ନିଜ ଘରେ ସେକ୍ସ ରାକେଟ୍ କାରବାର, ଦୁଇ ରୁପଜିବି ସମେତ ମୋଟ୍ ଚାରି ଗିରଫ
ଅନୁଗୁଳ : ବିଭିନ୍ନ ସ୍ଥାନରୁ ଯୁବତୀଙ୍କୁ ଆଣି ଘରେ ରଖୁଥିଲେ ମହିଳା ଆଉ ତାଙ୍କ ସ୍ବାମୀ ବାହାରି ପଡୁଥିଲେ ଗ୍ରାହକ ସନ୍ଧାନରେ ପରେ ପତି-ପତ୍ନୀ ମିଶି ନିଜ ଘରେ ଚଳାଉଥିଲେ ଦେହ କାରବାର ଏଥିରେ ସହଯୋଗ କରୁଥିଲା ପୁଅ, ଅନୁଗୁଳ ଥାନା ପୁଲିସ ଏମିତି ଏକ ସେକ୍ସ ରାକେଟ୍କୁ ଧରିଥିଲା ବେଳେ ଗ୍ରାହକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମଦନ ମୋହନପଡ଼ାର ନସିମ୍ ଅହମ୍ମଦ(୫୫), ନିଶାର ଅହମ୍ମଦ(୧୯), ଶ୍ରୀଧର ବାରିକ(୪୨) ଓ ବ୍ରଜମୋହନ ସାହୁ(୩୪) ସୂଚନା ଅନୁସାରେ, ମଦନ ମୋହନପଡ଼ାର ବିକ୍ରମ ଲଜ୍ ପଛ ପାଖରେ ସବ୍ନମ ବେଗମ୍ଙ୍କ ଘରେ ଦେହ ବ୍ୟବସାୟ ଚାଲିଥିବା ନେଇ ପୁଲିସ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ,ଏହା ପରେ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଶନିବାର ଅପରାହ୍ଣରେ ସେଠାରେ ଚଢ଼ାଉ କରିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରେ ଦେହ କାରବାର ଚାଲିଥିବା ଦେଖିବାକୁ ପାଇଥିଲା। ଏକ ଦୁଇ ମହଲା ଘରର ତଳ ମହଲାରେ ଜଣେ ଯୁବକ ଓ ମହିଳା ଅସଂଜତ ଅବସ୍ଥାରେ ଧରା ପଡ଼ିଥିଲେ | ସେହିପରି ପ୍ରଥମ ମହଲାରେ ମଧ୍ୟ ଜଣେ ମହିଳା ଓ ଯୁବକ ଅସଂଜତ ଅବସ୍ଥାରେ ଥିଲା ବେଳେ ପୁଲିସ ପହଞ୍ଚିଥିଲା। ପୁଲିସ ସେମାନଙ୍କ ପାଖରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ପରେ ସେମାନେ ଦେହ କାର ପାଇଁ ଆସିଥିବା ପୁଲିସ ଆଗରେ ସ୍ବୀକାର କରିଥିଲେ । ପରେ ପୁଲିସ ଘରର ବିଭିନ୍ନ କୋଠରୀ ଯାଞ୍ଚ କରିଥିଲା। ଏଠାରୁ ବିପୁଳ ପରିମାଣର କଣ୍ଡୋମ୍ ଓ ବହୁ ମୋବାଇଲ୍ ଫୋନ୍ ଜବତ କରିଛି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି କରି ଗ୍ରାହକ ଶ୍ରୀଧର ବାରିକ(୪୨) ଓ ବ୍ରଜମୋହନ ସାହୁ(୩୪) ଙ୍କୁ ଗିରଫ କରିଛି। ସେହିପରି ସବ୍ନମ ବେଗମ୍ଙ୍କ ସ୍ବାମୀ ନସିମ୍ ଓ ପୁଅ ନିଶାରକୁ ଗିରଫ କରିଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ମାମଲାରେ ଆଉ କିଏ କିଏ ଅଛନ୍ତି ତା’ର ଖୋଳତାଡ଼ ଚାଲିଛି। ପୁଲିସ ଦୁଇଟି ମଟର ସାଇକଲ ସହିତ ଏକାଧିକ ମୋବାଇଲ୍ ଓ ନଗଦ ଟଙ୍କା ଜବତ କରିଛି।