ଡ. ପ୍ରଦୀପ ମହାପାତ୍ରଙ୍କ ଦେହାନ୍ତରେ ଶୋକସଭା

ବ୍ରହ୍ମପୁର,ପ୍ରବାହ ନ୍ୟୁଜ୍‌ : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ପ୍ରାକ୍ତନ ମୁଖ୍ୟ ଡ. ପ୍ରଦୀପ ମହାପାତ୍ରଙ୍କ ଅସୁସ୍ଥତା ଜନିତ ଦେହାନ୍ତରେ ଦକ୍ଷିଣାଞ୍ଚଳର ସର୍ବ ପୁରାତନ ସାହିତ୍ୟାନୁଷ୍ଠାନ କଳିଙ୍ଗ ସାହିତ୍ୟ ସମାଜ ପକ୍ଷରୁ ଆଜି ସନ୍ଧ୍ୟାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି l ଡ. ମହାପାତ୍ର ଅତୀତରେ କଳିଙ୍ଗ ସାହିତ୍ୟ ସମାଜର ସଂପାଦକ ରୂପେ କୃତିତ୍ୱର ସହ ଦାୟିତ୍ୱ ନିର୍ବାହ କରିଥିଲେ l କଳିଙ୍ଗ ସାହିତ୍ୟ ସମାଜର ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଶୋକସଭାରେ ଡ. କୃଷ୍ଣପ୍ରସାଦ ମହାପାତ୍ର, ଡ. ବନମାଳୀ ପାଣିଗ୍ରାହୀ, ଡ. କୁଳମଣି ଓଝା, ଅନୁପ କୁମାର ମିଶ୍ର, ଡ. ହୃଷୀକେଶ ପଣ୍ଡା, ନଳିନୀକାନ୍ତ ଗୌଡ଼, କପିଳ ଚନ୍ଦ୍ର ମହାନ୍ତି, ଡ. ସଞ୍ଜୟ କୁମାର ପଣ୍ଡା, ଡ. ଅଶୋକ କୁମାର ପଣ୍ଡା ପ୍ରମୁଖ ଦିବଂଗତ ଆତ୍ମା ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଡ. ମହାପାତ୍ରଙ୍କ ପରଲୋକଗତ ଆତ୍ମାର ଶାନ୍ତି ଓ ସଦଗତି କାମନା ପୂର୍ବକ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା l ସାହିତ୍ୟ ସମାଜ ପକ୍ଷରୁ ଏକ ଶୋକପ୍ରସ୍ତାବ ଆଗତ କରାଯାଇଥିଲା l

Leave a Reply

Your email address will not be published. Required fields are marked *