ଖୋର୍ଦ୍ଧାରୁ ଦୁଇ କୁଖ୍ୟାତ ଅପରାଧୀ ଗିରଫ : ବନ୍ଧୁକ ଓ ଗୁଳି ଜବତ

ଖୋର୍ଦ୍ଧା : ୦୨/୦୩/୨୦୨୧ : ଗୁରୁଜଙ୍ଗ ଅଞ୍ଚଳରେ ଗତ ବର୍ଷ ଡିସେମ୍ୱର ଆଠ ତାରିଖରେ ହୋଇଥିବା ଗୁଳିମାଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଦ୍ୱାରା ଗିରଫ ହେବାର ସପ୍ତାହେ ନ ପୁରୁଣୁ ଘଟଣାରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତ ଖୋର୍ଦ୍ଧା ଟାଉନ ପୋଲିସ ଦ୍ୱାରା ଗିରଫ ।

ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ପୋଲିସର ଟିମ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା ସମୟରେ ଜାତୀୟ ରାଜପଥ ୧୬ ନିକଟ ପଲ୍ଲା-ତୋଟାପଡ଼ା ଛକ ନିକଟରୁ ଗୁରୁଜଙ୍ଗ ଗୁଳିମାଡ଼ ଘଟଣାର ଅନ୍ୟତମ ଅଭିଯୁକ୍ତ ଖୋର୍ଦ୍ଧା ସାମନ୍ତରାପୁର ଅଞ୍ଚଳର ଲିଙ୍ଗରାଜ ଖଟେଇ ଓରଫ ଲିଟୁ ଓ ତାର ସହଯୋଗୀ ସଦର ଥାନା ଅନ୍ତର୍ଗତ ଦଳେଇପୁଟ ଅଞ୍ଚଳର ଆକାଶ ବାରିକ କୁ ଗିରଫ କରିଛି ।

ଗିରଫ ସମୟରେ ଦୁଇ ଅଭିଯୁକ୍ତଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ ଓ ଦୁଇଟି ଜିବନ୍ତ ଗୁଳି ସହ ଦୁଇଟି ମୋବାଇଲ ଫୋନ ଜବତ ହୋଇଛି । ଆସାମୀ ଲିଙ୍ଗରାଜ ଓରଫ ଲିଟୁ ଆଗରୁ ଅନେକ ଅପରାଧିକ ମାମଲା ଜଡ଼ିତ ବୋଲି ପୋଲିସ ଠାରୁ ସୂଚନା ମିଳିଛି ।

ସେହିପରି ଆକାଶ ବାରିକ କେଉଁ କେଉଁ ମାମଲାରେ ଜଡ଼ିତ, ପୋଲିସ ସେ ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ବୋଲି ଖୋର୍ଦ୍ଧା ଏସ୍ଡିପିଓ ଶୁସିଲ ମିଶ୍ର ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
