ଦିବ୍ୟ କଳା ମେଳାରେ ଜନ ସମାଗମ ବଢୁଛି

ଭୁବନେଶ୍ୱର : କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ଜୁଲାଇ ୫ତାରିଖରୁ ୧୧ତାରିଖ ଯାଏଁ ସାତଦିନ ବ୍ୟାପୀ “ଦିବ୍ୟକଳା ମେଳା” କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ, ଭାରତ ସରକାର, ଜାତୀୟ ଭିନ୍ନକ୍ଷମ ଅର୍ଥ ଓ ବିକାଶ ନିଗମ (ଏନ୍‌.ଡି.ଏଫ୍‌.ଡି.ସି.) ଙ୍କ ସହାୟତାରେ ଏବଂ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଗବେଷଣା ସଂସ୍ଥା (ଏସ.ଭି.ନିରତାର) ମାଧ୍ୟମରେ ଏହାକୁ ଆୟୋଜନ କରାଯାଉଛି ।

ବହୁ ପ୍ରତୀକ୍ଷିତ ଏହି ଦିବ୍ୟକଳା ମେଳା ଅନେକ ଉତ୍ସାହ ଓ କଳାନୈପୁଣ୍ୟର ଚମତ୍କାର ପ୍ରଦର୍ଶନ ସହ ସଫଳତାର ସହ ଆରମ୍ଭ ହୋଇଥିଲା । ପ୍ରତିଦିନ ଏହି ମେଳାରେ ବହୁ ଲୋକଙ୍କର ସମାଗମ ହେବାର ପରିଲକ୍ଷିତ ହେଉଛି ।

ଏହି ମେଳାରେ ଦିବ୍ୟାଙ୍ଗମାନେ ନିଜ ପ୍ରସ୍ତୁତ ବହୁ ସାମଗ୍ରୀ ଯଥା ପୋଷାକ, ଖେଳନା, ଘରସଜ୍ଜା ଉପକରଣ, ଖାଦ୍ୟଦ୍ରବ୍ୟ, ଉପହାର, ଚିତ୍ରପଟ, ଖେଳନା ଆଦି ନାନାଦୀ ସାମଗ୍ରୀ ବିକ୍ରି କରୁଛନ୍ତି । ଯାହାକୁ କ୍ରୟ କରିବା ଲାଗି ଆଗ୍ରହୀ କ୍ରେତାମାନଙ୍କର ଅତ୍ୟନ୍ତ ଆଗ୍ରହ ଦେଖିବାକୁ ମିଳୁଛି ।

ଏହି ‘ଦିବ୍ୟକଳା ମେଳା’ରେ ନିଯୁକ୍ତିମେଳାର ମଧ୍ୟ ଆୟୋଜନ କରାଯାଇଥିଲା ଯେଉଁଥିରେ ବିପୁଳ ସଂଖ୍ୟାରେ ଦିବ୍ୟାଙ୍ଗ ଆବେଦନକାରୀ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ । ଏହି ମେଳାରେ ସମୁଦାୟ ଏପର୍ଯ୍ୟନ୍ତ ୩୨୮ଟି ଆବେଦନପତ୍ରର ପଞ୍ଜୀକରଣ ହୋଇଯାଇଥିବାର ଦୃଷ୍ଟିଗୋଚର ହୋଇଥିଲା । ଏଥିରେ ଆଶାୟୀ ଦିବ୍ୟାଙ୍ଗ ବ୍ୟକ୍ତିମାନେ ନିଯୁକ୍ତି ଲାଗି ନିଜର ପଞ୍ଜୀକରଣ କରି ୧୦ଗୋଟି ସମ୍ଭାବ୍ୟ ନିଯୁକ୍ତିଦାତା ସଂସ୍ଥାମାନଙ୍କ ସହିତ ଯୋଗସୂତ୍ରରେ ନିବନ୍ଧିତ ହୋଇପାରିଥିଲେ । ନିଯୁକ୍ତିଦାତା ସଂସ୍ଥାମାନେ ଡାଟା ଏଣ୍ଟ୍ରି ଅପରେଟର, କଲେକ୍ସନ ଏକଜିକ୍ୟୁଟିଭ, କଷ୍ଟମର କେୟାର ଏକଜିକ୍ୟୁଟିଭ, ମେସିନ ଅପରେଟର, ଟେଲିକଲର, ଡେଲିଭରି ଏକଜିକ୍ୟୁଟି ଆଦି ପଦବୀ ଲାଗି ପଞ୍ଜୀକରଣ କରିଥିଲେ ।

ଏହି ଦିବ୍ୟକଳା ମେଳାରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଲାଗି ମୂଲ୍ୟାୟନ ଏବଂ ସାହାଯ୍ୟ ଉପକରଣ ବିତରଣ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା । ଯେଉଁଥିରେ ୩୦୩ ଜଣ ଦିବ୍ୟାଙ୍ଗ ବ୍ୟକ୍ତି୍‌୍‌କର ପଞ୍ଜିକରଣ ହୋଇଥିଲା । ସେଥିମଧ୍ୟରୁ ୯୦ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଆଲିମ୍‌କୋ(AlIMCO) ଏବଂ ୧୧ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଏସ୍‌.ଭି.ନିର୍‌ତାର କୃତିମ ଅଙ୍ଗ ପ୍ରତ୍ୟଙ୍ଗ ଏବଂ ସାହାଯ୍ୟ ଉପକରଣ ବିତରଣ କରିଥିଲେ ।

Leave a Reply

Your email address will not be published. Required fields are marked *