ଓଡ଼ିଶା ଗ୍ରାମ୍ୟ ନିର୍ମାଣ ୱାର୍କଚାର୍ଜଡ୍ କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଅଲ୍ ଓଡ଼ିଶା ଗ୍ରାମ୍ୟ ନିର୍ମାଣ ବ୍ରଟ୍‌ଓଭର ୱାର୍କଚାର୍ଜଡ୍ କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ ୟୁନିଟ୍‌-୫ସ୍ଥିତ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇଯାଇଅଛି । ତା ୧୨.୦୪.୧୯୯୩ପୂର୍ବରୁ କାର୍ଯ୍ୟରତ ଏନ୍‌.ଏମ୍‌.ଆର / ଡି.ଏଲ.ଆର. / ଜବ କଣ୍ଟ୍ରାକ୍ଟର କର୍ମଚାରୀଙ୍କୁ ଅର୍ଥ ବିଭାଗ ରିଜୋଲ୍ୟୁସନ୍ ନଂ- ୨୨୭୬୪, ତାରିଖ ୧୫.୦୫.୧୯୯୭ ଅନୁସାରେ ବରିଷ୍ଠତା ଭିତ୍ତିରେ ରେଗୁଲାର ନିଯୁକ୍ତି ପାଇଁ ହୋଇଥିବା ନିୟମକୁ ଗ୍ରାମ୍ୟ ନିର୍ମାଣ ଇଂଜିନିୟରମାନେ ଚକ୍ରବ୍ୟୁହ ରଖି ଚୂଡାନ୍ତ ଗ୍ରେଡେସନ୍ ପ୍ରସ୍ତୁତିରେ ପ୍ରତିବନ୍ଧକ ସୃଷ୍ଟି କରି ଯୋଗ୍ୟ କର୍ମଚାରୀଙ୍କୁ ରେଗୁଲାର ନିଯୁକ୍ତି ପ୍ରକ୍ରିୟା ବନ୍ଦ କରିଥିବା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ମୁଖ୍ୟତଃ ଦୁଇଦଫା ଦାବି ସମ୍ପର୍କରେ ଗ୍ରାମ୍ୟ ନିର୍ମାଣ କର୍ମଚାରୀ ସଂଘ ତରଫରୁ ପୁନର୍ବାର ସରକାରଙ୍କୁ ଅବଗତ କରାଇବା ପାଇଁ ଏହି ଆଲୋଚନାରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଅଛି । ଦାବିଗୁଡ଼ିକ ହେଲା (୧) ୩୦ ରୁ ୩୫ ବର୍ଷ ଅସ୍ଥାୟୀ ଚାକିରି କରିଥିବା ବ୍ରଟଓଭର ୱାର୍କଚାର୍ଜଡ୍ ଓ ରେଗୁଲାର ଚାକିରୀ ସମୟକୁ ମିଶାଇ ପେନ୍‌ସନ୍ ପ୍ରଦାନ କରିବା (୨) ଅନ୍ୟ ଇଂଜିନିୟରିଂ ବିଭାଗର ପୂର୍ବ ଅବସର ୱେଜେସ୍ ପଦବୀରେ ୱାର୍କଚାର୍ଜଡ୍‌ଙ୍କୁ ଯେଉଁଭଳି ଭାବେ ରେଗୁଲାର ନିଯୁକ୍ତି କରାଯାଉଛି, ସେହିଭଳି ଗ୍ରାମ୍ୟ ନିର୍ମାଣ ବିଭାଗରେ ପୂର୍ବ ଅବସର ୱେଜେସ୍ ପଦବୀରେ ୱାର୍କଚାର୍ଜଡ୍‌କୁ ରେଗୁଲାର ନିଯୁକ୍ତି ଦିଆଯାଏ । ଏତଦ୍‌ବ୍ୟତୀତ ଦୀର୍ଘବର୍ଷ ପରେ ୨୦୧୧ ମସିହାରେ ଗ୍ରାମ୍ୟ ନିର୍ମାଣ ଡିଏଲ୍‌ଆରଙ୍କୁ ୱାର୍କଚାର୍ଜଡ୍ ଏଷ୍ଟାବ୍ଲିସ୍‌ମେଣ୍ଟକୁ ଅର୍ଥ ବିଭାଗର ୫୪୮୩/ଏଫ୍ ତା ୬.୩.୧୯୯୦ ଅନୁସାରେ ପାଞ୍ଚବର୍ଷ ୱାର୍କଚାର୍ଜଡ୍ ପରେ ରେଗୁଲାର କରାଯାଇ ୱାର୍କଚାର୍ଜଡ୍ ଚାକିରୀ ସହିତ ରେଗୁଲାର ଚାକିରୀ ମିଶାଇ ପେନସନ୍ ଦେବାକୁ ଏକକାଳୀନ ନିଷ୍ପତ୍ତି ଯାହା ନିଆଯାଇଥିଲା, ତାକୁ ସରକାର ଅବିଳମ୍ବେ ଗ୍ରହଣ କରିବାକୁ ପ୍ରସ୍ତାବ ପାରିତ ହୋଇଥିଲା । ତେଣୁ ସରକାରକର୍ମଚାରୀମାନଙ୍କର ଏହି ଦୁଇଦଫା ଦାବି ସହିତ ମାନ୍ୟବର ଉଚ୍ଚନ୍ୟାୟାଳୟରେ ଦାଏର ହୋଇଥିବା ମକଦ୍ଦମା ଡବ୍ଲୁପି (ସି) ନଂ- -୩୮୭୭୧ ଅଫ୍ ୨୦୨୦ ଏବଂ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏସ୍‌.ଏଲ୍‌.ପି. ଡାଇରୀ ନଂ- (ଏସ୍‌) ୫୦୩୬୪/୨୦୨୩ର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରି ପେନସନ୍ ପ୍ରଦାନ କରିବା ପ୍ରକ୍ରିୟା ଆରମ୍ଭ ସହିତ ସମସ୍ତ ସମଭାବାପନ୍ନ କର୍ମଚାରୀଙ୍କୁ ପେନ୍‌ସନ୍ ପରିସରଭୁକ୍ତ କରିବା ପାଇଁ ସଂଘର ପ୍ରସ୍ତାବ ପାରିତ ହୋଇଥିବା ସହ ଖୁବ୍‌ଶୀଘ୍ର ଏହି ବିଷୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ସଂଘର ସଭାପତି କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି ।

Leave a Reply

Your email address will not be published. Required fields are marked *