ଡଃ ନୟିମା ଖାଡୁନ୍ – ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା ଉପ-କୁଳପତି ଭାବରେ ନିଯୁକ୍ତି ପାଇବା ମୁସଲିମ୍ ମହିଳାଙ୍କ ସଶକ୍ତିକରଣରେ ଏକ ମାଇଲଖୁଣ୍ଟ ଅଟେ ।
ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଉପ-କୁଳପତି ଭାବରେ ଡଃ ନୟିମା ଖାତୁନ୍?ଙ୍କ ନିଯୁକ୍ତି ଭାରତର ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ମାଇଲଖୁଣ୍ଟ ଅଟେ । ଏହି ନିଯୁକ୍ତି ଫଳରେ ଡଃ ଖାଡୁନ୍ ଏହି ବିଶ୍ୱବିଦ୍ୟାଲୟର ଗୌରବମୟ ଇତିହାସରେ ପ୍ରଥମ ମହିଳା ଉପକୂଳପତି ହେବାର କୃତିତ୍ୱ ହାସଲ କରିଛନ୍ତି । ଡଃ ଖାଡୁନଙ୍କ ଏହି ସଫଳତା ତାଙ୍କ ଶିକ୍ଷାଗତ ଯୋଗ୍ୟତା ଓ ନୈତୃତ୍ୟ ନେବାର କ୍ଷମତାକୁ ସୂଚିତ କରିବା ସହିତ ଶିକ୍ଷା କ୍ଷେତ୍ରରେ ଲିଙ୍ଗଗତ ସମାନତା ଦିଗରେ ଏକ ପ୍ରଗତିଶୀଳ ପଦକ୍ଷେପ ଅଟେ । ଜଣେ ମହିଳା ଭାବରେ ଏକ ଶୀର୍ଷ ପଦ ହାସଲ କରିଥିବା ଯୋଗୁଁ ସେ ଅନେକ ଯୁବ ମହିଳା ଯେଉଁମାନେ ଉଚ୍ଚଶିକ୍ଷାର ସପ୍ନ ଦେଖୁଛନ୍ତି ତାଙ୍କ ପାଇଁ ଏକ ପ୍ରେରଣାର ସ୍ରୋତ ପାଲଟିଛନ୍ତି । ଏହା ସମଗ୍ର ଶିକ୍ଷା ଜଗତ ପାଇଁ ଏକ ଗୌରବର କ୍ଷଣ ଅଟେ, ଏବଂ ଏହି ନିଯୁକ୍ତି ଅନ୍ୟ ମହିଳା ମାନଙ୍କୁ ନୈତୃତ୍ୟ ନେବା ପାଇଁ ମଧ୍ୟ ପ୍ରେରଣା ଯୋଗାଇବ । ଜଣେ ବିଶିଷ୍ଟ ଶିକ୍ଷାବିତ୍ ଓ ସମାନ୍ନସ୍ପଦ ବିଦୁଷି ଭାବରେ ସେ ଶିକ୍ଷା, ପ୍ରଶାସନ ଓ ସମାଜିକ ନ୍ୟାୟ କ୍ଷେତ୍ରରେ ସେ ତାଙ୍କ ଅନୁଭବର ଉପଯୋଗ କରିପାରିବେ । ଏହିପରି ସମ୍ମାନସ୍ପଦ ପଦ ପର୍ଯ୍ୟନ୍ତ ତାଙ୍କ ଯାତ୍ରା ସଂର୍ଘଷ ଓ ପ୍ରତିବଦ୍ଧତାରେ ଭରା, ଯାହା ଅନେକ ମହିଳା ଓ ଅବହେଳିତ ଗୋଷ୍ଠୀଙ୍କ ପାଇଁ ଏକ ପ୍ରେରଣାର ସ୍ରୋତ ଅଟେ । ଉତ୍ତର ପ୍ରଦେଶର ଏକ ଛୋଟ ସହରରେ ନୟମା ଖାତୁନଙ୍କ ଜନ୍ମ । ସେ ପିଲାଟି ଦିନରୁ ଶିକ୍ଷା ଓ ସାମାଜିକ କାର୍ଯ୍ୟ ପ୍ରତି ତାଙ୍କର ରୁଚି ଦେଖାଇ ଥିଲେ । ସାମାଜିକ ଚାପ ଓ ସୀମିତ ସାଧନକୁ ଭୃକ୍ଷେପ ନ କରି, ସେ ଦୃଢ ନିଷ୍ଠାର ସହ ଶିକ୍ଷା ଲାଭ ପାଇଁ ତାଙ୍କର ପ୍ରୟାସ ଜାରି ରଖିଥିଲେ । ତାଙ୍କ ସମଗ୍ର କାର୍ଯ୍ୟକାଳରେ ସେ ମହିଳାଙ୍କ ଅଧୀକାର ଓ ଲିଙ୍ଗଗତ ସମାନତାର ଦୃଢ ସମର୍ଥକ ଥିଲେ । ମହିଳା ସଶକ୍ତିକରଣ ଓ ଶିକ୍ଷାର ପ୍ରୋତ୍ସାହନ ପାଇଁ ସେ ଅନେକ ପ୍ରକଳ୍ପ ଗୁଡିକରେ କାର୍ଯ୍ୟ କରିଥିଲେ, ଯାହା ଫଳରେ ତାଙ୍କୁ ଅନେକ ପୁରସ୍କାର ସହିତ ଜାତୀୟ ପରିଚୟ ମିଳିଥିଲା । ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଉପ-କୁଳପତି ଭାବରେ ଡଃ ନୟମା ଖାତୁନ୍?ଙ୍କ ନିଯୁକ୍ତି ଏହାର ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ୧୮୭୫ ମସିହାରେ ସ୍ଥାପନ ହେବା ପରଠାରୁ ଏହି ବିଶ୍ୱବିଦ୍ୟାଳୟକୁ ପୁରୁଷ ଶିକ୍ଷାବିତ୍ ମାନେ ନେତୃତ୍ୱ ନେଇ ଆସୁଥିଲେ, ଏବଂ ଡଃ ଖାତୁନଙ୍କ ନିଯୁକ୍ତି ଏହି ବିଶ୍ୱବିଦ୍ୟାଳୟର ନେତୃତ୍ୱକୁ ଆହୁରି ବିବିଧ ତଥା ସମାବେଶୀ କରିପାରିଛି । ତାଙ୍କର ନିଯୁକ୍ତିକୁ ଉଭୟ ବିଶ୍ୱବିଦ୍ୟାଳୟ ଭିତର ଓ ବାହାରେ ତଥା ସମଗ୍ରଦେଶରେ ଏକ ପ୍ରଗତୀଶୀଳ ପଦକ୍ଷେପ ଭାବରେ ବିପୁଳ ସାଗତ ଜଣା ଯାଇଛି । ଏହା ଶିକ୍ଷା କ୍ଷେତ୍ରରେ ନେତୃତ୍ୱ ନେବାକୁ ଆଶାବାଦୀ ଥିବା, ଅନେକ ଯୁବତୀ ମାନଙ୍କୁ ପ୍ରେରଣା ଯୋଗାଇବ । ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ଡଃ ଖାଡ଼ୁନ ଏକ ବିସ୍ତୃତ ଯୋଜନା ତିଆରି କରିଛନ୍ତି ଯାହାର ଅର୍ନ୍ତଗତ ଉକ୍ତ ବିଶ୍ୱବିଦ୍ୟାଳୟର ପରିସରରେ ଏକ ସମାବେଶୀ ପରିବେଶ, ଅନ୍ତଃବିଷୟ ଅନୁସନ୍ଧାନ ଓ ସାମାଜିକ କାର୍ଯ୍ୟକୁ ପୋତ୍ସାହନ ଇତ୍ୟାଦି ଅର୍ନ୍ତଭୁକ୍ତ । ବିଶ୍ୱବିଦ୍ୟାଳୟର ସମୃଦ୍ଧ ଧରୋହରକୁ ଆଧାର କରି ଏହାକୁ ସେ ଏକ ଆଧୁନିକ, ନ୍ୟାୟୋଚିତ ଓ ନଦୀନ ଭବିଷ୍ୟତ ଆଡକୁ ନେବା ପାଇଁ ଯୋଜନା କରିଛନ୍ତି । ତାଙ୍କର ସାଗତ ଭାଷଣ ସମୟରେ ସେ ଶିକ୍ଷାକୁ ସାମାଜିକ ପରିବର୍ତ୍ତନର ଏକ ବଳିଷ୍ଠ ମାଧ୍ୟମ ଭାବରେ ମହତ୍ୱ ପ୍ରଦାନ କରିଥିଲେ । ସଶକ୍ତିକରଣ ପାଇଁ ଶିକ୍ଷା ଅନିବାର୍ଯ୍ୟ ବୋଲି କହି, ଆଲିଗଡ ମୁସଲିମ ବିଶ୍ୱ ବିଦ୍ୟାଳୟ ଯେପରି ଏକ ଜ୍ଞାନର ଆଲୁଅ ଭାବରେ ନିଜର ସ୍ଥାନ ବଜାୟ ରଖି ନା କେବଳ ଭାରତରେ ସମାବେଶୀତା ଓ ସାମାଜିକ ନ୍ୟାୟକୁ ସାରା ବିଶ୍ୱରେ ପ୍ରୋତ୍ସାହିତ କରିବ, ତାହା ତାଙ୍କର ଲକ୍ଷ୍ୟ ବୋଲି ସେ କହିଥିଲେ । ଡଃ ନୟମା ଖାତୁନଙ୍କ ବ୍ୟକ୍ତିତ୍ୱ ତଥା ସଂଖ୍ୟାଲଘୁ ସମୁଦାୟର ଅନ୍ୟ ବ୍ୟକ୍ତିଙ୍କ ସଫଳତାର କାହାଣୀ, ଅନେକ ମହିଳା ମାନଙ୍କୁ ଉନ୍ନତ ଭବିଷ୍ୟତ ନିର୍ମାଣ କରିବା ପାଇଁ ପ୍ରେରଣା ଯୋଗାଇଥାଏ ଓ ଅନେକ ସାମାଜିକ ବିଷୟ ପ୍ରତି ସଚେତନତା ସୃଷ୍ଟି କରିଥାଏ । ପାଠ୍ୟକ୍ରମରେ ଏହିପରି ବିଷୟ ଓ କାହାଣୀ ଗୁଡିକୁ ସାମିଲ କରାଗଲେ, ସଂଖ୍ୟାଲଘୁ ସମୁଦାୟଙ୍କ ମଧ୍ୟରେ ତାହା ନେତୃତ୍ୱ ବିକାଶରେ ସହାୟକ ହେବା ସହ ସାମାଜରେ ଏକ ସକାରତ୍ନକ ପରିଦର୍ଶନ ଆଣି ଏକ ନ୍ୟାୟୋଚିତ ସମାଜ ବିକାଶ କରିବା ପାଇଁ ଏକ ପ୍ରତିବଦ୍ଧତା ସୃଷ୍ଟି କରିବ, କାରଣ ଯେତେବେଳେ ଯୁବଗୋଷ୍ଠୀ ଏହିପରି କାହାଣୀ ସଂସ୍ପର୍ଷରେ ଆସିଥାଆନ୍ତି, ସେମାନଙ୍କ ମଧ୍ୟରେ ଅନ୍ୟମାନଙ୍କ ପ୍ରତି କରୁଣା ଓ ସହାନୁଭୂତିର ଭାବନା ବିକଶିତ ହୋଇ ଥାଏ ।
(ରେଣ୍ଡା ଫାର୍ଣିମା) ଅନ୍ତ ଜାତୀୟ ସମ୍ପକ ବିଭା
ଜିଲ୍ଲାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟ