ଜିଲ୍ଳା ଦଣ୍ଡାସୀ କୂଳ ମହାସଂଘର ଶତବାର୍ଷକ ହୀରକ ଜୟନ୍ତୀ
ବ୍ରହ୍ମପୁର, ପ୍ରବାହ ନ୍ୟୁଜ୍ : ଗଂଜାମ ଜିଲ୍ଳା ଅନ୍ତର୍ଗତ ପୁରତମପୁର ବ୍ଳକ୍ ନିକଟସ୍ଥିତ ପ୍ରଷିଦ୍ଦ ମାଁ ତାରାତାରିଣୀ ପୀଠ ଠାରେ ଗଂଜାମ ଜିଲ୍ଳା ଦଣ୍ଡାସୀ କୂଳ ମହାସଂଘର ସ୍ଥାୟୀ ସମାଜ ଗୃହରେ ଶତବାର୍ଷକ ହୀରକ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଏହି ଦଣ୍ଡାସୀ କୂଳ ମହାସଂଘକୁ ୧୯୨୪ ମସିହାରେ ପ୍ରତିଷ୍ଠାତା ସ୍ôର୍ଗତ ଶଶି ଭୂଷଣ ରଥ ଦ୍ୱାରା ନାମକରଣ ହୋଇଥିବା ବେଳେ ଶହେ ବର୍ଷ ପୁରଣ ହୋଇଛି ବୋଲି ଏହି ସଂର୍ପକରେ ସଂଘର ବରିଷ୍ଠ ବ୍ୟକ୍ତି ମାନେ ମତପ୍ରକାଶ କରିଛିନ୍ତି । ଏଥିରେ ଗଂଜାମ ଜିଲ୍ଳାର ବିଭିନ୍ନ ତାଲୁକାର ସମାଜ ସେବୀ ତଥା ଆବାହକମାନେ ହେଲେ ଘୁମୁସରରୁ ମୋଚରାମ ନାୟକ, ବ୍ରହ୍ମପୁରରୁ ପ୍ରଶାନ୍ତ କୁମାର ନାୟକ , ଖଲିକୋଟରୁ ଭିକାରୀ ଚରଣ ନାୟକ , ବଡଗଡରୁ ପିତାମ୍ବର ନାୟକ ,ବଡଖେମୁଣ୍ଡି ରୁ ଗୋବିନ୍ଦ ଚନ୍ଦ୍ର ନାୟକ ,ଧରାକୋଟରୁ ରଂଜନ କୁମାର ନାୟକ ,ମହୁରୀରରୁ ରଙ୍କନିଥି ନାୟକ ଓ ପୂର୍ବଖଣ୍ଡରୁ ଦୀନବନ୍ଦୁ ନାୟକ ମଂଚାସନ ରହି ସାମଜକୁ ସୁଦୃଢ ,ସଂଗଠିତ,ସସ୍କାରିତ ଓ ଶୃଙ୍ଗଳିତ କରିବା ସହିତ ଜାତିର ଅବହେଳିତ ଅଶିକ୍ଷିତ ନିଷ୍ଠେସିତ ବ୍ୟକ୍ତିମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ଓ ଏକ ଶିକ୍ଷିତ ଶୃଙ୍ଗଲିତ ସମାଜ ଗଠନ ପାଇଁ ଯୁବ ପିଢି ମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସଫଳ ବିନିଯୋଗ ,ସାମାଜିକ ନ୍ୟାୟ ପ୍ରଦାନ ବେଳେ ମହିଳାମାନଙ୍କୁ ସଂପୃକ୍ତି କରି ଗାଁ ଗାଁରେ ସମସ୍ତଙ୍କୁ ସମାଜିକ ସଚେତନତା ସୃଷ୍ଟି କରାଯାଉ ସମାଜକୁ ସାମାଜିକ ନ୍ୟାୟ ପ୍ରଦାନ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଳାର ବିଭିନ୍ନ ପ୍ରାନ୍ତୁରୁ ଆସିଥିବା ଭାଇ ଓ ଭଉଣୀ ମାନେ ଯୋଗଦେଇ ବେଳେ ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ମୋଚରାମ ନାୟକ , କାର୍ଯ୍ୟକାରୀ ସଂପାଦକ ଶ୍ରୀ ରଞ୍ଜନ କୁମାର ନାୟକ , କାର୍ଯ୍ୟକାରୀ ଉପେଷ୍ଠା ଶ୍ରୀ ଭିକାରୀ ଚରଣ ନାୟକ , କାର୍ଯ୍ୟକାରୀ କୋଷାଧକ୍ଷ ଶ୍ରୀ ପିତାମ୍ବର ନାୟକ, କାର୍ଯ୍ୟକାରୀ ଚେୟାରମେନ୍ ମୁନା ନାୟକ ସଦ୍ୟସ ମାନେଙ୍କର ଆନୁକୂଲ୍ୟରେ ବଡଖେମଣ୍ଡି ତାଲୁକାର ସଭାପତି ଗୋବିନ୍ଦ ଚନ୍ଦ୍ର ନାୟକ ପରିଚାଳନା କରିଥିଲେ । ଶେଷରେ ଶ୍ରୀ ରଙ୍କନିଧି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।