ଭାରତରେ ଅପରାଧିକ ନ୍ୟାୟ ବ୍ୟବସ୍ଥା ଓ ଆଇନଗତ ସଂସ୍କାର
ଏମ ଡି ଅବୈଦୁଲ୍ଲା
ଭାରତ ୧୯୪୭ ମସିହାରେ ସ୍ଵାଧିନ ହୋଇଥିଲେ ମଧ୍ୟ ବିଟ୍ରିଶମାନଙ୍କ ଦ୍ବାରା ନିର୍ମିତ ଆଇନ୍ ଦ୍ଵାରା ପରିଚାଳିତ ହୋଇ ଆସୁଥିଲା । ବର୍ତ୍ତମାନ ଜୁଲାଇ ୧ ଠାରୁ ଦେଶରେ ନୂଆ ଫୌଜଦାରୀ ଆଇନ୍ ଭାବେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧୁନିୟମ ପୂର୍ବରୁ ଥିବା ଇଣ୍ଡିଆନ୍ ପେନାଲ୍ କୋର୍ଡ଼, କୋର୍ଡ଼ ଅଫ୍ କ୍ରିମିନାଲ୍ ପ୍ରୋସିଜିଓର, ଇଣ୍ଡିଆନ୍ ଏଭିଡେନ୍ଟ ଆକ୍ଟକୁ ଯଥା କ୍ରମେ ବିସ୍ଥାପିତ କରିଛନ୍ତି ।
ବର୍ତ୍ତମାନ ବିଟ୍ରିଶ୍ ଆଇନ୍କୁ ସମ୍ପୂର୍ଣ ରୂପେ ଉଚ୍ଛେଦ କରାଯାଇଛି ଏବଂ ନୂଆ ସ୍ୱଦେଶୀ ଆଇନ୍ରେ ଭାରତୀୟ ପରମ୍ପରାକୁ ଗୁରୁତ୍ୱ ଦିଆଯାଇଛି । ଭାରତୀୟ ପରମ୍ପରା ଅନୁଯାୟୀ ଜଣକୁ ଦଣ୍ଡିତ କରିବା ପରିବର୍ତ୍ତେ ନ୍ୟାୟ ପ୍ରଦାନକୁ ଗୁରୁତ୍ବ ଦିଆଯାଇଛି । ନାଗରିକଙ୍କୁ ନ୍ୟାୟ ପ୍ରଦାନରେ ବିଳମ୍ବ ପରିବର୍ତ୍ତେ ଏହାକୁ ତ୍ବରାନ୍ବିତ କରାଯାଇଛି । ପୁରୁଣା ବିଟ୍ରିଶ୍ ଆଇନ୍ରେ ପୋଲିସ୍ର ଅଧୁକାରକୁ ସୁରକ୍ଷା ଦିଆଯାଇଥିବା ବେଳେ ବର୍ତ୍ତମାନର ନୂତନ ଆଇନ୍ରେ ପୀଡ଼ିତ ଏବଂ ଅଭିଯୋଗକାରୀଙ୍କ ଅଧୁକାରୀକୁ ମଧ୍ୟ ସୁରକ୍ଷା ଦିଆଯାଇଛି।
ବର୍ତ୍ତମାନ ଯୁଗର ତୁରନ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମୟ ସୀମା ମଧ୍ୟରେ ନ୍ୟାୟ ପ୍ରଦାନ କରିବାକୁ ସରକାରଙ୍କ ଦ୍ଵାରା ଏକ ବ୍ୟାପକ ନ୍ୟାୟ ବ୍ୟବସ୍ଥା ତିଆରି ହୋଇଛି । ଯାହା ବର୍ତ୍ତମାନ ସମସ୍ୟାର ସମାଧାନ ଏବଂ ପ୍ରତିଫଳନ କରିବ ବୋଲି ଆଶା ରଖାଯାଇଛି । ଏହି ନୂତନ ଆଇନ୍ଗତ ସଂସ୍କାର ବର୍ତମାନର ଅପରାଧିକ ଆଇନ୍ର ସମୀକ୍ଷା କରି ତାକୁ ଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖୁଛି ।
ନୂତନ ଫୌଜଦାରୀ ଆଇନର କେତେକ ମୁଖ୍ୟ ଆକର୍ଷଣ ହେଉଛି, ଏଥିରେ ମହିଳା, ଶିଶୁ ତଥା ହତ୍ୟା ଅପରାଧ ଏବଂ ଟ୍ରାନ୍ସ ଜେଣ୍ଡର ତଥା ସଂଖ୍ୟା ଲଘୁଙ୍କ ମୌଳିକ ଅଧିକାରକୁ ସୁରକ୍ଷିତ କରିବାକୁ ପ୍ରାଧାନ୍ୟ ଦିଆଯାଇଛି । ସମସ୍ତ ପୋଲିସ୍ ଷ୍ଟେସନ୍ ପାଇଁ ଅନ୍ଲାଇନ୍ ରେକର୍ଡ଼ ବାଧ୍ୟତା ମୂଳକ। ସନ୍ଧାନ ଏବଂ ଜବତ କାର୍ଯ୍ୟ ସମୟରେ ଦୁଇଜଣ ଜଣ ନିରପେକ୍ଷ ସାକ୍ଷୀଙ୍କ ଉପସ୍ଥିତିରେ ଭିଡ଼ିଓ ଗ୍ରାଫି ବାଧ୍ୟତାମୂଳକ କରାଯାଇଛି । ପ୍ରଭାବଶାଳୀ ପରିଚାଳନା ପାଇଁ ନୂତନ ” ଜିରୋ ଏଫ ଆଇ ଆର୍ ” ବ୍ୟବସ୍ଥା ସଂସ୍ଥାପିତ ହୋଇଛି । ଏବଂ ପୀଡ଼ିତ ପୀଡ଼ିତାଙ୍କୁ ଏଫ୍ଆଇଆରର ଏକ ମାଗଣା କପି ଦିଆଯିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ନୂତନ ନିୟମର ତିନୋଟି ପ୍ରମୁଖ ବିଶିଷ୍ଟତା ହେଉଛି- -ଶୁଣିବାର ସୁଯୋଗ-ଅଡି ଆଲୋରମ ପାର୍ଟମ, ସୂଚନା ଅଧିକାର ଏବଂ ଅଭିଯୁକ୍ତକୁ କ୍ଷତି ପୂରଣ ଦେବାର ଅଧିକାର l ସ୍ୱାଧୀନ ଭାରତ ଇତିହାସରେ ଏହା ପ୍ରଥମ ଥର ଯଦି ବ୍ୟକ୍ତିଙ୍କୁ ଭୁଲ ଭାବରେ ଗିରଫ ଯାଇ କୋର୍ଟ ଚାଲାଣ କରାଯାଇଥାଏ, ତେବେ କ୍ଷତିପୂରଣ ଦେବାର ଅଧିକାର ଅନ୍ତଭୁକ୍ତ କରାଯାଇଛି ।
ଏହି ନୂତନ ନିୟମ ଗୁଡ଼ିକ କେବଳ ନ୍ୟାୟ ବିତରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବନି ବରଂ ଟେକ୍ନୋଲୋଜି ଦ୍ଵାରା ସମୟ ସୀମା ମଧ୍ୟରେ ଏହା ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ରେ ସ୍ବଚ୍ଛତା ବୃଦ୍ଧି କରିବ l