ଏକ ଛୋଟ ଗାଁ ରେ ସିନା ଓ ନିନା ନାମରେ ଦୁଇଟା ଝିଅ ଥିଲେ। ଛୋଟ ବେଳରୁ ବହୁତ ସୁନ୍ଦର ଭାବରେ ସାଙ୍ଗ ହୋଇ ରହିଲେ।

ଗାଁ ବିଦ୍ୟାଳୟରେ ପାଠ ପଢିଲେ। ଉଭୟ ଗୋଟିଏ ଶ୍ରେଣୀରେ ପଢୁଥିଲେ। ସିନା ଟିକିଏ ଭଲ ପଢି ସବୁବେଳେ ଶ୍ରେଣୀର ପ୍ରଥମ ହେଉଥିଲା। ନିନା କିନ୍ତୁ ପାଠ ପଢା ଅପେକ୍ଷା ଖେଳକୁଦ ରେ ଭଲ କରୁଥିଲା। ତାହା କିନ୍ତୁ ଉଭୟଙ୍କ ବନ୍ଧୁତ୍ବ ଉପରେ କିଛି ପ୍ରଭାବ ପଡୁନଥିଲା। ଉଭୟ ଉଭୟଙ୍କ କ୍ଷେତ୍ରରେ ଭଲ କରୁଥିବା ଯୋଗୁଁ ସମସ୍ତଙ୍କ ଅତି ପ୍ରିୟଥିଲେ। 

ଉଭୟ ଉଚ୍ଚ ଶିକ୍ଷା ନିମନ୍ତେ ଭଲ ବିଦ୍ୟାଳୟରେ ପାଠ ପଢିଲେ।

ପାଠ ପଢିବା ବେଳେ ଖେଳକୁଦ ରେ ଭଲ କରୁଥିବା ସାଙ୍ଗକୁ ଏକ ଚାକିରୀ ର ସୁଯୋଗ ମିଳିଗଲା। ସେଥିପାଇଁ ସେ ଯାଇ ଚାକିରୀ କ୍ଷେତ୍ରରେ ଯୋଗଦେଲା। କିନ୍ତୁ ଚାକିରୀ କ୍ଷେତ୍ରଟି ପଢୁଥିବା ସହରରେ ହୋଇଥିବାରୁ ଉଭୟ ସାଙ୍ଗ ଏକତ୍ର ରହିଲେ। ଏମିତି କିଛି ଦିନ ଯିବାପରେ ପଢ଼ୁଥିବା ସାଙ୍ଗଟି କିଛି ଅସୁବିଧା ର ସମ୍ମୁଖୀନ ହେଲା। ଘରର ଆର୍ଥିକ ଅବସ୍ଥା ଯୋଗୁଁ। 

ଉଭୟ  ସାଙ୍ଗ ଚାଷୀ ପରିବାର ଥିଲେ। ସମାନ କଥା ଉଭୟଙ୍କ କ୍ଷେତ୍ରରେ ରହିଥିଲା। କାରଣ ସେହି ବର୍ଷ ପାଗ ର ଅନିମିୟତା ଯୋଗୁଁ ଚାଷ ଅମଳ ପ୍ରଭାବିତ ହୋଇଥିଲା।

ଏମିତି ଏକ ସମୟ ଉପନୀତ ହେଲା। ଭଲ ପଢ଼ୁଥିବା ସାଙ୍ଗର ପାଠପଢା ନେଇ ଅନିଶ୍ଚିତତା ଆସିଲା। ସେତିକି ବେଳେ ଚାକିରୀ କରୁଥିବା ସାଙ୍ଗଟି ସାଙ୍ଗକୁ ଭରସା ଦେଲା ଏବଂ ପାଠ ପଢା ସମୟର ସମସ୍ତ ଦାୟିତ୍ୱ ଗ୍ରହଣ କଲା। ଫଳରେ ସାଙ୍ଗର ପାଠ ଶେଷ ହୋଇପାରିଲା ଏବଂ ବନ୍ଧୁତା ର ଡୋର ଆହୁରି ସୁଦୃଢ ହେଲା। ଏହାକୁ ଦେଖି ସମସ୍ତେ ବାହା ବାହା କରିଲେ। ବନ୍ଧୁ ହେବ ତ ଏମିତି। ଏପରି କରି ସେମାନେ ପ୍ରକୃତ ବନ୍ଧୁତା କିଭଳି ହେବା ଉଚିତ୍ ତାହାର ଏକ ନିଦର୍ଶନ ସମାଜ ଆଗରେ ରଖି ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଲେ।  

                               ସିତାଂଶୁ ଶେଖର ମିଶ୍ର 

                             ସୋନପୁର, ଶାନ୍ତି ନଗର

                         ଦୁରଭାଷ.୮୧୪୪୮ ୭୦୭୨୯

Leave a Reply

Your email address will not be published. Required fields are marked *