ଖୋର୍ଦ୍ଧାରେ ବହୁ ପ୍ରତିକ୍ଷିତ କୋଭିଡ ଟିକାକରଣ ଅଭିଯାନର ଶୁଭାରମ୍ଭ

ଖୋର୍ଦ୍ଧା : ୧୬/୦୧: ବହୁ ପ୍ରତିକ୍ଷିତ ମହାମାରୀ ବିରୋଧରେ ମହା ଲଢ଼େଇ ପାଇଁ ପ୍ରଥମ ପର୍ଯ୍ୟାୟ  କୋଭିଡ ଟିକାକରଣ  କାର୍ଯ୍ୟକ୍ରମ ଆଜି ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଛି। ଏଥିପାଇଁ ଜିଲ୍ଲା ସାରା ଉଲ୍ଲାସର ବାତାବରଣ  ଦେଖିବାକୁ ମିଳିଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଙ୍ଗ ଜରିଆରେ ଆଜି ସକାଳ ୧୦.୩୦ ମିନିଟ ସମୟ ରେ ଦେଶବ୍ୟାପୀ ଏହାର ଶୁଭାରମ୍ଭ କରିଥିଲେ । ସମଗ୍ର ଦେଶରେ ପ୍ରାୟ  ୩ ହଜାର  କେନ୍ଦ୍ରରେ କୋଭିଡ ଟିକା ଦିଆଯାଉଛି। ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ କେନ୍ଦ୍ରରେ ସର୍ବାଧିକ ୧୦୦ ଜଣଙ୍କୁ କୋଭିଡ-୧୯ ଭାକସିନ୍‌ ଦିଆଯିବାର ଯୋଜନା ଅଛି ।
ସେଥିପାଇଁ ବ୍ୟାପକ ପ୍ରସ୍ତୁତି ପୂର୍ବରୁ କରାଯାଇଥିଲା।

ଓଡ଼ିଶାର ସମସ୍ତ ଜିଲ୍ଲାରେ ମଧ୍ୟ ଏହି ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କ୍ରମରେ ଆଜି ଖୋର୍ଦ୍ଧା ଜିଲ୍ଲାର ପାଞ୍ଚଟି ସ୍ଥାନରେ ପ୍ରଥମ ପର୍ଯ୍ୟାୟରେ
ସ୍ବାସ୍ଥ୍ୟ କର୍ମଚାରୀ ମାନଙ୍କୁ ଟୀକାଦାନ କରାଯାଇଛି। ସେଥିପାଇଁ ଗତକାଲି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଙ୍କ ଅଧକ୍ଷତାରେ ସହକାରୀ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ , ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ମାନସ ବିଶ୍ୱାଳଓ ମୁଖ୍ୟ ଚିକିତ୍ସା ଅଧିକାରୀ ବିଶ୍ୱରଞ୍ଜନ ପତି ଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଟୀକାକରଣ ବାବଦରେ ବ୍ୟାପକ ପ୍ରସ୍ତୁତି ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରାଯାଇଥିଲା।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ସଫେଇ କର୍ମଚାରୀ ଭାଗୀରଥି ନାୟକ ଙ୍କ ସହିତ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ହରପ୍ରସନ୍ନ ତ୍ରିପାଠୀ ପ୍ରଥମେ ଟୀକା ନେଇଥିବା ବେଳେ ସର୍ବମୋଟ ୧୦୪ ଜଣଙ୍କୁ ଟୀକା ପ୍ରଦାନ କରାଯାଇଛି  ସେହିପରି ଜଟଣୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ତତ୍ୱାବଧାନରେ ପ୍ରଥମେ  ଲକ୍ଷ୍ମୀପ୍ରିୟା ନାୟକ ନାମକ ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କୁ ସରକାରଙ୍କ ନିୟମ ଅନୁସାରେ ଟୀକାଦାନ କରାଯାଇଥିବା ବେଳେ ମୋଟ ୪୭ ଜଣ ଟୀକା ନେଇଥିଲେ ।

ଜିଲ୍ଲାର ଏହି ପ୍ରଥମ  ପର୍ଯ୍ୟାୟ ଟୀକାଦାନ ଅବସରରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାପାଳ ଶ୍ରୀ ସନତ କୁମାର ମହାନ୍ତିଙ୍କ ସହିତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଜେୟ ପ୍ରତାପ ସ୍ୱାଇଁ, ମୁଖ୍ୟ ଚିକିତ୍ସା ଅଧିକାରୀ ବିଶ୍ୱରଞ୍ଜନ ପତି ପ୍ରମୁଖ ଉପସ୍ଥିତ ରହିଥିବା ବେଳେ

ବାଲୁଗାଁ ଚିକିତ୍ସାଳୟରେ ଖୋର୍ଦ୍ଧା ଜିଲ୍ଲା DPCHO ଡାକ୍ତର ପ୍ରସନ୍ନ କୁମାର ମହାପାତ୍ର ଯୋଗ ଦେଇଥିବା ବେଳେ ବାଲୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ଦିବ୍ୟଶକ୍ତି ଚାନ୍ଦ ଉପସ୍ଥିତ ରହି ସମ୍ପୂର୍ଣ୍ଣ ଟିକାଦାନ କାର୍ଯ୍ୟକ୍ରମ କୁ  ପରିଚାଳନା କରିଥିଲେ ଓ ସର୍ବମୋଟ ୩୦ ଜଣଙ୍କୁ ଟୀକାଦାନ କରାଯାଇଥିବା ସୂଚନା ମିଳିଛି ।

ସେହିପରି ବୋଲଗଡ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ଅରୁଣ କୁମାର ମହାପାତ୍ର କୋଭିଡ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପରେ ପ୍ରଥମ କରି ଡାକ୍ତର ରତିରଞ୍ଜନ ଷଣ୍ଢ ଟୀକା ନେଇଥିଲେ , ପରେ ଡାକ୍ତର, ଏଲ.ଟି. କର୍ମଚାରୀ, ରେଡ଼ିଓଗ୍ରାଫର, ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କୁ ମିଶାଇ ସମୁଦାୟ ୬୦ ଜଣ ଟୀକା ନେଇଥିଲେ, ସେହିପରି ମେଣ୍ଢାଶାଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୫୦ ଜଣଙ୍କୁ ଟୀକା ପ୍ରଦାନ କରାଯାଇଥିଲା ।

ଏହି ପରିପ୍ରେକ୍ଷୀ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ମୁଖ୍ୟ ଚିକିତ୍ସା ଅଧିକାରୀ ବିଶ୍ୱରଞ୍ଜନ ପତିଙ୍କ ନିମନ୍ତ୍ରଣ କ୍ରମେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀଯୁକ୍ତ ସନତ କୁମାର ମହାନ୍ତି  ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ କୋଭିଡ ଟିକାକରଣ କେନ୍ଦ୍ର ର ଶୁଭ ଉଦଘାଟନ କରିଥିଲେ।

ଏ ଅବସର ରେ ଶ୍ରୀଯୁକ୍ତ ମହାନ୍ତି କୋଭିଡ ଟିକା ନେଲେ ମଧ୍ୟ ଆମ୍ଭେମାନେ ସାନିଟାଇଜର, ମାକ୍ସ ତଥା ସାମାଜିକ ଦୂରତା ପାଳନ ପାଇଁ ଭୁଲିବାନାହିଁ ବୋଲି ଖୋର୍ଦ୍ଧା ଜନସାଧାରଣ ଙ୍କୁ ଏକ ବାର୍ତ୍ତା ପ୍ରଦାନ କରିଛନ୍ତି । ଟିକା ନେଇଥିବା ବ୍ୟକ୍ତି ବିଶେଷଙ୍କୁ ପାଇଁ ଅଧଘଣ୍ଟା ବିଶ୍ରାମକକ୍ଷ ରେ ରହିବାକୁ କଳାବ୍ୟାଚ ଧାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ମାନେ ପରାମର୍ଶ ଦେଉଥିବାର ଦେଖିବାକୁ ମିଳିଥିଲା l

ଏଇ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ , ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ମାନସ ବିଶ୍ୱାଳ ତଥା ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ ର ଟୀକାକରଣ ପାଇଁ ନିୟୋଜିତ ସମୁହ କର୍ମଚାରୀ ଗଣ ଉପସ୍ଥିତ ଥିଲେ ।

ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ସମସ୍ତ ଟୀକାକରଣ କେନ୍ଦ୍ରକୁ ଛାଡି ବାକି ଜିଲ୍ଲାର ପାଞ୍ଚଟି ଯାକ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ ସର୍ବାଧିକ ୨୯୧ ଜଣକୁ ଟୀକା ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *