ସାମୁହିକ ଛୁଟିନେଇ ଧାରଣାରେ ସାମିଲ ଯୋଡ଼ା ବ୍ଲକ ଶିକ୍ଷକ ସଙ୍ଘ


ଯୋଡ଼ା-(ପ୍ରବାହ ନିଯୁଜ) : ଆଜି ନିଖିଳ ଉତ୍କଳ ପ୍ରାଥମିକ ସଙ୍ଘ ଆହ୍ୱାନ ରେ ଯୋଡ଼ା ବ୍ଲକ ର ସବୁ ବର୍ଗ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସାମୁହିକ ଛୁଟି ନେଇ ବିଦ୍ୟାଳୟ ବନ୍ଦ କରି ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ. ଦୀର୍ଘ ବର୍ଷ ଧରି ସରକାର ଶିକ୍ଷକ ମାନଙ୍କ ନାର୍ଯ୍ୟ ଦାବି ଗୁଡିକ ପୂରଣ ନ କରିବା ଓ ବାରମ୍ବାର ପ୍ରତିଶୃତି ଦେଇ ଭଣ୍ଡାଇ ଦେଉ ଥିବାରୁ ସଙ୍ଘ ଆଜିଠାର ସାମୁହିକ ଛୁଟି ନେଇ ଧାରଣା ରେ ସାମିଲ ହୋଇଥିଲେ.

ତିନି ଦଫା ଦାବି କୁ ସରକାର ତୁରନ୍ତ ପୂରଣ କରା ନ ଗଲେ ଏ ଆନ୍ଦୋଳଳ ଅନିର୍ଦିଷ୍ଟ ପର୍ଯ୍ୟନ୍ତ ଚାଲୁ ରହିବା ପାଇଁ ଶିକ୍ଷକ ନେତା ଧ୍ରୁବ ଚରଣ ପାତ୍ର ପ୍ରତିମା ତ୍ରିପାଠୀ, ବସନ୍ତ ପୃଷ୍ଟି, ଧନୁର୍ଜୟ ମୁଣ୍ଡା ଗଣମାଧ୍ୟମ ଜରିଆରେ ସରକାର ଙ୍କୁ ନିବେଦନ କରିଥିଲେ. ପ୍ରକାଶ ଥାଉକି ନିଖିଳ ଉତ୍କଳ ପ୍ରାଥମିକ ସଙ୍ଘ, ଯୋଡ଼ା ର ସଭାପତି ଲଷ୍ମୀକାନ୍ତ ନାଏକ ଓ ସମ୍ପାଦକ ପୁରନ୍ଦର ଗିରି ଯୋଡ଼ା ବ୍ଲକ ର ସବୁ ବର୍ଗ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସାମୁହିକ ଛୁଟିରେ ରହି କାର୍ଯ୍ୟାଳୟ ଆଗରେ ଦାବି ପୂରଣ ନିମନ୍ତେ ଧାରଣା ଚାଲୁ ରଖିବା ପାଇଁ ଵି ଇ ଓ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ.

ତେଣୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଧାରଣା ସ୍ଥଳରେ ଉପସ୍ଥିତ ହୋଇ ପୁରୁଣା ପେନସନ ପ୍ରଚଳନ,4200ଗ୍ରେଡ଼ପେ ପ୍ରଦାନ, ଛଅ ବର୍ଷ ଠିକା କାର୍ଯ୍ୟକାଳ କୁ ମୂଳ ଚାକିରୀ ରେ ଗଣନା, ଓ କ୍ରୀଡା ଓ କଳା ଶିକ୍ଷକ ଓ ଜୁନିଅର ଟିଚର ମାନଙ୍କୁ ତୁରନ୍ତ ନିୟମିତ କରିବା ଦାବିରେ ନାରା ଦେବା ସହିତ ଶିକ୍ଷୟିତ୍ରୀ ପ୍ରତିମା ତ୍ରିପାଠୀ ଗୀତ ମାଧ୍ୟମରେ ସରକାର ଙ୍କୁ ନିବେଦନ କରିଥିଲେ. ଆଜି ଏହି ଧାରଣାରେ ତିନି ସହ ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଧାରଣା ରେ ସାମିଲ ହୋଇଥିଲେ. କେନ୍ଦୁଝର ଜିଲ୍ଲା ର ପ୍ରତ୍ୟେକ ବ୍ଲକ ରେ ଏହି ଧାରଣା ଚାଲୁ ରହିଥିବା ସହିତ ସମଗ୍ର ଓଡିଶା ର ତିନି ସହ ଚଉଦ ବ୍ଲକ ରେ ଗଣ ଧାରଣା ଚାଲୁ ରହିଥିବାରୁ ସମସ୍ତ ବିରୋଧୀ ଦଳ, ଅଭିଭାବକ ସଙ୍ଘ, ଜନସାଧାରଣ ଏହି ଆନ୍ଦୋଳନ କୁ ସମର୍ଥନ କରୁଥିବାରୁ ସରକାର ଦାବି ଗୁଡିକ ତୁରନ୍ତ ପୂରଣ କରାଯିବାକୁ ସଙ୍ଘ ଆଶାବାଦୀ ଅଛନ୍ତି ବୋଲି ସଭାପତି ଜଣାଇଥିଲେ.

ସରକାର ଙ୍କ ନାଲି ଆଖି ଓ ତାଗିଦ କୁ ଭ୍ରୁକ୍ଷେପ ନ କରି ଏ ଆନ୍ଦୋଳନ କୁ ତୀବ୍ରତାର କରାଯିବାକୁ ଶିକ୍ଷୟିତ୍ରୀ ମାନେ ଦୃଢ ଚେତାବନୀ ଦେଇଥିଲେ. ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବାରୁ ସରକାର ଏଥିପାଇଁ ଦାୟୀ ବୋଲି ସଙ୍ଘ ସରକାର ଙ୍କୁ ଚେତାବନୀ ଦେଇଥିଲା. ଆଜିର ଆନ୍ଦୋଳନ ସକାଳ 10ଟା ରୁ ଆରମ୍ଭ ହୋଇ 4ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା. ଆସନ୍ତାକାଲି ବିପୁଳ ସଂଖ୍ୟା ରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଧାରଣା ରେ ଯୋଗ ଦେବା ପାଇଁ ଶିକ୍ଷକ ନେତା ଧ୍ରୁବ ଚରଣ ପାତ୍ର, ପ୍ରତିମା ସାବତ, ବସନ୍ତ ପୃଷ୍ଟି, ଅକ୍ଷୟ ରାଉତ, ସୁରେଶ ଚନ୍ଦ୍ର ବେହେରା, ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିବେଦନ କରିଥିଲେ

Leave a Reply

Your email address will not be published. Required fields are marked *

You may have missed