ଶାନ୍ତି ଓ ପରସ୍ପର ମଧ୍ୟରେ ସମ୍ମାନ ସ୍ଥାପନ ଇଦ୍ ଓ ରମଜାନ୍ ପାଳନର ପ୍ରକୃତ ଉଦ୍ଦେଶ୍ୟ
ଧାର୍ମିକ ଉତ୍ସବ ପାଳନ କରିବା ମାନବୀୟ ଅନୁଭବର ଏକ ମହତ୍ୱପୂର୍ଣ ଅଙ୍ଗ ଅଟେ ଏବଂ ଏହିପରି ଉତ୍ସବ ମଧ୍ୟରେ ରମଜାନ ମାସ ଓ ଇଦ୍ ଏକ ସତନ୍ତ୍ର ସ୍ଥାନ ନେଇଥାଏ କାରଣ ଏହା ଆଧ୍ୟାତ୍ମିକ ପ୍ରତିଫଳନ, କରୁଣା ଓ ସମାଜିକ ସୌହାଦ୍ୟ ପାଇଁ ଆଲୋକ ସଦୃଶ ଅଟେ । ତେଣୁ ଏହି ପବୀତ୍ର ଉତ୍ସବର ମହତ୍ୱ ବିଷୟରେ ଗଭୀରତାର ସହ ଅନୁଧ୍ୟାନ କଲେ ଜଣା ପଡିଥାଏ ଯେ, ଏହି ଉତ୍ସବର ପ୍ରକୃତ ଉଦ୍ଦେଶ୍ୟ ବ୍ୟକ୍ତିଗତ ଭକ୍ତିଭାବକୁ ଜାଗୃତ କରିବା ସହିତ ଶାନ୍ତି, ସମ୍ମାନ ଓ ଭାଇଚାରା ସ୍ଥାପନ କରିବାର ଏକ ସାମୁହିକ ପ୍ରୟାସ ଅଟେ । ଇସଲାମିକ ପଞ୍ଜିକାର ନବମ ମାସ ରମଜାନ୍ ସମଗ୍ର ବିଶ୍ୱର ମୁସଲମାନ ମାନଙ୍କ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ ଅଟେ । ରମଜାନ୍ ମାସରେ ମୁସଲମାନ ମାନେ ସୂର୍ଯୋଦୟରୁ ସୂର୍ଯ୍ୟସ୍ତ ପର୍ଯ୍ୟନ୍ତ ଉପବାସ ରଖିଥାଆନ୍ତି ଓ ଉକ୍ତ ସମୟରେ ଖାଦ୍ୟ, ପାନୀୟ ଓ ସାଂସାରିକ ସୁଖକୁ ବର୍ଜନ କରିଥାଆନ୍ତି ତଥା ପ୍ରାର୍ଥନା, ବଦାନ୍ୟତା ଓ ଆତ୍ମଚିନ୍ତନରେ ସମୟ ଅତିବାହିତ କରିଥାଆନ୍ତି । ବ୍ୟକ୍ତିଗତ ଦୃଷ୍ଟିକୋଣ ସହିତ, ରମଜାନ ମାସ ସାମାଜିକ ମୂଲ୍ୟବୋଧ, କରୁଣା ଓ ଅନ୍ୟମାନଙ୍କ ପ୍ରତି ସମ୍ମାନ ବିକଶିତ କରିବା ପାଇଁ ଏକ ଉରକ ଭାବରେ କାର୍ଯ୍ୟକରିଥାଏ । ଧର୍ମ ଓ ବିଶ୍ୱାସ ନିର୍ବିଶେଷରେ ମୁସଲମାନଙ୍କୁ ତାଙ୍କ ପଡୋଶୀ ମାନଙ୍କର ଅଧୀକାରକୁ ସମ୍ମାନ କରିବା ପାଇଁ ପ୍ରୋତ୍ସାହିତ କରାଯାଇଥାଏ । ତେଣୁ ବିଳମ୍ବ ରାତ୍ରୀରେ ପ୍ରାର୍ଥନା ସମୟରେ ଯେପରି ପଡୋଶୀ ମାନଙ୍କୁ କୌଣସି ଅସୁବିଧା ନ ହୁଏ ତାହା ପ୍ରତି ଯତ୍ନବାନ ହେବା ସହିତ ସେମାନଙ୍କ ସହିତ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡିକର ଆଦାନ ପ୍ରଦାନ ପାଇଁ ପ୍ରୋତ୍ସାହିତ କରାଯାଇଥାଏ । ଏହାଦ୍ୱାରା ଏକ ସମାବେଶୀ ସମାଜ, ପାରସ୍ପରିକ ସମ୍ମାନ ଓ ବୁଝାମଣା ବିକଶିତ ହୋଇଥାଏ । ପୈଗମ୍ବର ମହମ୍ମଦଙ୍କ ସମୟରେ ତାଙ୍କର ଜଣେ ଅଣ-ମୁସଲମାନ ପଡୋଶୀ ତାଙ୍କ ଉପରେ ଲଗାତାର ଅଳିଆ ଫୋପାଡୁ ଥିଲେ । କିନ୍ତୁ ପୈଗମ୍ବର ମହମ୍ମଦ ନିଜର ଧୈର୍ଯ୍ୟ ବଜାୟ ରଖୁଥିଲେ । କିନ୍ତୁ ଗୋଟିଏ ଦିନ ଯେତେବେଳେ ଉକ୍ତ ପଡୋଶୀଟି ତାଙ୍କ ଉପରେ କୌଣସି ପ୍ରକାର ଅଳିଆ ଫିଙ୍ଗି ନଥିଲେ, ସେତେବେଳେ ପୌଗମ୍ବର ମହମ୍ମଦ ଚିନ୍ତିତ ହୋଇଯାଇଥିଲେ ଓ ଉକ୍ତ ପଡୋଶୀର ହାଲଚାଲ ବୁଝିବାକୁ ତାଙ୍କ ଘରକୁ ଯିବାପାଇଁ ସ୍ଥିରକଲେ । ପୈଗମ୍ବର ମହମ୍ମଦଙ୍କ ଏହିପରି ଦୟା ଓ କରୁଣା ଭାବକୁ ଦେଖି ଉକ୍ତ ମହିଳା ପୈଗମ୍ବର ମହମ୍ମଦଙ୍କ ପ୍ରକୃତ ଚରିତ୍ରକୁ ହୃଦୟଙ୍ଗମ କରିପାରିଥିଲେ । ଉକ୍ତ ମହିଳାଙ୍କ ର୍ଦୁବ୍ୟବହାରକୁ ପୈଗମ୍ବର ମହମ୍ମଦ ନିଜ କରୁଣା ଓ ସଦ୍?ଇଚ୍ଛା ଦ୍ୱାରା ଉତ୍ତର ଦେଇଥିଲେ । ତେଣୁ ନିଜର ଶତ୍ରୁ ସହିତ ମଧ୍ୟ କିପରି ଭାବରେ ଉତ୍ତମ ବ୍ୟବହାର କରାଯାଇଥାଏ, ଏପରି ଏକ ଦୃଷ୍ଟାନ୍ତ ପୈଗମ୍ବର ରଖିଯାଇଛନ୍ତି । କାରଣ ଏହା ଦ୍ୱାରା ତାଙ୍କର ପଡୋଶୀର ମନୋଭାବରେ ଏକ ସକାରତ୍ମକ ପରିବର୍ତ୍ତନ ଘଟିଥିଲା ଓ ସେ ପୈଗମ୍ବର ମହମ୍ମଦଙ୍କୁ ସମ୍ମାନ ଓ ପ୍ରଶଂସା । ନଜରରେ ଦେଖିଥିଲେ । ଦୟା ଓ କରୁଣା ଦ୍ୱାରା ଯେ କୌଣସି ବ୍ୟକ୍ତିର ହୃଦୟକୁ ପରିବର୍ତ୍ତନ କରାଯାଇ ପାରିବ ତାହା ଏହି ଘଟଣାରୁ ସହଜରେ ଅନୁମେୟ । ରମଜାନ୍ ମାସର ଅନ୍ତିମ ପର୍ଯ୍ୟାୟ ହେଉଛି, ଇଦ୍-ଉଲ-ଫିତର ଯାହା ସମଗ୍ର ବିଶ୍ୱର ମୁସଲମାନମାନେ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରିଥାଆନ୍ତି । ତେଣୁ ମୁସଲମାନ ଭାଇମାନେ ଇଦ୍-ଉଲ-ଫିତର ପାଳନ ସମୟରେ ଶାନ୍ତି, ସୋହାଁଦ୍ୟ ଓ ଭାଇଚାରାର ମୂଲ୍ୟବୋଧ ରକ୍ଷା କରି ପଡୋଶୀ ଓ ସାଂସ୍କୃତିକ ଓ ଧର୍ମଗତ ଭିନ୍ନତାରୁ ଉର୍ଦ୍ଧ୍ୱରେ ଅନ୍ୟ ସମୁଦାୟଙ୍କ ମଧ୍ୟରେ ସୃଦୃଢ ସମ୍ପିକ ସ୍ଥାପନ କରିବା ଉଚିତ୍ । ଇଦ୍ ସମୟରେ ସାମୁହିକ ଇଫ୍?ତାର୍ ପାର୍ଟି ସମୟରେ ବିବିଧ ପୃଷ୍ଠଭୂମିର ଅନେକ ବ୍ୟକ୍ତି ସେଠାରେ ଅଂଶଗ୍ରହଣ କରି ଭାବ ଓ ପରସ୍ପର ସଂସ୍କୃତିର ଆଦାନ ପ୍ରଦାନ କରିଥାଆନ୍ତି । ନିଜର ପଡୋଶୀ ମାନଙ୍କ ସହିତ ଉତ୍ତମ ସମ୍ପିକ ସ୍ଥାପନ ଓ ଉଚିତ୍ ସମୟରେ ସାହାଯ୍ୟ କରିବା ପାଇଁ ସର୍ବଦ । ଇସଲାମ୍ ଧର୍ମରେ ପୋତ୍ସାହିତ କରାଯାଇଥାଏ । ରମଜାନ୍ ମାସ ଇଦ୍ ପର୍ବର ପାଳନ ସହିତ ସମାପନ ହୋଇଥାଏ, ତେଣୁ ଆମେ ଶାନ୍ତି, ସମ୍ମାନ ଓ ଭାଇଚାରା ଭଳି ମୂଲ୍ୟବୋଧକୁ ଏହି ପରି ପବୀତ୍ର ପର୍ବ ଅବସରରେ ଅଧୀକ ଭାବରେ ଆପଣେଇନେବା ଉଚିତ୍ । ରମଜାନ୍ ମାସର ଭାବନା ସମଗ୍ର ବର୍ଷ ପାଇଁ ପାଳନ କରି ଧର୍ମ ନିର୍ବିଶେଷରେ ଆମର ପଡୋଶୀ ମାନଙ୍କ ସହିତ ଉତ୍ତମ ସମ୍ପକ ରକ୍ଷା କରିବା ଉଚିତ୍, ଯାହା ଫଳରେ ଏକ କରୁଣାପୂର୍ଣ ଓ ସମାବେଶୀ ସମାଜ ଗଠନରେ ସହାୟକ ହେବ । କାରଣ ଇଦ୍ ପର୍ବ ସର୍ବଦା ଧର୍ମ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଖୁସି, ଏକତା ଓ ବ୍ୟକ୍ତି ମାନଙ୍କ ମଧ୍ୟରେ ବୁଝାମଣା ଓ ସମ୍ମାନର ସନ୍ଦେଶ ବହନ କରିଥାଏ ।
(ରେଣ୍ଡା ଫାତିମା)
ଆନ୍ତଃଜାତୀୟ ସମ୍ପିକ ବିଭାଗ
ଜୱାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟ