ବାଟବଣା ପ୍ରାଥମିକ ଶିକ୍ଷା, ଶିକ୍ଷା ରୁ ଅବହେଳିତ ଗମଲେଇ ଗାଁ ର ଭବିଷ୍ୟତ

ବଡ଼ବିଲ: ବଡ଼ବିଲ ତହସିଲ,ବଲାଣି ପଞ୍ଚାୟତ ଅନ୍ତର୍ଗତ ଗମଲେଇ ଗାଁ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ, ବିଦ୍ୟାଳୟ ଅଛି, ନାମ ଫଳକ ମଧ୍ୟ ଅଛି, ନା ଅଛି ବିଦ୍ୟାଳୟ ର ଛାତ ନା ଅଛି ବିଦ୍ୟାଳୟ ଗୃହ,ବଡ଼ବିଲ ତହସିଲ,ବଲାଣି ପଞ୍ଚାୟତ ଅନ୍ତର୍ଗତ ବଣ ଜଙ୍ଗଲ ଘେରା ଆଦିବାସୀ ଅଧୁଷିତ ଅଞ୍ଚଳ ଗମଲେଇ ଗାଁ, ଏଇଠି ଅବସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ବିଗତ ସାତ ବର୍ଷ ହେବ ବିଦ୍ୟାଳୟ ର ଗୃହ,ଛାତ ସମ୍ପୂର୍ଣ ଭାଙ୍ଗି ଯାଇଥିବା ବେଳେ ଦୃଷ୍ଟି ପଡୁନି ପ୍ରଶାସନ ର,ଅଡଚାଳିଶ ଜଣ ଛାତ୍ର ଛାତ୍ରୀ ଏହି ବିଦ୍ୟାଳୟ ରେ ପାଠ ପଢୁଥବା ବେଳେ ବିଦ୍ୟାଳୟ ଗୃହ ଅଭାବ ରୁ ଅଙ୍ଗନବାଡି ବାରଣ୍ଡା ରେ ପାଠ ପଢୁଛନ୍ତି , ବର୍ଷା ହେଲେ ବିଦ୍ୟାଳୟ ଛୁଟି ।

ଏପରି ପରିସ୍ଥିତି ରେ ପ୍ରାଥମିକ ଶିକ୍ଷା ରୁ ବଞ୍ଚିତ ହେଉଛନ୍ତି ଗମଲେଇ ଗାଁ ର ଭବିଷ୍ୟତ, ସରକାର ଙ୍କ ଶିକ୍ଷା ର ବୋହୁ ଯୋଜନା ଥିଲେ ମଧ୍ୟ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଅବହେଳିତ ଗମଲେଇ ଗ୍ରାମବାସୀ, ତେବେ ଦେଖିବାକୁ ବାକି ରହିଲା ସରକାର ଙ୍କ ଦୃଷ୍ଟି କେବେ ଏହି ବିଦ୍ୟାଳୟ ଉପରେ ପଡୁଛ l

Leave a Reply

Your email address will not be published. Required fields are marked *