ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ୨୦୨୩ ଜାନୁଆରିରେ ୨୯୬,୩୬୩ ଗାଡ଼ି ବିକ୍ରି


ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ଲିମିଟେଡ୍ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ୨୦୨୩ ଜାନୁଆରି ମାସର ବିକ୍ରି ତଥ୍ୟ ଘୋଷଣା କରାଯାଇଛି । ଏହି ମାସରେ କଂପାନିର ମୋଟ ବିକ୍ରି ୨୯୬,୩୬୩ ୟୁନିଟ୍ ରହିଛି । ଦେଶ ଭିତରେ କଂପାନି ୨୭୮,୧୪୩ ଗାଡ଼ି ବିକ୍ରି କରିଥିବା ବେଳେ ୧୮,୨୨୦ଟି ଗାଡ଼ି ରପ୍ତାନି କରିଛି ।
କଂପାନିର ବିକ୍ରି ପ୍ରଦର୍ଶନ ସମ୍ପର୍କରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ର ସଭାପତି ଓ ସିଇଓ ଶ୍ରୀ ଆତ୍‌ସୁସି ଓଗାତା କହିଛନ୍ତି ଯେ, “ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସମୟ ସୀମାର ବହୁ ପୂର୍ବରୁ ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ନିକଟରେ ସ୍ମାର୍ଟ କି’ ସହ ଏହାର ପ୍ରଥମ ଓବିଡି୨ ମଡେଲ୍ ନୂଆ ଆକ୍ଟିଭାକୁ ଉନ୍ମୋଚନ କରାଯାଇଛି । ଏହି ରୂପାନ୍ତରଣର ନେତୃତ୍ୱକୁ ଜାରି ରଖି ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ଖୁବ୍‌ଶୀଘ୍ର ଏହାର ଅନ୍ୟାନ୍ୟ ମଡେଲ୍‌ଗୁଡ଼ିକୁ ନୂଆ ନିୟମ ଅନୁସାରେ ଅପ୍‌ଗ୍ରେଡ୍ କରାଯିବ । ପୁନଶ୍ଚ, ଆଜି ଉପସ୍ଥାପନ ହୋଇଥିବା ବଜେଟ୍‌ରେ ଯାନ ସ୍କ୍ରାପିଂ, ସବୁଜ ଗମନାଗମନ ଏବଂ ନେଟ୍‌-ଜିରୋ ଏମିସନ୍ ଲକ୍ଷ୍ୟ ଉପରେ ଅଧିକ ଗୁରୁତ୍ୱାରୋପ କରାଯାଇଛି ଯାହା ଦେଶର ଗମନାଗମନ ଭବିଷ୍ୟତର ରୂପରେଖ ନିର୍ଧାରଣ କରି ଭାରତୀୟ ଅଟୋମୋବାଇଲ୍ ଶିଳ୍ପକୁ ସୁଦୃଢ଼ କରିବା ଲାଗି ଏକ ରୋଡ୍‌ମ୍ୟାପ୍ ପ୍ରଦାନ କରିବ । ଆମେ ବହୁତ ଆଶାବାଦୀ ଯେ ଏଭଳି ଅଭିଯାନ ଶିଳ୍ପରେ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବ ।’’
୨୦୨୩ ଜାନୁଆରିରେ କଂପାନି ପକ୍ଷରୁ ସ୍ମାର୍ଟ କି’ ସୁବିଧା ଥିବା ନୂଆ ସ୍ମାର୍ଟ ଓ ଅତ୍ୟାଧୁନିକ ଆକ୍ଟିଭା ୨୦୨୩କୁ ଉନ୍ମୋଚନ କରାଯାଇଥିଲା । କଂପାନି ଏହାର ପ୍ରିମିୟମ୍ ମୋଟରସାଇକଲ୍ ବ୍ୟବସାୟ ନେଟୱର୍କକୁ ନୋଏଡା, ଆନ୍ନା ନଗର ଓ କୋଲକାତାକୁ ସମ୍ପ୍ରସାରଣ କରିଥିଲା । ତାମିଲନାଡ଼ୁର କୋଏମ୍ବାଟୁରରେ ଥିବା ଟ୍ରାଫିକ୍ ତାଲିମ ପାର୍କର ସପ୍ତମ ବାର୍ଷିକୀ ପାଳନ କରାଯାଇଥିଲା । ମଧ୍ୟପ୍ରଦେଶର ବିିଦିଶା ଏବଂ ରାଜସ୍ଥାନର ବସିରେ ସଚେତନତା ଶିବିର ଆୟୋଜନ କରାଯାଇଥିଲା ।
ସିଏସ୍‌ଆର୍ କ୍ଷେତ୍ରରେ କଂପାନି ପକ୍ଷରୁ ମାନେସରରେ ଥିବା ଗ୍ଲୋବାଲ୍ ରିସୋର୍ସ ଫ୍ୟାକ୍ଟ୍ରିକୁ ଛାତ୍ରଛାତ୍ରୀଙ୍କୁ ପରିଦର୍ଶନରେ ନିଆଯାଇଥିଲା । ହରିୟାଣାର ଉକ୍‌ଲାନାର ୩୦ଟି ଗ୍ରାମ ପାଇଁ ହୋଣ୍ଡା ଇଣ୍ଡିଆ ଫାଉଣ୍ଡେସନ୍ ପକ୍ଷରୁ ୩୦ ପାଣି ଟାଙ୍କି ଦାନ କରାଯାଇଥିଲା । ମୋଟର ରେସିଂରେ ମଧ୍ୟ ମନଷ୍ଟର ଏନର୍ଜି ହୋଣ୍ଡା ଟିମ୍‌ର ଚାଳକ ପାବ୍‌ଲୋ କ୍ୱିଟାଂନିଲା ଡାକାର ରାଲି ୨୦୨୩ରେ ଚତୁର୍ଥ ସ୍ଥାନରେ ରହିଥିଲେ । ଅନ୍ୟ ଦୁଇ ଚାଳକ ଆଡ୍ରିଏନ୍ ଭାନ୍ ବେଭେରେନ୍ ଏବଂ ଜୋସ୍ ଇଗ୍ନାସିଓ ଯଥାକ୍ରମେ ପଂଚମ ଓ ଅଷ୍ଟମ ସ୍ଥାନରେ ରହିଥିଲେ ।

Leave a Reply

Your email address will not be published. Required fields are marked *