ନିଖିଳ ଉତ୍କଳ ଲାଇବ୍ରେରୀ ଏବଂ ଲାବ୍ରୋଟୋରୀ ଆଟେଣ୍ଡାଣ୍ଟ ସଂଘର ବର୍ଦ୍ଧିତ କାର୍ଯ୍ୟକାରିଣୀ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ତା ୧୫.୦୯.୨୦୨୪ ରିଖ ନିଖିଳ ଉତ୍କଳ ଲାଇବ୍ରେରୀ ଏବଂ ଲାବ୍ରୋଟୋରୀ ଆଟେଣ୍ଡାଣ୍ଟ ସଂଘର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି, ଅଶୋକ ନଗର, ଭୁବନେଶ୍ୱର-୯ ଠାରେ ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିଥି ଭାବେ ଓଡ଼ିଶାର ରାଜ୍ୟ କର୍ମଚାରୀ ସମନ୍ୱୟ ସମିତିର ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ୍ କୁମାର ନାୟକ ଏବଂ ବରିଷ୍ଠ କର୍ମଚାରୀ ନେତା ସୁଧାଂଶୁ ଶେଖର ପତି ପ୍ରମୁଖ ଯୋଗଦାନ କରିଥିଲେ । ସଭାପତି ସଂଘର ସମସ୍ୟାକୁ ନେଇ ଉପସ୍ଥିତ ଥିବା ନେତୃତ୍ୱଙ୍କ ଦୃଷ୍ଟି ଆକର୍ଷଣ କରି କହିଲେ ଲାବ୍ରୋଟୋରୀ ଆଟେଣ୍ଡାଣ୍ଟ ଓ ଲାଇବ୍ରେରୀ ଆଡେଣ୍ଡାଣ୍ଟ ଭାବେ ବିଭିନ୍ନ ବିଭାଗରେ କାମ କରୁଛନ୍ତି ଯଥା- ସ୍ୱାସ୍ଥ୍ୟ, ଶିକ୍ଷା ବିଭାଗ, ଗୃହ ବିଭାଗ, କୃଷି ବିଭାଗ, ସଂସ୍କୃତି ବିଭାଗ, ଆଇନ୍ ବିଭାଗ, ଖଣି ବିଭାଗ ଅଧିନରେ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି । ସେମାନେ ବିଭିନ୍ନ ପ୍ରକାର ମୌଳିକ ସମସ୍ୟା ଯଥା- (୧) ପଦବୀ ଲାଇବ୍ରେରୀ ଓ ଲାବ୍ରୋଟୋରୀ ଆଟେଣ୍ଡାଣ୍ଟ ପରିବର୍ତ୍ତେ ଲାଇବ୍ରେରୀ ଓ ଲାବ୍ରୋଟୋରୀ ରେଫରେନ୍ସ ଆସିଷ୍ଟାଣ୍ଟ କରିବା (୨) ଅର୍ଥ ବିଭାଗର ଆଦେଶ ସଂଖ୍ୟା ୪୨୫୬୦, ତାରିଖ ୨୦.୧୨.୨୦୧୯ ଚିଠିକୁ ସମସ୍ତ ବିଭାଗ ଲାଗୁ କରିବା ପାଇଁ ବ୍ୟବସ୍ଥା କରିବା (୩) ଉଚ୍ଚଶିକ୍ଷା ବିଭାଗ ବିଭାଗର ବିଶ୍ୱବିଦ୍ୟାଳୟର ବିଭାଗ ଚିଠି ନଂ- ୧୮୮୮ ତାରିଖ ୧୩.୦୧.୨୦୨୨କୁ ରଦ୍ଦ କରି ଅର୍ଥ ବିଭାଗ ଦ୍ୱାରା ସ୍ଥିରିକୃତ ହୋଇଥିବା ଦରମା ଲାଗୁ କରିବା ପାଇଁ ବ୍ୟବସ୍ଥା କରିବା । ସଂଘର କର୍ମକର୍ତ୍ତା ସରକାରୀ ଚାକିରିରୁ ଅବସର ନେଇଥିବାରୁ ସଂଘର ଦୈନନ୍ଦିନ କାର୍ଯ୍ୟ ପରିଚାଳନା କରିବା ପାଇଁ ନୂତନ ଭାବେ କାର୍ଯ୍ୟକର୍ତ୍ତା ସହମତି ଭିତ୍ତିରେ ଚୟନ କରାଗଲା । ସଭାପତି : ଶ୍ରୀଯୁକ୍ତ ପ୍ରମୋଦ କୁମାର ନାୟକ, ସାଧାରଣ ସମ୍ପାଦକ : ଶ୍ରୀଯୁକ୍ତ ହରେକୃଷ୍ଣ ବେଜ୍‌, ସହ-ସମ୍ପାଦକ : ଶ୍ରୀଯୁକ୍ତ ବିଭତ୍ସ ସାହୁ , ଉପସଭାପତି : ଶ୍ରୀଯୁକ୍ତ ଅଭୟ କୁମାର ବାରିକ, କୋଷାଧ୍ୟକ୍ଷ : ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଜେନା, ସଂଘର ବରିଷ୍ଠ ଉପଦେଷ୍ଟା ଶ୍ରୀଯୁକ୍ତ କୁଳମଣି ପଣ୍ଡାଙ୍କ ଶରୀର ଅସୁସ୍ଥ ଥିବାରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରାଗଲା । ଜରୁରୀ ସାଧାରଣସଭା ଆସନ୍ତା ତା ୦୨.୧୦.୨୦୨୪ରିଖରେ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ସଭା ଶେଷରେ ସଭାପତିଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଗଲା ।

Leave a Reply

Your email address will not be published. Required fields are marked *