ଶୁଶ୍ରୁତ ହସ୍ପିଟାଲ୍ ଆଣ୍ଡ୍ ଟ୍ରମା କେୟାର୍ ପକ୍ଷରୁ ଡାକ୍ତର ଦିବସ ପାଳିତ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଶୁଶ୍ରୁତ ହସ୍ପିଟାଲ୍ ଆଣ୍ଡ୍ ଟ୍ରମା କେୟାର୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଭୁବନେଶ୍ୱର କ୍ଲବ୍‌ରେ ଡାକ୍ତର ଦିବସ ଆୟୋଜିତ ହୋଇଥିଲା । “ମୁଁ ଡାକ୍ତର ରୋଗୀର ଖୁସି ପାଇଁ ନିଜର ଖୁସି ବି ଭୁଲିଯାଏ” ସ୍ଲୋଗାନ ସହିତ ଡାକ୍ତର ମାନଙ୍କର ମହତ୍ୱ ଏବଂ ଦୈନଦିନ ଜୀବନରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସମ୍ମାନିତ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଧ ବିଭିନ୍ନ ବିଭାଗର ସୁନାମଧନ୍ୟ ଡାକ୍ତର ଉପସ୍ଥିତ ରହି ସମ୍ମାନିତ ଡାକ୍ତର ମାନଙ୍କୁ ପ୍ରୋତ୍ସାହିତ କରିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡ଼.ବିଜୟ ମହାପାତ୍ର, ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱ ବିଦ୍ୟାଳୟର ଉପକୂଳପତି ଡ଼. ମାନସ ରଞ୍ଜନ ସାହୁ (ଓୟୁଏଚ୍‌ଏସ୍‌), ପୁର୍ବତନ ରେଡ୍‌କ୍ରସ୍ ସଚ୍ଚିବ ମେଜର୍ କଳ୍ପନା ଦାସ, ମୁରାର୍‌କା ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିଜ୍‌ର ପରିଚାଳନା ନିର୍ଦ୍ଦେଶକ ଡ଼. ସୁନିଲ ମୁରାର୍‌କା, ଓଡ଼ିଆ ହାସ୍ୟ ଅଭିନେତା ହରିହର ମହାପାତ୍ର ଏବଂ ରୁଚି ଫୁଡ୍ ଲାଇନ୍ ଓ ଫିକିଫ୍ଲୋ ନିର୍ଦ୍ଦେଶୀକା ଶ୍ରୀମତୀ ରଶ୍ମି ସାହୁ ଯୋଗ ଦେଇଥିଲେ ।

ଶୁଶ୍ରୁତ ହସ୍ପିଟାଲ୍ ପରିଚାଳନା ନିର୍ଦ୍ଦେଶକ ଡ଼. ଅକ୍ଷୟ କୁମାର ରାଉତ (ପ୍ଲାଷ୍ଟିକ୍ ସର୍ଜନ) ନିଜର ଖୁସି ବ୍ୟକ୍ତ କରି କହିଥିଲେ “ଡାକ୍ତରଙ୍କ ଅତୁଳନୀୟ ଅବଦାନକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ମାନଦେଇ ଅମେ ଗର୍ବିତ । ଡାକ୍ତର ମାନଙ୍କର ନିରନ୍ତର ପରିଶ୍ରମ, ଉତ୍ସର୍ଗୀକୃତତା ଏବଂ ଆମର ଦୈନଦିନ ଜୀବନରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆମେ ସମ୍ମାନ ଜଣାଉଛୁ । ସେମାନଙ୍କର ବଳିଦାନ, ପ୍ରତିବଦ୍ଧତା ଏବଂ ସ୍ୱାସ୍ଥ୍ୟସେବା ପ୍ରତି ଅତୁଳନୀୟ ଅବଦାନ ଆମ ସମସ୍ତଙ୍କୁ ଉତ୍କର୍ଷତା ପାଇଁ ଚେଷ୍ଟା କରିବାକୁ ପ୍ରେରଣା ଦେଇଥାଏ । ଆମ ସମ୍ପ୍ରଦାୟ ଓ ଡାକ୍ତରଖାନାରେ ସେମାନଙ୍କର ଅମୂଲ୍ୟ ଅବଦାନକୁ ସମ୍ମାନ ଜଣାଇ ଆଜି ଆମେ ଏହି ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରୁଛୁ” ।

ଏହି ଉତ୍ସବରେ ନିଜର ଉଲ୍ଲେଖନୀୟ ସେବା ପାଇଁ ସୁଖ୍ୟାତି ଅର୍ଜନ କରିଥିବା ୨୮ ଜଣ ଡାକ୍ତରଙ୍କୁ ଶୁଶ୍ରୁତ ଦେବଦୂତ ସମ୍ମାନ ରେ ସମ୍ମାନିତ କରାଯିବା ସହିତ ଡାକ୍ତରମାନଙ୍କ ପାଇଁ ର‌୍ୟାମ୍ପ ସୋ, ଲାଇଭ୍ ମ୍ୟୁଜିକ୍ ଏବଂ ବିଭିନ୍ନ କୁଇଜ୍ ପ୍ରତିଯୋଗିତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଶୁଶ୍ରୁତ ହସ୍ପିଟାଲ୍ ମୁଖ୍ୟ କାର୍ଯ୍ୟପାଳିକା ଅଧିକାରୀ ଡ଼. ଚିଦାତ୍ମିକା ଖଟୁଆ ଶେଷରେ ଉପସ୍ଥିତ ସଦସ୍ୟ ଏବଂ ଡାକ୍ତରମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ଉପସ୍ଥାପକ ସୁଭ୍ରୋଜିତ ପଣ୍ଡା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *