୬ ମହଲା ବିଶିଷ୍ଟ ନୂତନ ଡାକ୍ତରଖାନା ନିର୍ମାଣ ନିମନ୍ତେ ଭୂମିପୂଜନ

ଯୋଡା, ୧୧ା୫: ଗୁରୁବାର ପୂର୍ବାହ୍ନରେ କମାରଯୋଡାସ୍ଥିତ ସରକାରୀ ଡାକ୍ତରଖାନା ପରିସରରେ ଆଉ ଏକ ୬ ମହଲା ବିଶିଷ୍ଟ ଡାକ୍ତରଖାନା ନିର୍ମାଣର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓମ୍ବାଡସି ପକ୍ଷରୁ ଏହି ଡାକ୍ତରଖାନା ନିର୍ମାଣ ନିମନ୍ତେ ୨୬କୋଟି ୨୯ଲକ୍ଷ ୯୯ ହଜାର ୨୮୦ ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଏହି କାର୍ଯ୍ୟଟିକୁ ୨ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିବାର ଦିନ ଧାର୍ଯ୍ୟ କରାଯାଇଛି । ଏହି କାର୍ଯ୍ୟଟିକୁ ଜଗନ୍ନାଥ ଇନଫ୍ରା ପ୍ରୋଜେକ୍ଟ ପ୍ରାଃ ଲିଃ ନାମକ ଏକ ଠିକା ସଂସ୍ଥା ହାତକୁ ନେଇଥିବା ବେଳେ ଗୁରୁବାର ଦିନ ଏହାର ଭୂମିପୂଜନ ଉତ୍ସବରେ ଚମ୍ପୁଆ ବିଧାୟୀକା ମିନାକ୍ଷୀ ମହାନ୍ତ ଯୋଗଦେଇ ଆନୁଷ୍ଠାନୀକ ଭାବେ ଏହି କାର୍ଯ୍ୟଟିର ଶୁଭାରମ୍ଭ କରିଛନ୍ତି ।

ଓଡିଶା ସରକାର ନିର୍ମାଣ ବିଭାଗ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓଡିଶା ଖଣିଜ ସମ୍ପଦ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଏମ୍ବାଡସି) ଅଧିନରେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତି ସଂରଚନା ସୁଦୃଢୀକରଣ ଭିତ୍ତିପ୍ରସ୍ଥର ସ୍ଥାପନ ନିମନ୍ତେ ଏହାକୁ ୧୩.୦୨.୨୦୨୩ରେ ଭିଡିଓ କନଫେରସିଙ୍ଗ ଘୋଷଣା କରିଥିଲେ ।

ଏହି ଭୂମିପୂଜନ କାର୍ଯ୍ୟକ୍ରମରେ ଠିକା ସଂସ୍ଥାର ନିଦେ୍ର୍ଦଶକ ଜଗନ୍ନାଥ ମହାପାତ୍ରଙ୍କ ସମେତ ଯୋଡା ପୌରାଧ୍ୟକ୍ଷ ଡା. ଜଗଦୀଶ ପ୍ରସାଦ ସାହୁ, ଉପାଧ୍ୟକ୍ଷା ସନ୍ଧ୍ୟା ପାତ୍ର, ବିଜେଡି ଜିଲା ସହ ସମ୍ପାଦକ ବାବୁଲାଲ ସାହୁ, ପିଡବ୍ଲୁଡି ଏସ୍ଡିଓ ଭୂୟାଁ ମାରାଣ୍ଡି, କନିଷ୍ଠ ଯନ୍ତ୍ରୀ ରାଜୁ କାକ, ଯୋଡା ସରକାରୀ ଡାକ୍ତରଖାନାର ପରିଚାଳକ ଡାକ୍ତର ଲୋପାମୁଦ୍ରା ଜେନା, ଡାକ୍ତର ରଘୁନାଥ ହେମ୍ବ୍ରମ, ଡାକ୍ତର ଶିଶିର କୁମାରୀ ପଟ୍ଟନାୟକ, ବିଜେଡି ଯୁବ ସଂଗଠକ ସୁଶାନ୍ତ ବାରିକ୍ , ଯୋଡା ପୌରପାଳିକାର ସମସ୍ତ ପାରିଷଦ ବୃନ୍ଦ, ଯୋଡା ପୌରାଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *