ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌ର ଚାଳକ ସାର୍ଥକ ଚଭନ ଥାଇଲ୍ୟାଣ୍ଡ୍‌ଟ୍ୟାଲେଂଟ୍ କପ୍‌ରେ ରଚିଲେ ଇତିହାସ

ଭୁବନେଶ୍ୱର: ଥାଇଲ୍ୟାଣ୍ଡ୍‌ର ବୁରିଆମ୍‌ରେ ଥିବା ଚାଙ୍ଗ୍ ଇଟଂରନ୍ୟାସନାଲ୍ ସର୍କିଟରେ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌ର
ଚାଳକ ସାର୍ଥକ ଚଭନ ଇତିହାସ ରଚିଛନ୍ତି । ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ ଇତିହାସରେ ପ୍ରଥମ ଭାରତୀୟ ଚାଳକ
ଭାବେ ଥାଇଲ୍ୟାଣ୍ଡ୍ ଟ୍ୟାଲେଂଟ୍ କପ୍ ୨୦୨୨ର ଦ୍ୱିତୀୟ ରାଉଣ୍ଡ୍‌ରେ ପୋଡିୟମ୍ ଫିନିସ୍ କରି ସେ ଏହି ସଫଳତା
ପାଇଛନ୍ତି ।

ଗତ ସପ୍ତାହରେ ସର୍କିଟରେ ନିଜର ରେସିଂ କୌଶଳକୁ ପ୍ରଦର୍ଶନ କରି ପୁନେର ୧୫ ବର୍ଷୀୟ ଚାଳକ ଗ୍ରିଡ୍‌ରେ
୧୨ତମ ସ୍ଥାନରୁ ରେସ୍ ଆରମ୍ଭ କରି ରାଉଣ୍ଡ୍ ୨ରେ ଶ୍ରେଷ୍ଠ ୫ରେ ପ୍ରବେଶ କରିପାରିଥିଲେ । ଓଦା ସ୍ଥିତି ସତ୍ୱେ ସେ ଏସିଆର ପ୍ରମୁଖ ଚାଳକମାନଙ୍କୁ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଇ ରେସ୍‌ର ଶ୍ରେଷ୍ଠ ଚାଳକଙ୍କଠାରୁ ମାତ୍ର ୦.୫୮୩ ସେକେଣ୍ଡ୍
ପଛରେ ରହି ରେସ୍ ଶେଷ କରିଥିଲେ ।


ସାଥ୍‌ର୍କଙ୍କ ଟିମ୍‌ର ସାଥୀ ଚାଳକ ୧୬ ବର୍ଷୀୟ କେଭିନ୍ କ୍ୱିଂଟାଲ୍ ମଧ୍ୟ ଅବିଶ୍ୱାସନୀୟ ରେସ୍ ପ୍ରଦର୍ଶନ କରିଥିଲେ
୧୬ ଜଣ ଚାଳକଙ୍କ ଗ୍ରିଡ୍‌ରୁ ସେ ୧୫ତ ସ୍ଥାନରୁ ରେସ୍ ଆରମ୍ଭ କରି ଏହି ଚେନ୍ନାଇର ବାଳକ ଭଲ ଆରମ୍ଭ ସହ
ପ୍ରଥମ ଲ୍ୟାପ୍‌ରେ ୫ ଜଣ ଚାଳକଙ୍କୁ ଅତିକ୍ରମ କରିଥିଲେ । ରେସ୍ ୨ରେ ଆରମ୍ଭରୁ ନିଜର ସ୍ଥିତି ବଜାୟ ରଖି ସେ
ନବମ ସ୍ଥାନରେ ରହି ରେସ୍ ଶେଷ କରିଥିଲେ ।
ରାଉଣ୍ଡ୍ ୨ରେ ଭାରତୀୟ ଚାଳକମାନଙ୍କ ପ୍ରଦର୍ଶନ ସମ୍ପର୍କରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ
ଲିମିଟେଡ୍‌ର ଅପରେଟିଂ ଅଫିସର-ବ୍ରାଣ୍ଡ୍ ଆଣ୍ଡ୍ କମ୍ୟୁନିକେସନ୍ ଶ୍ରୀଯୁକ୍ତ ପ୍ରଭୁ ନାଗରାଜ କହିଛନ୍ତି ଯେ,
“ରାଉଣ୍ଡ୍ ୨ରେ ଆମ ଚାଳକମାନଙ୍କ ଫଳାଫଳକୁ ନେଇ ଆମେ ଅତ୍ୟନ୍ତ ଆନନ୍ଦିତ । ଉଭୟ ସାର୍ଥକ ଓ କେଭିନ୍
ଆନ୍ତର୍ଜାତିକ ମାଟିରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ଲଢ଼ୁଆ ମନୋଭାବ ଉପସ୍ଥାପନ କରିଥିଲେ । ଥାଇଲ୍ୟାଣ୍ଡ୍ ଟ୍ୟାଲେଂଟ୍
କପ୍‌ରେ ପୋଡିୟମ୍ ଫିନିସ୍ ହାସଲ କରି ହୋଣ୍ଡା ଇଣ୍ଡିଆ ରେସିଂ ଟିମ୍‌ର ଇତିହାସରେ ଜଣେ ଭାରତୀୟ ଚାଳକ
ଭାବେ ସାର୍ଥକ ଚଭନ ଆମ ସମସ୍ତଙ୍କୁ ଗର୍ବିତ କରିଛନ୍ତି । କିଭଳି ଚାଳକମାନେ ନିରନ୍ତର ଭାବେ ଆଗକୁ ବଢ଼ୁଛନ୍ତି
ଏବଂ ଆନ୍ତର୍ଜାତିକ ମଂଚ ପାଇଁ ପ୍ରସ୍ତୁତ ହେଉଛନ୍ତି ଏହି ବିଜୟ ହେଉଛି ତାହାର ସ୍ୱୀକୃତି ।’’


ନିଜ ସଫଳତା ସମ୍ପର୍କରେ ସାର୍ଥକ ଚଭନ କହିଛନ୍ତି ଯେ, “ଟ୍ରାକ୍‌ରେ ମୁଁ ସର୍ବାଧିକ ପ୍ରଦର୍ଶନ କରିଥିବାରୁ ଏହି ରାଉଣ୍ଡ୍‌ର
ପ୍ରଦର୍ଶନକୁ ନେଇ ବହୁତ ଖୁସି ଅଛି । ଗତ ରାଉଣ୍ଡ୍‌ରୁ ମିଳିଥିବା ଶିକ୍ଷା ଓ ମୋ ମେଂଟରଙ୍କ ପ୍ରଶିକ୍ଷଣକୁ ନେଇ
ପୋଡିୟମ୍‌ରେ ମୁଁ ତୃତୀୟ ସ୍ଥାନ ହାସ କରିଥିଲି । ଏହି ବିଜୟ ମୋର ବିଶ୍ୱାସ ବଢ଼ାଇଛି ଓ ଦେଶ ପାଇଁ ଗୌରବ
ଆଣିବା ଲାଗି ମୁଁ ଲଢ଼େଇ ଜାରି ରଖିବି ।’’ସେହିପରି, କେଭିନ୍ କ୍ୱିଂଟାଲ କହିଛନ୍ତି ଯେ, “ଏହି ରାଉଣ୍ଡ ମୋ ପାଇ

Leave a Reply

Your email address will not be published. Required fields are marked *