କଳ୍ପତରୁ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍ଏଚ୍ପି ଦାଖଲ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ମହାରାଷ୍ଟ୍ରର ମୁମ୍ବାଇ ମେଟ୍ରୋପଲିଟାନ୍ ରିଜିଅନ୍ର ଅଗ୍ରଣୀ ରିଅଲ ଇଷ୍ଟେଟ୍ କମ୍ପାନି କଳ୍ପତରୁ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍ପେକ୍ଟସ୍ (ଡିଆର୍ଏଚ୍ପି) ଦାଖଲ କରାଯାଇଛି। ଏହା ହେଉଛି ସମନ୍ୱିତ ରିଅଲ ଇଷ୍ଟେଟ୍ କମ୍ପାନି ଯହା ରିଅଲ ଇଷ୍ଟେଟ୍ ବିକାଶ, ଜମି ଚିହ୍ନଟ ଓ ଅଧିଗ୍ରହଣ, ପ୍ରକଳ୍ପର ଯୋଜନା, ଡିଜାଇନ୍, ବିକ୍ରି ଓ ମାର୍କେଟିଂ ଆଦି କାର୍ଯ୍ୟରେ ନିୟୋଜିତ ହୋଇଛି।
କମ୍ପାନି ଇନିସିଆଲ ପବ୍ଲିକ୍ ଅଫର ଜରିଆରେ ୧୫୯୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛି।
ଏହି ଇସ୍ୟୁରୁ ସଂଗୃହୀତ ପାଣ୍ଠିକୁ କମ୍ପାନି ନିଜର ଓ ସହାୟକ କମ୍ପାନିଗୁଡ଼ିକର ଋଣକୁ ସମ୍ପୂ୍ର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବା ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍, ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍ ଓ ନୋମୁରା ଫାଇନାନ୍ସିଆଲ ଆଡଭାଇଜରି ଆଣ୍ଡ ସିକ୍ୟୁରିଟିଜ୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ।