ବେଦାନ୍ତ ଆଲୁମିନିୟମ୍‌ର କର୍ମଚାରୀମାନେ ସ୍ଥାନୀୟ ପିଲାମାନଙ୍କ ଲାଇବ୍ରେରୀକୁ ୬୦୦ ରୁ ଅଧିକ ପୁସ୍ତକ ଦାନ କରିଛନ୍ତି


ଆନ୍ତର୍ଜାତୀୟ ଶିଶୁ ପୁସ୍ତକ ଦିବସରେ ସପ୍ତାହବ୍ୟାପୀ ସଂଗ୍ରହ ଡ୍ରାଇଭ୍ ଆରମ୍ଭ ହୋଇଥିଲା

ଭୁବନେଶ୍ୱର, ୧୦ ଏପ୍ରିଲ, ୨୦୨୩: ଆନ୍ତର୍ଜାତୀୟ ଶିଶୁ ପୁସ୍ତକ ଦିବସ ଅବସରରେ ଭାରତର ବୃହତମ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଓଡ଼ିଶାର ଝାରସୁଗୁଡାରେ ସ୍ଥାନୀୟ ପିଲାମାନଙ୍କ ପାଇଁ ପୁସ୍ତକ ଦାନ କରିବା ପାଇଁ କର୍ମଚାରୀଙ୍କ ପାଇଁ ଏକ ପୁସ୍ତକ ସଂଗ୍ରହ ଡ୍ରାଇଭ୍ ଆୟୋଜନ କରିଥିଲା । ଏହି ପରିପେକ୍ଷିରେ କର୍ମଚାରୀମାନେ ଝାରସୁଗୁଡାର ଜିଲ୍ଲା ଲାଇବ୍ରେରୀକୁ ୬୦୦ ରୁ ଅଧିକ ପୁସ୍ତକ ଏବଂ ବେଦାନ୍ତ ଦ୍ୱାରା ପରିଚାଳିତ ଆଧୁନିକ ଅଙ୍ଗନୱାଡି, ବଡମାଲ, ଭୁର୍ଖାମୁଣ୍ଡା, ହରିଜନପଡା ଏବଂ ଭାଗିପାଲି ଗ୍ରାମ ଦ୍ୱାରା ସମର୍ôଥତ ନନ୍ଦ ଘରରେ ସ୍ଥାପିତ ମିନି ଲାଇବ୍ରେରୀକୁ ଦାନ କରିବାକୁ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଥିଲା । ପୁସ୍ତକ ଦାନ କାର୍ଯ୍ୟକ୍ରମ ସହିତ, କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବରେ ନନ୍ଦ ଘରରେ ପଢୁଥିବା ପିଲାମାନଙ୍କ ସହିତ ଏକ ପୁସ୍ତକ ପଢିବା ଏବଂ କାହାଣୀ କହିବା ଅଧିବେଶନ ପଢିବା ତଥା ଶିଖିବା ଉଦେଶ୍ୟରେ ପରିଚାଳନା କରିଥିଲେ ।

ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଏହାର ସମ୍ପ୍ରଦାୟ ବିକାଶ ପ୍ରୟାସର ଏକ ଅଂଶ ଭାବରେ ବେଦାନ୍ତ ଝାରସୁଗୁଡା ଦ୍ୱାରା ନିଆଯାଇଥିବା ଅନେକ ପଦକ୍ଷେପ ମଧ୍ୟରୁ ପୁସ୍ତକ ଦାନ ଡ୍ରାଇଭ୍ ଅନ୍ୟତମ । ଗୁଣାତ୍ମକ ଶିକ୍ଷାର ସୁବିଧା, ବିଦ୍ୟାଳୟରେ ଶିକ୍ଷା ଭିତିଭୂମି ବୃଦ୍ଧି ଏବଂ ଏହି ଅଂଚଳର ଛାତ୍ରଛାତ୍ରୀମାନଙ୍କର ଶିକ୍ଷଣ ଅଭିଜ୍ଞତାକୁ ବୃଦ୍ଧି କରାଇବା ପାଇଁ କମ୍ପାନୀ ଅନେକ ପଦକ୍ଷେପ ନେଇଛି, ଯେପରିକି:

• ନନ୍ଦ ଘରଗୁଡିକ ଆଧୁନିକୀକରଣ ହୋଇଥିବା ଅଙ୍ଗନୱାଡି ଯାହାକି ମହିଳା ଏବଂ ଶିଶୁ ବିକାଶର କେନ୍ଦ୍ର ଭାବରେ କାର୍ଯ୍ୟ କରିଥାଏ, ପ୍ରାକ୍ ବିଦ୍ୟାଳୟ ଶିକ୍ଷା, ପୁଷ୍ଟିକର ଖାଦ୍ୟ ଏବଂ ସ୍ୱାସ୍ଥ୍ୟସେବା ଏବଂ ମହିଳା ଦକ୍ଷତା ବିକାଶ ଉପରେ ଧ୍ୟାନ ଦେଇଥାଏ,ଯାହାକି ୫୦୦୦ ରୁ ଅଧିକ ପିଲାଙ୍କ ପାଇଁ ପ୍ରାଥମିକ ପିଲାଦିନର ଶିକ୍ଷାର ଗୁଣବତାକୁ ଉନ୍ନତ କରିଥାଏ ।
• ଓଡ଼ିଶା ସରକାରଙ୍କ \’ମୋ ସ୍କୁଲ ଅଭିଆନ୍‌\’ ସହଭାଗିତାରେ ସରକାରୀ ବିଦ୍ୟାଳୟରେ ଭିତିଭୂମି ବିକାଶ, ଯାହାକି ବିଦ୍ୟାଳୟ ଯାଉଥିବା ପିଲାମାନଙ୍କର ଆବଶ୍ୟକତାକୁ ସମାଧାନ କରିବା ଏବଂ ଭିତିଭୂମି, ପ୍ରଯୁକ୍ତିବିଦ୍ୟା ଇତ୍ୟାଦି ବିଦ୍ୟାଳୟଗୁଡ଼ିକୁ ସକ୍ଷମ ଏବଂ ସମର୍ଥନ କରିବାକୁ ଲକ୍ଷ୍ୟ ରଖିଛି ଯାହାକି ପିଲାମାନଙ୍କୁ ସେମାନଙ୍କର ଗଠନ ଏବଂ ଉତମ ତଥା ପୋଷଣ ପରିବେଶ ଯୋଗାଇ ପାରିବେ ।
• ବିଦ୍ୟା ଗ୍ରହ, ଏକ ଇ-ଲର୍ଣ୍ଣିଂ ପ୍ରୋଗ୍ରାମ ଯାହାକି ଅଷ୍ଟମ-ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ରେକର୍ଡ ହୋଇଥିବା ବକ୍ତୃତା ଏବଂ ଅନଲାଇନ୍ କ୍ୟାରିୟର ପରାମର୍ଶ ପ୍ରଦାନ କରିଥାଏ, ଯାହାକି ଝାରସୁଗୁଡାର ସରକାରୀ ବିଦ୍ୟାଳୟରେ ଶ୍ରେଣୀଗୃହ ଶିକ୍ଷାକୁ ଗୁଣାତ୍ମକ କରିଥାଏ ।
• ସ୍ଥାନୀୟ ବିଦ୍ୟାଳୟରେ ସ୍ଥାପିତ ମିନି ସାଇନ୍ସ ସେଂଟରରେ ଛାତ୍ରଛାତ୍ର୍ରୀମାନଙ୍କ ବୈଜ୍ଞାନିକ ସ୍ୱଭାବକୁ ବଢାଇବା, ବିଜ୍ଞାନ ଏବଂ କୌଶଳକୁ ଆକର୍ଷଣୀୟ ଉପାୟରେ ବନ।।ଇବା ପାଇଁ ଅଭିନବ ମଡେଲ, ପରୀକ୍ଷଣ ଏବଂ ଉପକରଣ ମାନ ରହିଛି ।
• ବେଦାନ୍ତ କମ୍ପ୍ୟୁଟର ସାକ୍ଷରତା ପ୍ରୋଗ୍ରାମ ମୌଳିକ କମ୍ପ୍ୟୁଟର ତାଲିମ ଏବଂ ଅଣସଂରକ୍ଷିତ ସମ୍ପ୍ରଦାୟର ଆଶାୟୀ ଯୁବକମାନଙ୍କୁ କମ୍ପ୍ୟୁଟରରେ ପ୍ରବେଶ କରିବା ପାଇଁ ବୃତିଗତ କୌଶଳ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଛି ।
• ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ବିଶ୍ୱର କାର୍ଯ୍ୟକଳାପକୁ ଅଧିକ ପ୍ରଭାବିତ କରିବା ସହିତ କମ୍ପାନୀର ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ (ଇଓ) ଶିକ୍ଷା ପ୍ରକଳ୍ପ ଛାତ୍ରଛାତ୍ରୀମାନଙ୍କୁ ଇଓ ର କାର୍ଯ୍ୟ ବୁଝିବାରେ ସାହାଯ୍ୟ କରେ ଏବଂ ବାସ୍ତବ ଦୁନିଆର ସମସ୍ୟା ପାଇଁ ଇଓ- ଆଧାରିତ ସମାଧାନ ଗଠନ ମଧ୍ୟ କରିଥାଏ ।
ଏହି ପଦକ୍ଷେପଗୁଡିକ ୨୦୧୯ ବେସଲାଇନରୁ ୨୦୨୨ ମସିହାରେ ମଧ୍ୟରେ ଏହି ଅଂଚଳରେ ନିରକ୍ଷରତାକୁ ୬୦% ହ୍ରାସ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ୩୬% ଅଧିକ ଛାତ୍ର ୫ ମ ଶ୍ରେଣୀ (ପ୍ରାଥମିକ ଶିକ୍ଷା), ୧୦% ଅଧିକ ଶ୍ରେଣୀ ଅଷ୍ଟମ (ଉଚ୍ଚ ବିଦ୍ୟାଳୟ ଶିକ୍ଷା) ଏବଂ ଦ୍ୱାଦଶ ଶ୍ରେଣୀରେ ୯୬% ଅଧିକ (ଉଚ୍ଚ ମାଧ୍ୟମିକ ଶିକ୍ଷା) ସମାପ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *