୁରୁତ୍ବ ଦିଆଯାଉଛି।

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ବେଦାନ୍ତ ଆଲୁମିନା ବ୍ୟବସାୟର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ‘ଆମେ ଯେତେବେଳେ ମିଳାପ ଆରମ୍ଭ କରିଥିଲୁ ଆମର ସଂକଳ୍ପ ସରଳ ଥିଲା। ତାହା ହେଉଛି ନେତୃତ୍ବକଚ କେବଳ କାରଖାନା ପରିସରରେ କାର୍ଯ୍ୟକାରୀ କରାଯିବ ନାହିଁ। ବିଗତ ବର୍ଷଗୁଡ଼ିକରେ ମିଳାପ ଜରିଆରେ ଆମ ନେତୃତ୍ବ ମଣ୍ଡଳୀ ଓ ତାଙ୍କ ଟିମ ସିଧାସଳଖ ସମୁଦାୟ ସହ ଯୋଡ଼ିହୋଇପାରିଛନ୍ତି ଯେଉଁମାନେ ଆମ ଯାତ୍ରାର ହେଉଛନ୍ତି ଅବିଚ୍ଛେଦ୍ୟ ଅଙ୍ଗ। ଏହି ମାସିକ ଆଲୋଚନା ଆନୁଷ୍ଠାନିକ ଲୋକସମ୍ପର୍କ କାର୍ଯ୍ୟକ୍ରମଠାରୁ ଆଗକୁ ବଢ଼ି ଅର୍ଥପୂର୍ଣ୍ଣ କଥାବାର୍ତାକୁ ସକ୍ଷମ କରିଛି ଯାହା ଆମ ଆକାଂକ୍ଷାକୁ ଜାଣିବା, ଆହ୍ବାନକୁ ସ୍ବୀକାର କରିବା ଏବଂ ମିଳିତ ପ୍ରଗତିକୁ ମିଳିମିଶି ପାଳନ କରିବାରେ ସହାୟକ ହୋଇଛି।
ଶୁଭାରମ୍ଭ ପରଠାରୁ ବେଦାନ୍ତ ରିଫାଇନାରି ଆଖପାଖ ଅଂଚଳର ୪୬ଟି ଗ୍ରାମ ସହ ମିଳାପ ଯୋଡ଼ିହୋଇଛି ଯେଉଁଥିରୁ ୨୫ଟି ଗାଁ ୨୦୨୫ରେ ସାମିଲ ହୋଇଛନ୍ତି। ଏହି ଆଲୋଚନାରେ ୧୫,୦୦୦ରୁ ଅଧିକ ଗୋଷ୍ଠୀ ସଦସ୍ୟ ସାମିଲ ହୋଇଛନ୍ତି ଏବଂ ଆଲୋଚନା ପରେ ପଦପେକ୍ଷ ଦ୍ବାରା ୩,୦୦୦ ପରିବାର ସିଧାସଳଖ ଉପକୃତ ହୋଇଛନ୍ତି।
କିନ୍ତୁ ଏହାର ପ୍ରଭାବ ସଂଖ୍ୟା ଅପେକ୍ଷା ପରିଚିତ୍ରତା ବିଷୟରେ ଅଧିକ। ଭ୍ରମଣ ଜାରି ରହିବା ସହ ଖୋଲା ଆଲୋଚନାକୁ ପରିଣତ ହୋଇଛି।
‘ମିଳାପ ଅତି ସହଜରେ ଆପଣଙ୍କ ଧ୍ୟାନକୁ ନିର୍ଘଂଟ ଓ ଫଳାଫଳରୁ ଆଗକୁ ନେଇ ଲୋକ ଓ ଆଲୋଚନାରେ ପହଂଚାଉଛି ତାହା ପ୍ରକୃତରେ ଗୁରୁତ୍ବ ରଖୁଛି। ଗାଁରେ ସମୟ ବିତାଇବା ଏକ ଦୃଷ୍ଟିକୋଣ ପ୍ରଦାନ କରେ ଯାହା ପରିଦର୍ଶନ ପରେ ମଧ୍ୟ ଲମ୍ବା ସମୟ ରହିଥାଏ ବୋଲି ବେଦାନ୍ତ ଆଲୁମିନିୟମର ନିର୍ଦେଶକ ଫିଲିପ କ୍ୟାମ୍ପବେଲ କହିଛନ୍ତି।’’
ମିଳାପକୁ ଯାହା ଅନ୍ୟଠାରୁ ଅଲଗା କରୁଛି ତାହା ହେଉଛି ପ୍ରତ୍ୟକ୍ଷ, ସ୍ଥାନୀୟ ଭାବେ ଉପଯୋଗୀ ପଦକ୍ଷେପ। ଅଂଶଗ୍ରହଣକାରୀ ଗ୍ରାମଗୁଡ଼ିକରେ ଗୋଷ୍ଠୀ ସ୍ଥଳରେ ଅତ୍ୟାବଶ୍ୟକ ଉପଯୋଗୀତା ସାମଗ୍ରୀ, ରୋଷେଇ ଉପକରଣ ଓ ଚଟାଣରେ ବସିବା ସୁବିଧା କରାଯାଉଛି ଯାହା ବୈଠକ ଓ ମିଳିତ କାର୍ଯ୍ୟକଳାପକୁ ଅଧିକ କାର୍ଯ୍ୟକ୍ଷମ କରିପାରିଛି।
ଯୁବ ଗୋଷ୍ଠୀଙ୍କୁ ଯୋଡ଼ିବା ହେଉଛି ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ବିଷୟ। ହରେକୃଷ୍ଣପୁରରେ ସ୍ଥାନୀୟ କ୍ରିକେଟ ଦଳକୁ ଜର୍ସି ଓ କ୍ରୀଡ଼ା ଉପକରଣ ପ୍ରଦାନ କରାଯାଇଛି। ତାହା ଛୋଟ ହୋଇଥିଲେ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଏଭଳି ସ୍ବୀକୃତି ବହୁ ଯୁବ ବାସିନ୍ଦାଙ୍କ ବିଶ୍ବାସ ବଢ଼ାଇଥିବା ବେଳେ ଦକ୍ଷତା ବିକାଶ ସୁଯୋଗ ପ୍ରତି ସେମାନଙ୍କ ଭିତରେ ଆଗ୍ରହ ସୃଷ୍ଟି କରିଛି।
‘ମିଳାପ ପରିଦର୍ଶନ ସମୟରେ ଆମେ ବେଦାନ୍ତ କର୍ମଚାରୀମାନଙ୍କ ସହ ଏକାଠି ସମୟ ବିତାଉ ଓ ଭୋଜନ କରିଥାଉ। ଏହା ଗାଁ ସାରା ପାଇଁ ଏକ ସମ୍ପର୍କ ଯୋଡ଼ିବାର ଦିନ ଭଳି ହୋଇଥାଏ। ଆମେ ଏଭଳି କିଛି ସହାୟତା ପାଇଛୁ ଯାହା ପ୍ରକୃତରେ ବ୍ୟବହାର ଉପଯୋଗୀ ଯେମିତି ଗୋଷ୍ଠୀ ସ୍ଥାନ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଯୁବପିଢ଼ିଙ୍କ ପାଇଁ କ୍ରୀଡ଼ା କିଟ୍। ସେଭଳି ଛୋଟ ଛୋଟ ଜିନିଷ ଆମ ମିଳାମିଶାକୁ ଦୃଢ଼ କରିଛି ଓ ଆମ ପିଲାଙ୍କୁ ବିଶ୍ବସ୍ତ କରିଛି ବୋଲି ହରେକୃଷ୍ଣପୁରର ବାସିନ୍ଦା ବିଶ୍ବମ୍ବର ପ୍ରଧାନୀ କହିଛନ୍ତି।
ଏହି କାର୍ଯ୍ୟକ୍ରମ ଗୋଷ୍ଠୀ ସ୍ବେଚ୍ଛାସେବୀଙ୍କୁ ମଧ୍ୟ ମାନ୍ୟତା ଦେଉଛି। ଗ୍ରାମ ସେବା ଦଳ ସାଧାରଣତଃ ସ୍ଥାନୀୟ ଜରୁରୀ ପରିସ୍ଥିତିରେ ଆଗ ପହଂଚିଥାନ୍ତି। ସେମାନଙ୍କ ସେବାର ସ୍ବୀକୃତି ପାଇଁ ସେମାନଙ୍କୁ ୟୁନିଫର୍ମ ପ୍ରଦାନ କରାଯାଇଛି। ସମାନ୍ତରାଳ ଭାବେ ଚାଷୀ ପରିବାରକୁ ରବି ଫସଲ ବିହନ ଓ କୃଷି ଉପକରଣ ଯୋଗାଇ ଦିଆଯାଇଛି ଯାହା ଗୁରୁତ୍ବପୂର୍ଣ୍ଣ ଚାଷ ପର୍ଯ୍ୟାୟରେ ଉତ୍ପାଦକତା ବଢ଼ାଇବାରେ ସହାୟକ ହେଉଛି।
କିଛି ସମୟ ଭିତରେ ପାରିପାଶ୍ବିକ ସମୁଦାୟ ସହ ବେଦାନ୍ତ ଆଲୁମିନିୟମର ସମ୍ପର୍କକୁ ମିଳାପ ବଦଳାଇ ଦେଇଛି। ବିକାଶମୂଳକ ଅଭିଯାନରେ ଅଂଶଗ୍ରହଣ ବଢ଼ିଛି, ଯୋଗାଯୋଗ ମାଧ୍ୟମ ସ୍ଥାପିତ ହୋଇଛି ଏବଂ ଆଲୋଚନା ପାଇଁ ସ୍ବର ସନ୍ଦେହରୁ ସହଯୋଗରେ ପରିଣତ ହୋଇଛି।
