ଏନ୍‌ସିକ୍ୟୁସି-୨୦୨୫ରେ ଧାମରା ପୋର୍ଟକୁ ଶ୍ରେଷ୍ଠ ସମ୍ମାନ

0
NCQC Dhamra Port

ଧାମରା,ପ୍ରବାହ ନ୍ୟୁଜ୍ : ଧାମରା ପୋର୍ଟ କମ୍ପାନୀ ଲିମିଟେଡ୍ (ଡିପିସିଏଲ୍‌), କ୍ୱାଲିଟି ସର୍କଲ୍ ଫୋରମ୍ ଅଫ୍ ଇଣ୍ଡିଆ (କ୍ୟୁସିଏଫ୍‌ଆଇ) ଦ୍ୱାରା ଆୟୋଜିତ ୩୯ତମ ନ୍ୟାସ୍‌ନାଲ୍ କନଭେନସନ୍ ଅନ୍ କ୍ୱାଲିଟି କନ୍‌ସେପ୍ଟ୍ (ଏନ୍‌ସିକ୍ୟୁସି ୨୦୨୫) ରେ ଶ୍ରେଷ୍ଠ ସମ୍ମାନ ହାସଲ କରିଛି। “ଆତ୍ମନିର୍ଭର ବିକଶିତ ଭାରତ ପାଇଁ ଗୁଣାତ୍ମକ ଧାରଣା’ ବିଷୟବସ୍ତୁକୁ ଆଧାର କରି ଏହି ପ୍ରତିଷ୍ଠିତ ସମ୍ମିଳନୀ ୧୯ ରୁ ୨୨ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଗ୍ରେଟର ନୋଏଡ଼ାର ଜିଏଲ୍ ବଜାଜ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜ୍‌ମେଣ୍ଟ୍ (ଏଲ୍‌ବିଆଇଟିଏମ୍‌)ରେ ଅନୁଷ୍ଠିତ ହୋଇଥିଲା।
ଏହି ସମ୍ମିଳନୀରେ ସମଗ୍ର ଦେଶରୁ ବିଭିନ୍ନ କ୍ଷେତ୍ରକୁ ପ୍ରତିନିଧିତ୍ୱ କରୁଥିବା ଶିଳ୍ପାନୁଷ୍ଠାନ ଅଂଶଗ୍ରହଣ କରିଥିଲେ। ଏହାସହ ଗୁଣବତ୍ତା ବୃଦ୍ଧି, ଉନ୍ନତ ପ୍ରକ୍ରିୟା, ସୁରକ୍ଷା ଏବଂ ଉତ୍କର୍ଷ କାର୍ଯ୍ୟ ଦକ୍ଷତାକୁ କେନ୍ଦ୍ର କରି ଅଭିନବ ଗୁଣବତ୍ତାର ବିଷୟବସ୍ତୁ, ସର୍ବୋତ୍ତମ ପ୍ରଣାଳୀ ଏବଂ କେସ୍ ଷ୍ଟଡ଼ି ପ୍ରଦର୍ଶନ କରାଯାଇଥିଲା। ଆଦାନୀ ଗ୍ରୁପ୍‌ର ଧାମରା ପୋର୍ଟ କମ୍ପାନୀ ଲିମିଟେଡ୍ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହ ଜାତୀୟ ପ୍ଲାଟଫର୍ମରେ କ୍ୱାଲିଟି ସର୍କଲ୍ ବର୍ଗରେ ଏକ ଉଲ୍ଲେଖନୀୟ ପ୍ରଭାବ ପକାଇଛି। ଇଞ୍ଜିନିୟରିଂ ବିଭାଗର ସାମଗ୍ରୀ ପରିଚାଳନା ବିଭାଗର ମୋଟ ୫ଟି କ୍ୱାଲିଟି ସର୍କଲ୍ ଦଳ ସେମାନଙ୍କର କେସ୍ ଷ୍ଟଡି ଉପସ୍ଥାପନ କରିଥିଲେ, ଯେଉଁଥିରେ ସମସ୍ୟାର ସଂରଚିତ ସମାଧାନ ପଦ୍ଧତି ଏବଂ ବନ୍ଦରରେ କାର୍ଯ୍ୟକାରୀ ହୋଇଥିବା ଦୀର୍ଘସ୍ଥାୟୀ ଗୁଣବତ୍ତା ଉନ୍ନତି ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରାଯାଇଥିଲା।
ଧାମରା ପୋର୍ଟ କମ୍ପାନୀ ଲିମିଟେଡ୍‌ର ସମସ୍ତ ୫ଟି ଦଳକୁ କନ୍‌ଭେନ୍‌ସନ୍‌ର ସର୍ବୋଚ୍ଚ ସମ୍ମାନ – “ପାର୍ ଏକ୍ସିଲେନ୍ସ୍‌’ ପୁରସ୍କାର ସହିତ ସେମାନଙ୍କର ଆକର୍ଷଣୀୟ ଉପସ୍ଥାପନା ଏବଂ ଉତ୍ତମ ଗୁଣବତ୍ତା ବିଶିଷ୍ଟ ପ୍ରଭାବଶାଳୀ ପଦକ୍ଷେପ ପାଇଁ “ବେଷ୍ଟ୍ ମଡ଼େଲ୍‌’ ଟ୍ରଫି ମଧ୍ୟ ପ୍ରଦାନ କରାଯାଇଥିଲା।
ଏହି ଉଲ୍ଲେଖନୀୟ ସଫଳତା କର୍ମଚାରୀମାନଙ୍କ କାର୍ଯ୍ୟ ପ୍ରତି ନିରନ୍ତର ଆଗ୍ରହ, ପ୍ରତିବଦ୍ଧତା ଏବଂ ଶିଳ୍ପ କ୍ଷେତ୍ରରେ ପ୍ରଭାବଶାଳୀ କାର୍ଯ୍ୟଦକ୍ଷତାକୁ ପ୍ରତିଫଳିତ କରିଥାଏ। ଏହି ଜାତୀୟ ସ୍ତରୀର ସ୍ୱୀକୃତି, ବ୍ୟବସାୟ କ୍ଷେତ୍ରରେ ଗୁଣବତ୍ତା, ନବସୃଜନ ଏବଂ କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷତା ଆଣିବାରେ ଆଦାନୀ ଗ୍ରୁପ୍‌ର ନେତୃତ୍ୱକୁ ସୁଦୃଢ଼ କରିବ, ଯାହା ଆତ୍ମନିର୍ଭର ଓ ବିକଶିତ ଭାରତର ଦୃଷ୍ଟିକୋଣକୁ ବାସ୍ତବ ଋପ ଦେବା ସହ ଭବିଷ୍ୟତରେ ଏକ ଉନ୍ନତ ରାଷ୍ଟ୍ର ନିର୍ମାଣରେ ସହାୟକ ହେବ।

Leave a Reply

Your email address will not be published. Required fields are marked *