ଟାଟା ପାୱାରର ଦକ୍ଷତା ବିକାଶ ଅଭିଯାନରେ ଓଡ଼ିଶାର ଶହ ଶହ ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଲାଗି ଆବଶ୍ୟକ ଦକ୍ଷତା ପ୍ରଦାନ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମଧ୍ୟରେ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର ହେବା ପରେ ଏହି ବ୍ୟାପକ ଦକ୍ଷତା ବିକାଶ ଅଭିଯାନ ଆଇଟିଆଇ ଛାତ୍ରଛାତ୍ରୀମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ ରଖିଛି । ଏହା ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ଲାଗି ଆବଶ୍ୟକ ଦକ୍ଷତା ପ୍ରଦାନ କରି ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି ।
“ସ୍କିଲ୍‌ଡ ଇନ୍ ଓଡ଼ିଶା’ର ଏକ ଅଂଶସ୍ୱରୂପ, ଟାଟା ପାୱାରର ଏହି ସହଯୋଗିତା ସାରା ରାଜ୍ୟର ଅନେକ ଆଇଟିଆଇ ପାଖରେ ପହଂଚିଥିବା ବେଳେ ଶହ ଶହ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ଶିଳ୍ପ ଲାଗି ଉପଯୋଗୀ ଦକ୍ଷତା ଓ ଶକ୍ତି ଶିଳ୍ପର ପ୍ରତ୍ୟକ୍ଷ ଜ୍ଞାନ ପ୍ରଦାନ କରିବା ଲାଗି ଏହି ଅଭିଯାନ ପ୍ରସ୍ତୁତ କରାଯାଇଛି । ଶ୍ରେଣୀ ଗୃହ ଶିକ୍ଷା ଓ ବାସ୍ତବ ଦୁନିଆର ପ୍ରୟୋଗ ମଧ୍ୟରେ ରହିଥିବା ଅନ୍ତରକୁ ଦୂର କରି ଏହା ଓଡ଼ିଶାର ଯୁବବର୍ଗଙ୍କ ନିଯୁକ୍ତି ହାସଲ କ୍ଷମତାରେ ଉଲ୍ଲେଖନୀୟ ଉନ୍ନତି ଆଣିପାରିଛି ।
ଉଭୟ ବର୍ତମାନ ଓ ଭବିଷ୍ୟତର ଶିଳ୍ପ ଆବଶ୍ୟକତା ପୂରଣ କରିବା ଲାଗି ଏହି କାର୍ଯ୍ୟକ୍ରମକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ଇଲେକ୍ଟ୍ରିକାଲ ଓ ଲଘୁ ଦକ୍ଷତା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ପ୍ରଦାନ କରାଯାଇଛି । ଜାତୀୟ ଦକ୍ଷତା ଯୋଗ୍ୟତା ଫ୍ରେମୱର୍କ (ଏନଏସକ୍ୟୁଏଫ) ସହିତ ଏହି ମଡ୍ୟୁଲଗୁଡ଼ିକ ସମନ୍ୱିତ ରହିଛି ଯାହା ଉଚ୍ଚ ମାନର ତାଲିମ ସୁନିଶ୍ଚିତ କରୁଛି । ଏହି ଅଭିଯାନର ପ୍ରଥମ ପ୍ରର୍ଯ୍ୟାୟରେ ପାଖାପାଖି ୨୦୦୦ ଛାତ୍ରାଛାତ୍ରୀଙ୍କୁ ତାଲିମ ପ୍ରଦାନ କରାଯିବଏବଂପାଠ୍ୟ ଉପକରଣରେ ବିଦ୍ୟୁତ ସୁରକ୍ଷା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ,ରାଜ୍ୟରେ ସୁରକ୍ଷିତ ଓ ଉନ୍ନତ ବିଦ୍ୟୁତ ସ୍ଥାପନାରେ ଉନ୍ନତି ଆଣିବ ।
କଟକ, ଭୁବନେଶ୍ୱର, ଢେଙ୍କାନାଳ, ପଟ୍ଟାମୁଣ୍ଡାଇ ଓ ବାଲେଶ୍ୱରଆଇଟିଆଇରେ ସଫଳତାର ସହ ପ୍ରାରମ୍ଭିକ ଅଧିବେଶନ ଆୟୋଜନ କରାଯାଇଛି । ଟାଟା ପାୱାରର ଅଭିଜ୍ଞ ପ୍ରଫେସନାଲମାନେ ପ୍ରାକ୍ଟିକାଲ୍ ତାଲିମ ଅଧିବେଶନ ଆୟୋଜନ କରି ଛାତ୍ରଛାତ୍ରୀମାନଙ୍କୁ ମୂଲ୍ୟବାନ ମେଂଟରସିପ ପ୍ରଦାନ କରୁଥିବା ବେଳେ ସେମାନଙ୍କୁ ଶିଳ୍ପର ଶ୍ରେଷ୍ଠ ଅଭ୍ୟାସ ଓ ଶକ୍ତି କ୍ଷେତ୍ରର ଉନ୍ନତ ପ୍ରଯୁକ୍ତି ବିଷୟରେ ଜଣାଉଛନ୍ତିି । ଶ୍ରେଣୀ ଗୃହ ଶିକ୍ଷା ସହିତ ଛାତ୍ରଛାତ୍ରୀମାନେ ଟାଟା ପାୱାରର ଡିସ୍‌କମ୍‌ଗୁଡ଼ିକର ଅତ୍ୟାଧୁନିକ ବ୍ୟବସ୍ଥା ଯଥା ନେଟୱର୍କ କଂଟ୍ରୋଲ ସେଂଟର, ସ୍ମାର୍ଟ ମିଟର ଲ୍ୟାବ, ୩୩/୧୧ କେଭି ସବଷ୍ଟେସନ ପରିଦର୍ଶନ କରିବେ ଯେଉଁଠାରେ ସେମାନେ ଦୈନନ୍ଦୀନ ପରିଚାଳନା ଓ ସୁରକ୍ଷା ପେଟ୍ରୋକଲ୍‌ର ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିପାରିବେ ।
ଏହି ପାଠ୍ୟକ୍ରମ ଶେଷ କରିବା ପରେ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯିବ ଏବଂ ସେମାନଙ୍କୁ ଟାଟା ପାୱାରର ଡିସ୍‌କମ୍‌ଗୁଡ଼ିକରେ ପ୍ଲେସ୍‌ମେଂଟ୍ ସୁଯୋଗ ମଧ୍ୟ ପ୍ରଦାନ କରାଯିବ । କ୍ୟାରିୟର ସୁରକ୍ଷିତ କରିବା, ଶିଳ୍ପର ଚାହିଦା ପୂରଣ କରିବା ଏବଂ ଉଦ୍ୟମିତା ରାସ୍ତାରେ ଯାତ୍ରା ଆରମ୍ଭ କରିବା ଲାଗି ସେମାନଙ୍କୁ ଉତ୍ସାହିତ କରି ଓଡ଼ିଶାର ଅର୍ଥନୈତିକ ପ୍ରଗତିରେ ଯୋଗଦାନ କରିବାରେ ଏହି ଯୁବ ପ୍ରଫେସନାଲମାନଙ୍କୁ ସହାୟତା ପ୍ରଦାନ କରିବା ଲାଗି କମ୍ପାନି ପ୍ରତିବଦ୍ଧ ରହିଛି ।
ଏକ ଆତ୍ମନିଭର ଭାରତ ଲକ୍ଷ୍ୟ ଅନୁସାରେ ଏହି ଅଭିଯାନ ବୈଷୟିକ ଶିକ୍ଷା ପ୍ରତି ଏକ ପ୍ରତିବଦ୍ଧତା ହୋଇଥିବା ବେଳେ ଓଡ଼ିଶାରେ ଅଧିକ ଦକ୍ଷ ଓ ନିଯୁକ୍ତି ସକ୍ଷମ ଶ୍ରମଶକ୍ତି ଗଠନ କରିବା ଦିଗରେ ଏକ ବୃହତ୍ ପଦକ୍ଷେପ ।

Leave a Reply

Your email address will not be published. Required fields are marked *