ଦୁର୍ଘଟଣାରେ ଆହତଙ୍କୁ ଗୋପବନ୍ଧୁ ସେବା ସମିତିର ସହାୟତା

ସାନଖେମୁଣ୍ଡି-ପ୍ରବାହ ନ୍ୟୁଜ୍‌ : ଚିକିଟି ଗୋପବନ୍ଧୁ ସେବା ସମିତି ତରଫରୁ ଦୁର୍ଘଟଣା ରେ ଗୋଟିଏ ଗୋଡ ହରେଇ ଅନ୍ୟ ଗୋଡ ଟି ଅଚଳାବସ୍ଥା ରେ ଚିକିତ୍ସା ସହାୟତା ପାଇଁ ଆଶା ରଖିଥିବା ଜଣେ ଲୋକ କୁ ସହାୟତା ପ୍ରଦାନ କରାଯାଇଛି। ଆର୍ଥିକ ଅଭାବ ରୁ ଅଚଳ ହୋଇଥିବା ଗୋଡ ର ଚିକିତ୍ସା ପାଇଁ ଅଧିକ ଅର୍ଥ ର ଆବଶ୍ୟକତା ରହିଥିବା ବେଳେ ସରକାରୀ ସହାୟତା ପାଇଁ ପରିବାର ତରଫରୁ ନିବେଦନ ମଧ୍ୟ କରାଯାଇଛି। ସାନଖେମୁଣ୍ଡି ବ୍ଲକ ଦୟାନିଧିପୂର ଗ୍ରାମ ର ରଙ୍କନିଧି ବେହେରା ଚାଷ କାମ କରି ପରିବାର ଚଳେଉ ଥିବା ବେଳେ ହଟାତ ଏକ ଦୁର୍ଘଟଣା ର ଶିକାର ହୋଇ ଗୋଟିଏ ଗୋଡ ହରେଇ ଥିଲେ। ଗୋପବନ୍ଧୁ ସେବା ସମିତି ସଭ୍ୟ ରବି ଭାଇ ଙ୍କ ସହାୟତା ରେ ତାଙ୍କ ଅପରେସନ ମଧ୍ୟ ହୋଇଥିଲା। କିନ୍ତୁ ଅନ୍ୟ ଗୋଡ ଟି ଅଚଳ ଅବସ୍ଥା ରେ ରହିଗଲା। ଏହାର ଚିକିତ୍ସା କୁ ନେଇ ପରିବାର ଲୋକ ଚିନ୍ତା ରେ ପଡିଯାଇଛନ୍ତି। ରବି ଭାଇ ଙ୍କ ସହାୟତା ରେ ପ୍ରତି ମାସ ରେ ରଙ୍କ ଙ୍କ ପରିବାର କୁ ରାସନ୍ ଯୋଗେଇ ଦିଆ ଯାଉଥିବା ବେଳେ ଗୋପବନ୍ଧୁ ସେବା ସମିତି ତରଫରୁ ସଭାପତି ଦେବେନ୍ଦ୍ର ରଣା ଙ୍କ ନେତୃତ୍ୱ ରେ ପାଞ୍ଚ ହଜାର ଟଙ୍କା ସହ ଲୁଙ୍ଗି, ଟୱାଲ ଓ ସାଲ ପ୍ରଦାନ କରାଯାଇଛି। ବ୍ଲକ ପ୍ରଶାସନ ଦ୍ବାରା ରଙ୍କ ଙ୍କୁ ୱିଲ ଚେୟାର ଯୋଗେଇ ଦେବାକୁ ପରିବାର ଲୋକ ଅନୁରୋଧ ଜଣେଇଛନ୍ତି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *