ରଥଯାତ୍ରାରେ ସିଟିଜେନ ସେଣ୍ଟ୍ରିକ ସର୍ଭିସେସ ତରଫରୁ  ମାଗଣା ଶୁଖିଲା ଖାଦ୍ୟ ବଣ୍ଟନ ଓ ସ୍ବାସ୍ଥ୍ୟ ସେବା ଶିବିର

ପୁରୀ,ପ୍ରବାହ ନ୍ୟୁଜ୍‌ : ମହାପ୍ରଭୁଙ୍କର ପବିତ୍ର ଘୋଷଯାତ୍ରା ଉପଲକ୍ଷେ ପୁରୀରେ ଆନ୍ତର୍ଜାତିକ ଶିକ୍ଷା ନିଯୁକ୍ତି ଓ ଶସକ୍ତିକରଣ ପରିଷଦଙ୍କ ସିଟିଜେନ ସେଣ୍ଟ୍ରିକ ସର୍ଭିସେସ ତରଫରୁ ସ୍ଥାନୀୟ ଉତ୍କଳ ହିନ୍ଦୀ ବିଦ୍ୟାଳୟ ଓ ଶ୍ରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ମାଗଣା ଶୁଖିଲା ଖାଦ୍ୟ ବଣ୍ଟନ ସହିତ ପାନୀୟ ଜଳ ଓ ସ୍ବାସ୍ଥ୍ୟ ସେବା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ବାସ୍ଥ୍ୟ ଶିବିରଟି କିମ୍ସ ଭୁବନେଶ୍ୱରର ଅଭିଜ୍ଞ ଡାକ୍ତର ଓ ନର୍ସ ମାନଙ୍କୁ ନେଇ ପରିଚାଳିତ ହୋଇଥିଲା l ଜନ ଗହଳିପୂର୍ଣ୍ଣ ବଡ଼ଦାଣ୍ଡରେ ଆହତ ଭକ୍ତ ମାନଙ୍କୁ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥଳରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆ ଯାଇଥିଲା l ରୋଗୀ ମାନଙ୍କର ପ୍ରାଥମିକ ଚିକିତ୍ସା ନିମନ୍ତେ ମାଗଣା ଔଷଧ ବଣ୍ଟନ କରା ଯାଇଥିଲା । ଆମ୍ବୁଲାନ୍ସ ସେବା ଯୋଗେ ବଡ଼ଦାଣ୍ଡରୁ ଗୁରୁତର ଭାବେ ଅସୁସ୍ଥ ଭକ୍ତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜରୁରୀକାଳୀନ ସ୍ଥାନାନ୍ତର କରାଯାଇଥିଲା । ଅନୁଷ୍ଠାନର ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା ଉଭୟ ଉତ୍କଳ ହିନ୍ଦୀ ବିଦ୍ୟାଳୟ ଓ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥଳଠାରେ ଭକ୍ତ ମାନଙ୍କୁ ବିସ୍କୁଟ, ପାଣି ବୋତଲ, ପ୍ୟାକେଟ ଜୁସ ଓ ଗ୍ଲୁକୋ ବଣ୍ଟନ କରାଯାଇଥିଲା ।ଉଭୟ କାର୍ଯ୍ୟକ୍ରମ ଦ୍ବୟକୁ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଦୀପ ତ୍ରିପାଠୀ ଓ ରାଜ୍ୟ ସଂଯୋଜକ ପଦ୍ମ ଲୋଚନ ମହାପାତ୍ର ପରିଚାଳନା କରିଥିଲେ । କିମ୍ସର ଉପନିର୍ଦ୍ଦେଶକ ବିବେକାନନ୍ଦ ମିଶ୍ର ଓ ଦେବାଶିଷ ମହାନ୍ତି ସ୍ବାସ୍ଥ୍ୟ ସେବା ଶିବିରର ସୁପରିଚାଳନାରେ ବିଶେଷ ସହଯୋଗ କରିଥିଲେ । ଶୁଖିଲା ଖାଦ୍ୟ ବଣ୍ଟନରେ ସ୍ବେଚ୍ଛାସେବୀ ଗୌତମ ସାହୁ , ଅବିନାଶ ନାୟକ , ବିଦ୍ୟୁତପ୍ରଭା ଲେଙ୍କା , ଡମ୍ବୁରୁ ରାଉତ , ରାଧାକ୍ରୀଷ୍ଣା ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ। ଭକ୍ତ ମାନଙ୍କ ସେବା ଉଦ୍ଦେଶ୍ୟ ରେ ଏହି କାର୍ଯ୍ୟକ୍ରମ ରଥଯାତ୍ରା ର ପ୍ରଥମ ଦୁଇ ଦିନ , ବାହୁଡା଼ ଯାତ୍ରା ଓ ସୁନାବେଶ ସମେତ ଚାରିଦିନ ଧରି ନିରବଚ୍ଛିନ୍ନ ଭାବେ ଜାରି ରହିଥିଲା ।

Leave a Reply

Your email address will not be published. Required fields are marked *