ସରକାରୀ ବିଦ୍ୟାଳୟ ରେ ପ୍ରବେଶ ଉତ୍ସବ ଅନୁଷ୍ଠିତ

କେନ୍ଦୁଝର/ ବଡ଼ବିଲ(ପ୍ରବାହ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ମାଟକାମବେଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗୁରୁବାର ଦିନ ଯୁକ୍ତ ଦୁଇ ବିଜ୍ଞାନ ଏକାଦଶ ଶ୍ରେଣୀ ଉଦଘାଟନ ଅବସରରେ ପ୍ରବେଶ ଉତ୍ସବ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଶ୍ରୀଯୁକ୍ତ ମଙ୍ଗୁଳୁ ନାୟକ ଉକ୍ତ କାର୍ଯ୍ୟକ୍ରମର ସଭାପତିତ୍ବ କରିଥିଲେ l ବିଦ୍ୟାଳୟର ଭlରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ହେମନ୍ତ କୁମାର ଘଡ଼ିଆ ଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ତଥା ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସ୍ୱରୂପ ରାଜ ବିଷୋୟୀ ଉଦଘାଟନ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେଶ୍ରୀଯୁକ୍ତ ମନୋଜ କୁମାର ସାହୁ,ଶ୍ରୀମତୀ ରଶ୍ମିତାମୟୀ ସାହୁ, ଧିରେନ୍ କୁମାର ମହାନ୍ତ, ଶ୍ରୀ ଆଶୁତୋଷ ସେଠୀ, ଶ୍ରୀମତୀ ନୀର୍ଲିପ୍ତା ପାଣିଗ୍ରାହୀ, ଜଗଦୀଶ ସାହୁ,ଭାରତୀ ମହାନ୍ତ,ରଞ୍ଜନ କୁମାର ରାଉତ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିବା ସହିତ ପିଲାମାନେ ହଷ୍ଟେଲରେ କିପରି ନୀତି ନିୟମକୁ ମାନି ଚଳିବେ ଉକ୍ତ ବିଷୟରେ ଆଲୋକପାତ କରାଇଥିଲେ । ଏ ପ୍ରବେଶ ଉତ୍ସବ ଅବସରରେ ୧୨୮ ଆସନ ମଧ୍ୟରୁ ୧୦୫ ଜଣ ନାମ ଲେଖାଇ ଥିବାବେଳେ ସେମାନଙ୍କୁ ସ୍ବାଗତ କରିବା ସହିତ ୮ ଜଣ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ପରିଶେଷରେ ମନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।