ଉପମୁଖ୍ୟମନ୍ତ୍ରୀଙ୍କୁ ହାଇକୋର୍ଟ ନୋଟିସ୍

ପ୍ରବାହ ନ୍ୟୁଜ୍ : ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କୁ ହାଇକୋର୍ଟଙ୍କ ନୋଟିସ୍ । ତାଙ୍କଠାରୁ ପରାଜିତ ବିଜେଡି ପାର୍ôଥ ସରୋଜ ମେହେର କରିଥିବା ମାମଲା ଆଧାରରେ ଏହି ନୋଟିସ କରିଛନ୍ତି କୋର୍ଟ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୩୦ ତାରିଖରେ ହେବ । ଏହି ଦିନ ମଧ୍ୟରେ ଉତ୍ତର ରଖିବାକୁ କେଭି ସିଂହଦେଓଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେଭି ସିଂହଦେଓ ନିର୍ବାଚନ ସତ୍ୟପାଠ ସମ୍ପତ୍ତି ତାଲିକା ଭୁଲ ଦର୍ଶାଯାଇଥିବା ଦର୍ଶାଇ ବିଜେଡି ପାର୍ôଥ ସରୋଜ ମେହେର୍ ମାମଲା ଦାଏର କରିଥିଲେ ।
୨୦୨୪ ନିର୍ବାଚନରେ ସରୋଜ ମେହେର ପାଟଣାଗଡ ନିର୍ବାଚନ କ୍ଷେତ୍ରରୁ କେଭି ସିଂଦେଓଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏଥିରେ ସେ ସିଂଦେଓଙ୍କଠାରୁ ୧୩୫୭ ଭୋଟରେ ହାରିଥିଲେ ।