ଭାରତୀୟ ପରିବାରରେ ଖରାଦିନେ ଏସି ବ୍ୟବହାର ଓ ବିଦ୍ୟୁତ ବିଲ୍‌ରେ ବ୍ୟାପକ ବୃଦ୍ଧି: ଗୋଦରେଜ୍ ସର୍ବେକ୍ଷଣ

ଭୁବନେଶ୍ୱର : ଗୋଦରେଜ୍ ଆଣ୍ଡ୍ ବୋଏସ୍‌ର ଅଂଶ ଗୋଦ୍‌ରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ଟ୍ୱେଂଟିଫାଏ ଇଣ୍ଡିଆ ସହଯୋଗରେ “ଭାରତୀୟ ପରିବାରରେ ଏସି ବ୍ୟବହାର’କୁ ନେଇ କରାଯାଇଥିବା ଗ୍ରାହକ ସର୍ବେକ୍ଷଣ ରିପୋର୍ଟ ଉନ୍ମୋଚନ କରାଯାଇଛି ଯେଉଁଥିରେ ଭାରତୀୟ ପରିବାରରେ ଏସିକୁ କିଭଳି ବ୍ୟବହାର କରାଯାଉଛି, ବିଦ୍ୟୁତ ବିଲ୍ ଉପରେ ତାହାର ପ୍ରଭାବ ଓ ଏସିର ରକ୍ଷଣାବେକ୍ଷଣ ପାଇଁ ଗ୍ରହଣ କରାଯାଉଥିବା ପଦ୍ଧତି ଉପରେ ଆଲୋକପାତ କରାଯାଇଛି ।
ଏହି ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିବା ୫୦ ପ୍ରତିଶତରୁ ଅଧିକ ଲୋକ ସ୍ୱୀକାର କରିଛନ୍ତି ଯେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଖରାଦିନେ ସେମାନଙ୍କ ଏସି ବ୍ୟବହାର ଦୁଇ ଗୁଣାରୁ ଅଧିକ ବଢ଼ିଛି । ସେହିପରି ୯୦ ପ୍ରତିଶତ ଲୋକ ସହମତ ହୋଇଛନ୍ତି ଯେ ସେମାନଙ୍କ ଏସି ବ୍ୟବହାର ୧.୫ ଗୁଣା ବୃଦ୍ଧି ପାଇଛି । ଦୁଇ ତୃତୀୟାଂଶ ଲୋକ କହିଛନ୍ତି ଯେ ଗତ ଦୁଇ ବର୍ଷରେ ସେମାନଙ୍କ ଘରେ ବ୍ୟବହାର ହେଉଥିବା ଏସି ସଂଖ୍ୟା ବଢ଼ିଛି । ସେହିପରି ୯୦ ପ୍ରତିଶତ ଲୋକଙ୍କ ମତ ହେଉଛି ଖରାଦିନେ ସେମାନଙ୍କ ବିଦ୍ୟୁତ ବିଲ୍‌ରେ ବଡ଼ ଧରଣର ବୃଦ୍ଧି ହୋଇଛି । ୫୨ ପ୍ରତିଶତ ଲୋକ କହିଛନ୍ତି ଯେ ସ୍ୱାଭାବିକ ଦିନ ତୁଳନାରେ ଖରାଦିନର ବିଦ୍ୟୁତ ବିଲ୍ ପ୍ରାୟ ଦୁଇ ଗୁଣା ବଢ଼ିଛି । ଦେଶର ବିଭିନ୍ନ ସ୍ଥାନରେ ଅନୁଭୂତ ହୋଇଥିବା ପ୍ରବଳ ଗରମ ପ୍ରଭାବ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ।
ଏ ସମ୍ପର୍କରେ ଗୋଦରେଜ୍ ଆପ୍ଲାଏନ୍‌ସେସ୍‌ର ବ୍ୟବସାୟ ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ଉପସଭାପତି କମଲ ନନ୍ଦୀ କହିଛନ୍ତି ଯେ, “ଗତବର୍ଷ ଖରାଦିନ ତୁଳନାରେ ଚଳିତ ବର୍ଷ ଏସି ଶିଳ୍ପରେ ୧.୫ ଗୁଣା ବୃଦ୍ଧି ହୋଇଛି । ଆମେ ପ୍ରାୟ ଦୁଇ ଗୁଣା ଅଭିବୃ୍‌ଧି ହାସଲ କରିଛୁ । ଏହା ଆପ୍ଲାଏନ୍‌ସେସ୍ ଶିଳ୍ପ ପାଇଁ ଏକ ଭଲ ଖବର ହୋଇଥିବା ବେଳେ ପରିବେଶ, ଆଗାମୀ ଦିନର ବିଦ୍ୟୁତ ଚାହିଦା ଓ ପରିବାରର ଖର୍ଚ୍ଚ ଉପରେ ଏହାର ପ୍ରଭାବକୁ ଆମକୁ ଜାଣିବାକୁ ପଡ଼ିବ । ଏକ ୩-ଷ୍ଟାର ଏସି ତୁଳନାରେ ୧.୫ ଟନ୍‌ର ୫ ଷ୍ଟାର୍ ଏସି ୨୫ ପ୍ରତିଶତ କମ୍ ବିଦ୍ୟୁତ ବ୍ୟବହାର କରୁଥିବାରୁ ବିଦ୍ୟୁତ ବିଲ୍ କମ୍ କରିବା ପାଇଁ ଅଧିକ ଷ୍ଟାର୍ ରେଟିଂ ମିଳିଥିବା ଏସି ବ୍ୟବହାର ଉପରେ ଏହି ସର୍ବେକ୍ଷଣ ରିପୋର୍ଟ ଆଲୋକପାତ କରିଛି । ଭାରତରେ ଉଚ୍ଚ ମାନର ଶୀତଳତା ପ୍ରଦାନକାରୀ ସମାଧାନର ବର୍ଦ୍ଧିତ ଆବଶ୍ୟକତା ପୂରଣ କରିବା ପାଇଁ ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପ୍ରତିବଦ୍ଧ ରହିଥିବା ବେଳେ ଏହା ତାହାକୁ ପରିବେଶ ମିତବ୍ୟୟୀ ସ୍ଥାୟୀ ଢଙ୍ଗରେ କରିବାକୁ ଚାହୁଛି ।’’
ଏହି ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିବା ୮୬ ପ୍ରତିଶତ ଗ୍ରାହକ କହିଛନ୍ତି ଯେ ବିଦ୍ୟୁତ ବିଲ୍ କମ୍ କରିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଉଦ୍ୟମ କରୁଛନ୍ତି । ବିଦ୍ୟୁତ ବିଲ୍ ସଂଚୟ କରିବା ଲାଗି ଏସିକୁ କିଛି ସମୟ ବନ୍ଦ କରୁଛନ୍ତି ୬୫ ପ୍ରତିଶତ ଲୋକ କହିଛନ୍ତି ଯେ ବର୍ଷେ କିମ୍ବା ଅଧିକ ସମୟ ସର୍ଭିସିଂ ହୋଇନଥିବା ଏସି ସେମାନେ ବ୍ୟବହାର କରୁଥିବା ବେଳେ ୨୬ ପ୍ରତିଶତ କହିଛନ୍ତି ଯେ କିଛି ସମସ୍ୟା ହେଲେ ସେମାନେ ଏସି ସର୍ଭିସିଂ କରୁଛନ୍ତି । ଦକ୍ଷିଣରେ ଏହି ହାର ସର୍ବନିମ୍ନ ୨୦% ଥିବା ବେଳେ ୬୫ ପ୍ରତିଶତ ଲୋକ କହିଛନ୍ତି ଯେ ବର୍ଷକୁ ଅତିକମ୍‌ରେ ଥରେ ସେମାନେ ଏସି ସର୍ଭିସିଂ କରୁଛନ୍ତି । ଏକ ପଂଚମାଂଶ ଲୋକ ସ୍ୱୀକାର କହିଛନ୍ତି ଯେ କମ୍ପାନିର ସ୍ୱୀକୃତିପ୍ରାପ୍ତ ଟେକ୍ନିସିଆନ୍ ନୁହେଁ,ସେମାନେ ସ୍ଥାନୀୟ ଟେକ୍ନିସିଆନ୍‌ଙ୍କ ଜରିଆରେ ଏସି ସର୍ଭିସିଂ କରାଉଛନ୍ତି । ପଶ୍ଚିମରେ ଏହି ହାର ୨୩% ଭଳି ଉଚ୍ଚ ସ୍ତରରେ ରହିଛି ।
ଶ୍ରୀ କମଳ ନନ୍ଦୀ କହିଛନ୍ତି ଯେ, “ଏସି ସର୍ଭିସିଂରେ ରହିଥିବା ଅନ୍ତରକୁ ଏହି ରିପୋର୍ଟ ଦର୍ଶାଉଛି । ଏସିର ନିୟମିତ ରକ୍ଷଣାବେକ୍ଷଣ ଓ ସର୍ଭିସିଂ ପାଇଁ ଗୋଦରେଜ୍ ଆପ୍ଲାଏନ୍‌ସେସ୍‌ରେ ଆମେ ଦୃଢ଼ ଭାବେ ଆହ୍ୱାନ ଦେଉଛୁ, କାରଣ ତାହା ଏସିର ଦୀର୍ଘସ୍ଥ୍ରାୟିତ୍ୱ ଓ ପ୍ରଦର୍ଶନ ବଢ଼ାଇବା ସହ ଶକ୍ତି ବ୍ୟବହାର କମ୍ କରିବ । ‘’

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *