ଆରିସଇନଫ୍ରା ସଲ୍ୟୁସନ୍ସ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଆରିସଇନଫ୍ରା ସଲ୍ୟୁସନ୍ସ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି । ଆରିସଇନଫ୍ରାସଲ୍ୟୁସନ୍ସ ହେଉଛି ଏକ ବିଜନେସ ଟୁ ବିଜନେସ ପ୍ରଯୁକ୍ତିଆଧାରିତ କମ୍ପାନି ଯାହା ନିର୍ମାଣ ଉପକରଣ ପାଇଁ ପ୍ରକ୍ୟୁରମେଂଟ ପ୍ରକ୍ରିୟାର ସରଳୀକରଣ ଓ ଡିଜିଟାଇଜେସନ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଏକ ପ୍ରଭାବଶାଳୀ ପ୍ରକ୍ୟୁରମେଂଟ ଅନୁଭୂତି ପ୍ରଦାନ କରୁଛି ।
କମ୍ପାନି ଇନିସିଆଲ ପବ୍ଲିକ ଅଫର ଜରିଆରେ ଇକ୍ୱିଟି ସେୟାର ଜାରି କରି ୬୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛି । ଏହି ଇସ୍ୟୁର ମୋଟ ପରିମାଣ ହେଉଛି ୬୦୦ କୋଟି ଟଙ୍କା ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ, ସେଥିରୁ ୨୦୪.୬୦ କୋଟି ଟଙ୍କାକୁ କମ୍ପାନି ଏହାର ବକେୟା ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ ପରିଶୋଧ କରିବା, ୧୭୭ କୋଟି ଟଙ୍କାକୁ କମ୍ପାନିର କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବା, ୪୮ କୋଟି ଟଙ୍କାକୁ ଏହାର ସହାୟକ କମ୍ପାନି ବିଲଡମ୍ୟାକ୍ସ-ଇନଫ୍ରା ପ୍ରାଇଭେଟ ଲିମିଟେଡରେ ନିବେଶ କରିବା, ସହାୟକ କମ୍ପାନି ଆରିସୟୁନିଟର୍ଣ୍ଣ ଆରଇ ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡର ଅଂଶଧନକାରୀମାନଙ୍କଠାରୁ ଆଂଶିକ ଅଂଶଧନ କିଣିବାରେ ୨୦.୪୦ କୋଟି ଟଙ୍କା ବ୍ୟବହାର କରାଯିବ । ବଳକା ରାଶିକୁ ସାଧାରଣ କର୍ପୋରେଟ କାର୍ଯ୍ୟ ଓ ଅନ୍ୟାନ୍ୟ ଅଧିଗ୍ରହଣରେ ବ୍ୟବହାର କରାଯିବ ।
ଏହି ଇସ୍ୟୁର ବୁକ ରନିଂ ଲିଡ ମ୍ୟାନେଜର ହେଉଛନ୍ତି ଜେଏମ ଫାଇନାନ୍ସିଆଲ ଲିମିଟେଡ, ଆଇଆଇଏଫ୍‌ଏଲ ସିକ୍ୟୁରିଟିଜ ଲିମିଟେଡ ଓ ନୁଭାମା ୱେଲ୍ଥ ମ୍ୟାନେଜମେଂଟ ଲିମିଟେଡ ।

Leave a Reply

Your email address will not be published. Required fields are marked *