ରାଜନୀତିରୁ ଉର୍ଦ୍ଧ୍ୱରେ ସଂଖ୍ୟାଲଘୁଙ୍କ କଲ୍ୟାଣ ପାଇଁ ସରକାରଙ୍କ ପ୍ରତିବଦ୍ଧତା
ନିକଟ ଅତୀତରେ ସଂଖ୍ୟାଲଘୁଙ୍କର ବିକାଶ ପାଇଁ ସରକାର ସତନ୍ତ୍ର ଭାବରେ ଅନେକ ଯୋଜନା ଏବଂ ନୀତି ପ୍ରଣୟନ କରିଛନ୍ତି । ରାଜନୈତିକ ଖବର ଗୁଡିକ ସର୍ବଦା ଚର୍ଚ୍ଚାର ବିଷୟ ରହୁଥିବାବେଳେ, ତୃଣମୂଳସ୍ତରରେ ସଂଖ୍ୟାଲଘୁଙ୍କ ପାଇଁ ଏହିସବୁ ପ୍ରଚେଷ୍ଟା ଏକ ଭିନ୍ନ ଛବି ପ୍ରଦାନ କରିଥାଏ । ସରକାରଙ୍କ ଦ୍ୱାରା କରାଯାଉଥିବା ଏହି ପଦକ୍ଷେପ ଦର୍ଶାଏ ଯେ ବିକାଶ ଏବଂ ରାଜନୀତି ପୃଥକ ପଥରେ ପରସ୍ପର ସହ ଆଗେଇ ପାରିବେ ସଂଖ୍ୟା ଲଘୁଙ୍କର ବିକାଶ ପାଇଁ ସରକାରଙ୍କର ୧୫-ସୂଚୀ କାର୍ଯ୍ୟକ୍ରମ ଏହିସବୁ ପ୍ରଚେଷ୍ଟା ଗୁଡିକର କେନ୍ଦ୍ରବିନ୍ଦୁ ଅଟେ । ଏହି ପ୍ରଚେଷ୍ଟାର ଅର୍ନ୍ତଗତ ସଂଖ୍ୟାଲଘୁଙ୍କ ବିକାଶ ପାଇଁ ସମସ୍ତ ଯୋଜନାରେ ସମାନ ସୁଯୋଗ ପ୍ରଦାନ କରିବା ସହିତ ସେମାନଙ୍କ ଶିକ୍ଷା, ଜୀବନେଶୈଳୀ ଏବଂ ଆର୍ଥକ ମାନଦଣ୍ଡ ବୃଦ୍ଧି ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନାଗୁଡିକ ସଂଖ୍ୟାଲଘୁ ସମୁଦାୟର ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ପୂର୍ଣ କରିବା ସହ ସମାବେଶୀତା ପାଇଁ ପ୍ରତିବଦ୍ଧତାକୁ ସୂଚିତ କରେ । ସରକାରଙ୍କ ଦ୍ୱାରା ପ୍ରସ୍ତୁତ “ନୟୀ ରୋଶନୀ” ଯୋଜନା ସଂଖ୍ୟା ଲଘୁ ସମୁଦାୟର ମହିଳା ମାନଙ୍କ ମଧ୍ୟରେ ନେତୃତ୍ୱ ବିକାଶ କରିବା ପାଇଁ ସାହାଯ୍ୟ କରିଥାଏ । ଏହି ଯୋଜନାରେ ସଂଖ୍ୟାଲଘୁ ମହିଳା ମାନଙ୍କୁ ନେତୃତ୍ୱ ବିକାଶ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଜାଗ୍ରତ କରି ନିଜ ସମୁଦାୟ ମଧ୍ୟରେ ନିଆଯାଉଥିବା ନିଷ୍ପତ୍ତିରେ ଯୋଗଦାନ କରିବାକୁ ଉତ୍ସାହିତ କରାଯାଇଥାଏ । ଲିଙ୍ଗଗତ ସମାନତା ଏବଂ ସଂଖ୍ୟାଲଘୁ ମହିଳା ମାନଙ୍କ ନେତୃତ୍ୱ ବିକାଶ ପାଇଁ ସେମାନଙ୍କ ଏକାନ୍ତ ସଶକ୍ତିକରଣ ଆବଶ୍ୟକ । ସାମାଜିକ ତଥା ଅର୍ଥନୈତିକ ପ୍ରଗତି ପାଇଁ ଶିକ୍ଷା ହେଉଛି ଏକ ଗୁରତ୍ୱପୂର୍ଣ ଅସ୍ତ୍ର । ପଢେ ପରଦେଶ ଯୋଜନା ଶିକ୍ଷାର ଏହି ସପ୍ନକୁ ସାକାର କରିବା ପାଇଁ ସଂଖ୍ୟାଲଘୁ ଛାତ୍ରଛାତ୍ରୀ ମାନଙ୍କୁ ବିଦେଶରେ ପଢିବା ପାଇଁ ଋଣ ଯୋଗାଇଥାଏ । ବିଶ୍ୱସ୍ତରୀୟ ଶିକ୍ଷାର ସୁଯୋଗ ପ୍ରଦାନ କରି ସରକାର ସଂଖ୍ୟାଲଘୁଙ୍କ ଭବିଷ୍ୟତରେ ବିନିଯୋଗ ସହ ସେମାନଙ୍କ ଶିକ୍ଷାର ପରିସରକୁ ବିସ୍ତୃତ କରୁଛନ୍ତି । ସଂଖ୍ୟାଲଘୁ ସମୁଦାୟର ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ କରିବା ତଥା ସେମାନଙ୍କ ଅର୍ଥନୈତିକ ସ୍ଥିତିକୁ ସୁଦୃଢ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା “ଉସ୍ତାଦ” ଯୋଜନାରୁ ପ୍ରତିଫଳିତ ହୋଇଥାଏ । କୌଶଳ ବିକାଶର ସୁଯୋଗ ଏବଂ ବଜାର ସୁବିଧା ଯୋଗାଇ “ଉସ୍ତାଦ” ଯୋଜନା ପାରମ୍ପାରିକ କାରିଗରୀକୁ ବ୍ୟବସାୟିକ ସ୍ତରରେ ସ୍ଥାୟୀ ଜୀବିକା ସୃଷ୍ଟି କରୁଛି । “ନୟୀ ମଲ” ସ୍ଥାପିତ କରି ସେମାନଙ୍କ ପାଇଁ ଯୋଜନା ଆନୁଷ୍ଠାନିକ ଶିକ୍ଷାରୁ ବଂଚିତ ରହିଥିବା ସଂଖ୍ୟାଲଘୁ ଯୁବକଙ୍କ ପାଇଁ ପ୍ରସ୍ତୁତ .. କରାଯାଇଛି । ଏହି ଯୋଜନାର ଅର୍ନ୍ତଗତ ଶିକ୍ଷା ସହ ଆବଶ୍ୟକୀୟ କୌଶଳ ମଧ୍ୟ ଯୋଗାଇ ଦିଆଯାଇଥାଏ ଯାହା ସଂଖ୍ୟାଲଘୁଙ୍କ ସ୍ଥାୟୀ ନିଯୁକ୍ତି ଏବଂ ଉନ୍ନତ ଧରଣର ଜୀବନ ପାଇଁ ସହାୟକ ହୋଇଥାଏ । ସେହିପରି “ଶିଖୋ ଔର୍ କମାଓ” ଯୋଜନା ସଂଖ୍ୟାଲଘୁ ସମୁଦାୟରେ ଥିବା ବେକାରୀ ସମସ୍ୟାକୁ ଦୂର କରିବା ପାଇଁ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଧନ୍ଦାମୂଳକ ପ୍ରଶିକ୍ଷଣ ଯୋଗାଇ ସେମାନଙ୍କୁ ଆତ୍ମନିର୍ଭର ତଥା ନିଯୁକ୍ତି ସୁଯୋଗକୁ ବଢାଇଥାଏ । ସଂଖ୍ୟାଲଘୁ କାରିଗର ମାନଙ୍କୁ ନିଜ କଳା ଏବଂ କୌଶଳର ପ୍ରଦର୍ଶନ କରିବା ପାଇଁ “ଦୁନର ହାଟ୍” ଏକ ଉପଯୁକ୍ତ ମଂଚ ପ୍ରଦାନ କରିଥାଏ । ବିକ୍ରୟର ସୁଯୋଗ ଦେଇ ଏହି ମଂଚ ପାରମ୍ପାରିକ କାରିଗରିକୁ ସଂରକ୍ଷିତ କରିବ । ସହ କାରିଗର ମାନଙ୍କ ପାଇଁ ଅର୍ଥନୈତିକ ସୁଯୋଗ ବଢାଇଥାଏ । ସେମାନଙ୍କ କଳାକୁ ସୀକୃତି ମିଲିବା ସହିତ ସେମାନେ ଯେପରି ପୁରସ୍କୃତ ହେବେ ଏହା ସୁନିଶ୍ଚିତ କରାଏ । “ପ୍ରି ମେଟ୍ରିକ ଏବଂ ପୋଷ୍ଟ ମେଟ୍ରିକ ସ୍କୋଲାରଶିପ” ଯୋଜନା ସଂଖ୍ୟାଲଘୁ ମାନଙ୍କୁ ଶିକ୍ଷାର ବିଭିନ୍ନ ପର୍ଯୟରେ ଆର୍ଥକ ସହାୟତା ଯୋଗାଇଥାଏ । ଅଧାରୁ ଶିକ୍ଷା ଛାଡୁଥିବା ଛାତ୍ରଛାତ୍ରୀ ମାନଙ୍କ ସଂଖ୍ୟାକୁ କମ୍ କରାଇ ଏହି ଯୋଜନା ଏକ ଉଚ୍ଚଶିକ୍ଷିତ ଆତ୍ମନିର୍ଭର ସଂଖ୍ୟାଲଘୁ ସମୁଦାୟ ଗଢିବାରେ ମୁଖ୍ୟ ଭୂମିକା ଗ୍ରହଣ କରେ । ଏହି ସବୁ ପ୍ରଚେଷ୍ଟା ଗୁଡିକ ସଂଖ୍ୟାଲଘୁ ସମୁଦାୟର ବିକାଶ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ । ଏହି ଯୋଜନା ଗୁଡିକ ଶିକ୍ଷା, କୌଶଳ ବିକାଶ, ଆର୍ôଥକ ସୁଯୋଗ, ପାରମ୍ପରିକ କଳା ସଂରକ୍ଷଣ ଦ୍ୱାରା ଏକ ନ୍ୟାୟୋଚିତ ଏବଂ ସମାବେଶୀ ସମାଜ ଗଢିବାକୁ ପ୍ରୟାସ କରୁଛନ୍ତି । ରାଜନୈତିକ ଘଟଣାଚକ୍ର ଦ୍ୱାରା ବେଳେବେଳେ ଏହି ସବୁ ଯୋଜନା ପ୍ରଚ୍ଛଦପଟରେ ରହିଯାଉଥିଲେ ମଧ୍ୟ ଏହାର ପ୍ରକୃତ ପ୍ରଭାବ ଏହାଠାରୁ ଲାଭପାଉଥିବା ସଂଖ୍ୟାଲଘୁ ସମୁଦାୟ ଠାରୁ ଜଣାପଡେ । ରାଜନୀତି ଏବଂ ବିକାଶ ପରସ୍ପରଠାରୁ ଅଲଗା, କାରଣ ବିକାଶ ସର୍ବଦା ଉନ୍ନତି ଏବଂ ପ୍ରଗତି ପ୍ରତିବଦ୍ଧ ଥାଏ ।
(ରେଶ୍ମା ଫାତିମା)
ଆର୍ନ୍ତଜାତୀୟ ସମ୍ପିକ ବିଭାଗ
ଜୱାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟ