ସିଓପି-୨୭ର କାର୍ଯ୍ୟକାରିତା
ଭୂପିନ୍ଦର ଯାଦବ
ଗତ ସପ୍ତାହରେ କନ୍ଫରେନ୍ସ ଅଫ୍ ପାର୍ଟିଜ (ସିଓପି-୨୭)ର ୨୭ତମ ସମ୍ମିଳନୀ ଶେଷ ହୋଇଛି । ଏହି ଅବସରରେ ସଦସ୍ୟ ଦେଶଗୁଡିକ ଅନେକ ଆହ୍ୱାନ ଓ ମତର ସମ୍ମୁଖୀନ ହୋଇଥିଲେ ମଧ୍ୟ ବିଭିନ୍ନ ପ୍ରକାରର ପ୍ରସଙ୍ଗ ଉତ୍ଥାପନ କରିଛନ୍ତି । ଏଥିରେ ଉଲ୍ଲେଖନୀୟ ଭାବରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡିକ ଉପରେ ଗବେଷଣାର ସଫଳତା ମିଳିଛି । କାର୍ଯ୍ୟକାରୀ କରାଯିବାର ଏକ ବ୍ରାଣ୍ଡ ଭାବରେ ସିଓପି-୨୭ ଜଣାଣୁଣା । ବିଭିନ୍ନ ପ୍ରକାରର ପ୍ରାକ୍ ଶିଳ୍ପ ସ୍ତରରେ ବିଶ୍ୱର ତାପମାନକୁ ୧. ୫ ଡିଗ୍ରୀ ସେଣ୍ଟିଗ୍ରେଡରୁ ଅଧିକ ହେଲେ ପ୍ୟାରିସର ରାଜିନାମା ଲକ୍ଷ୍ୟ ପୂରଣ ନିମନ୍ତେ ଆଶାବାଦୀ ଭାବରେ ନଷ୍ଟ ଏବଂ କ୍ଷତି ଭରଣା କାର୍ଯ୍ୟକୁ ଉତ୍ସାହିତ କରିବା ଆଦି ପ୍ରାଥମିକ ପ୍ରସଙ୍ଗ ଥିଲା ।
ଭାରତର ଦୃଷ୍ଟିଭଙ୍ଗୀରେ ସିଓପି -୨୭ରୁ ଉଲ୍ଲେଖନୀୟ ସଫଳତା ମିଳିଛି । ଭାରତ ଏହି ସମସ୍ୟା ଗୁଡିକରେ ଜଡିତ ଥିଲା ଏବଂ ଏ ଦିଗରେ ବ୍ୟକ୍ତିଗତ ତଥା ସାମୂହିକ ଭାବରେ ବିକାଶୋନ୍ମୁଖୀ ଦେଶଗୁଡିକ ସ୍ୱର ସମାନ ଥିଲା । ଶାର୍ମ-ଏଲ୍-ଶେଖ କାର୍ଯ୍ୟକାରିତା ଯୋଜନା ଅନୁସାରେ ୨୦୧୯ର ସବୁଜ ଗୃହ ଗ୍ୟାସ ନିର୍ଗମନକୁ ୨୦୩୦ ମସିହା ସୁଦ୍ଧା ୪୩ ଶତାଂଶ କମାଇବା ଲକ୍ଷ୍ୟ ରହିଥିଲା । ଆହୁରି ମଧ୍ୟ ଏହି ଯୋଜନାରେ ବିଶ୍ୱ ତାପମାନ ୧.୫ ଡିଗ୍ରୀ ସେଣ୍ଟିଗ୍ରେଡରୁ ଅଧିକ ହେଲେ ଦୀର୍ଘସ୍ଥାୟୀ ଭାବରେ ଏହାକୁ କମାଇବା ଲକ୍ଷ୍ୟ ରହିଥିଲା । ଏହି ଯୋଜନାରେ ଆହୁରି ମଧ୍ୟ ଉଲ୍ଲେଖ ଥିଲା ଯେ – ବର୍ତ୍ତମାନ ଉପଲବ୍ଧ ଥିବା ସର୍ବୋତ୍ତମ ବୈଜ୍ଞାନିକ କୌଶଳ ପ୍ରୟୋଗ କରି ବିଭିନ୍ନ ରାଷ୍ଟ୍ର ଦାରିଦ୍ର୍ୟ ଦୂରୀକରଣ ନିମିତ ଦାୟିତ୍ୱ ବଣ୍ଟନ ଭିତ୍ତିରେ କାର୍ଯ୍ୟ କରିବେ । ଏହି କାର୍ଯ୍ୟ ପୂର୍ଣ୍ଣ ଦକ୍ଷତାର ସହିତ ହେବ । ଭାରତ ଏହି ଲକ୍ଷ୍ୟ କାର୍ଯ୍ୟକ୍ଷମ କରିବାରେ ତତ୍ପର ଏବଂ ଦୃଢ ସମର୍ଥକ । ବିଭିନ୍ନ ରାଷ୍ଟ୍ର ଏହି ଲକ୍ଷ୍ୟ କିଭଳି ପୂରଣ କରିବେ ସେ ଦିଗରେ ଭାରତ ଉଦ୍ୟମ କରିଥାଏ । ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାରୁ ପୃଥିବୀ ଗ୍ରହକୁ ରକ୍ଷା କରିବା ନିମିତ୍ତ ଅତୀତରେ ବାୟୁ ମଣ୍ଡଳକୁ ଦୂଷିତ କରୁଥିବା ରାଷ୍ଟ୍ରଗୁଡିକ ଉପରେ ତୀକ୍ଷ୍ମ ନିଜର ରଖି ଆସିଛି । ଏଥିସହିତ ବିକାଶୋନ୍ମୁଖୀ ରାଷ୍ଟ୍ରମାନେ ସମ୍ମୁଖୀନ ହେଉଥିବା ଆର୍ଥିକ ସମସ୍ୟା ସହିତ ବୈଷୟିକ କୌଶଳର ଅଭାବ ପ୍ରତି ମଧ୍ୟ ଦୃଷ୍ଟି ରଖିଛି ।
ଏହାକୁ କାର୍ଯ୍ୟକାରୀ କରାଯିବାର ଯୋଜନା ଅନୁଯାୟୀ ରାଷ୍ଟ୍ରୀୟ ସ୍ତରରେ ଦେଶଗୁଡିକ ନେବାକୁ ଥିବା ପଦକ୍ଷେପ ଏପର୍ଯ୍ୟନ୍ତ ନେଇ ନ ଥିଲେ ଏବଂ ଏହାର ସୂଚନା ଦେଇ ନ ଥିଲେ, ତୁରନ୍ତ ଦେବା ପାଇଁ ଚେଷ୍ଟା କରିବେ । ଏଭଳି ଉଦ୍ୟମ ଆରମ୍ଭ କରିଥିବା ୨୯ଟି ଦେଶ ମଧ୍ୟରେ ଭାରତ କେବଳ ଏକ ସଦସ୍ୟ ନୁହେଁ, ବରଂ ଭାରତ ସିଓପି -୨୬ ସମ୍ମିଳନୀ ପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିବରଣୀ ଦାଖଲ କରିଛି । ଗୋଟିଏ ବର୍ଷ ମଧ୍ୟରେ ଦୀର୍ଘକାଳୀନ ଭିତ୍ତିରେ ସର୍ବନିମ୍ନ ନିର୍ଗମନ ନୀତି ନେଇ ଗ୍ଲାସଗୋ ସମ୍ମିଳନୀରେ ଗୃହୀତ ପଦକ୍ଷେପ ସମ୍ପର୍କୀତ ବିବରଣୀ ପ୍ରଦାନ କରିଥିବା ୬୦ ଶତାଂଶ ଦେଶ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଛି । ନରେନ୍ଦ୍ର ମୋଦୀଙ୍କ ସରକାର ଜଳବାୟୁ ପରିବର୍ତ୍ତନ ବିରୁଦ୍ଧରେ ସଂଗ୍ରାମରେ ଅଂଶଗ୍ରହଣ କରି ଦୃଢ ପଦକ୍ଷେପ ନେବାରେ ପ୍ରତିଶ୍ରୁତିବଦ୍ଧ ବୋଲି ଦେଖାଇଦେଇଛି ।
ସିଓପି-୨୭ ସମ୍ମିଳନୀର ଲକ୍ଷ୍ୟପୂରଣ କ୍ଷେତ୍ରରେ ଗରିବ ଏବଂ ସମ୍ବେଦନଶୀଳ ମାନଙ୍କ ଆବଶ୍ୟକତା ପୂରଣ ଦିଗରେ ସହାୟତା କରିବାକୁ ନୀତି ପ୍ରସ୍ତୁତି କରି କାର୍ଯ୍ୟକାରୀ କରାଯାଉଛି । ବିକାଶଶୀଳ ଦେଶ ଏବଂ ଏହି କ୍ଷେତ୍ରରେ ଚିହ୍ନିତ ହୋଇଥିବା ପକ୍ଷମାନଙ୍କୁ ବର୍ଦ୍ଧିତ ପରିମାଣରେ ସହାୟତା ଦେଲେ ସେମାନେ ଲକ୍ଷ୍ୟ ପୂରଣ ଦିଗରେ ଅଗ୍ରସର ହୋଇପାରିବେ ।
ଅଧିକାଂଶ ବିକାଶଶୀଳ ଦେଶ ପାଇଁ ଧାର୍ଯ୍ୟ ଲକ୍ଷ୍ୟର ରୂପାନ୍ତର ଦିଗରେ ଅଙ୍ଗାର ନିର୍ଗମନ ମୁକ୍ତ ପଦକ୍ଷେପ ଅପେକ୍ଷା ଅଙ୍ଗାର ନିର୍ଗମନ କମାଇବା ପାଇଁ ପଦକ୍ଷେପ ନେଲେ ଲକ୍ଷ୍ୟ ହାସଲ ସହଜଳ ହୋଇପାରିବ ବୋଲି ଭାରତ ମତ ଦେଇଛି । ସିଓପି ୨୭ କେବଳ ସମସ୍ୟା କମାଇବା ଦିଗରେ ଗୁରୁତ୍ୱ ଦେଇନାହିଁ , ବରଂ ସମସ୍ତ ପ୍ରକାର ଜଳବାୟୁ ସମ୍ପର୍କୀତ ସମସ୍ୟାକୁ ହ୍ରାସ କରିବା, ନୂଆ ନୀତି ଗ୍ରହଣ କରିବା, ଏ ଦିଗରେ ପାଣ୍ଠି ବିନିଯୋଗ କରିବା, ବୈଷୟିକ କୌଶଳ ହସ୍ତାନ୍ତର କରିବା, ଦକ୍ଷତା ବିକାଶ କରିବା ଆଦି ସମସ୍ତ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି ।
ଏ ସମ୍ପର୍କୀତ ଯୋଜନା ଦସ୍ତାବିଜ୍ରେ ମଧ୍ୟ ଉଲ୍ଲେଖ ରିଛି ଯେ ୨୦୨୦ ମସିହା ସୁଦ୍ଧା ବିକାଶଶୀଳ ଦେଶମାନେ ଏହି ଲକ୍ଷ୍ୟ ହାସଲ ଦିଗରେ ୧୦୦ବିଲିୟନ ଆମେରିକୀୟ ଡଲାର ମିଳିତ ଭାବେ ସ୍ୱଚ୍ଛତାର ସହ ବିନିେଯୋଗ କରିବେ । କିନ୍ତୁ ଏହା ଏ ପର୍ଯ୍ୟନ୍ତ ହୋଇପାରିନାହିଁ ।
ଭାରତ ପାଇଁ ଏହାର ଅନ୍ୟ ଏକ ଉଲ୍ଲେଖନୀୟ ଦିଗଟି ହେଲା -ଜୀବନ ଶୈଳୀରେ ଦୀର୍ଘସ୍ଥାୟୀ ପରିବର୍ତ୍ତନ, ଦୀର୍ଘସ୍ଥାୟୀ ଭିତ୍ତିରେ ଉପଭୋଗ ଓ ଉତ୍ପାଦନର ଶୈଳୀ ବଦଳାଇବା ଉଦ୍ୟମ ଆଦି ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ରୋକିବା , ଶାର୍ମ-ଏଲ ଶେଖ ଯୋଜନାର ଏହା ଅନ୍ତର୍ଗତ ପ୍ରସଙ୍ଗ । ଏହିସବୁ ପ୍ରସଙ୍ଗଗୁଡିକ ହେଉଛି ପରିବେଶ ପାଇଁ ଜୀବନଶୈଳୀ ତାହା ସଂକ୍ଷେପରେ “ଲାଇଫ ।” ଗତ ଅକ୍ଟୋବର ୨୦ତାରିଖ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତିସଂଘର ମହାସଚିବ ଆଂଟୋନିଓ ଗୁଟେରସଙ୍କ ସହିତ ମିଳିତଭାବେ “ଲାଇଫ” ପ୍ରଚଳନ ଘୋଷରା କରିଥିଲେ ।
ପ୍ୟାରିସ ରାଜିନାମା ଅଧୀନରେ ନୂତନ ମିଳିତ ଜଳବାୟୁ ପାଣ୍ଠିର ପରିସରକୁ ମିଳିତ ଭାବରେ ବୃଦ୍ଧି ପାଇଁ ସିଓପି-୨୭ରେ ବିଶେଷ ଧ୍ୟାନ ଦିଆଯାଇଥିଲା । ବିକାଶଶୀଳ ଦେଶଗୁଡିକର ପଦକ୍ଷେପରେ ପରିମାଣଗତ ବୃଦ୍ଧି, ଗୁଣବତାର ବୃଦ୍ଧି, ଅର୍ଥ ବ୍ୟବସ୍ଥାର ଉତ୍ସ ଏବଂ ଏହାକୁ ପ୍ରତିବନ୍ଧକ ବିହୀନ ଭାବେ ପାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । କାର୍ଯ୍ୟକ୍ଷମ କରିବା ଏବଂ ଏହା କାର୍ଯ୍ୟକାରୀତା କ୍ଷେତ୍ରରେ ଦରକାରୀ ହେଉଥିବା ଆବଶ୍ୟକତା ମଧ୍ୟରେ ଗୁରୁତର ପାର୍ଥକ୍ୟ ରହିଛିି ।
ଆନ୍ତଃ ସରକାର ଜଳବାୟୁ ପରିବର୍ତ୍ତନ ଷଷ୍ଠ ମୂଲ୍ୟାୟନ ରିପୋର୍ଟ କାର୍ଯ୍ୟକାରୀ ଗ୍ରୁପ-୨ ଦ୍ୱାରା ଅନୁସନ୍ଧାନରୁ ମିଳିଥିବା ତଥ୍ୟ ସବୁ ସିଓପି-୨୭ଗୁରୁତ୍ୱ ସହ ଗ୍ରହଣ କରିଛି । ଏହି ଆଧାରରେ ସମ୍ପୃକ୍ତ ପକ୍ଷମାନଙ୍କୁ ଦକ୍ଷତା ବିକାଶ, ସକାରାତ୍ମକ ଓ ପରିବର୍ତ୍ତନକୁ ଗ୍ରହଣର ମନୋବୃତ୍ଥି, ପରିସ୍ଥିତିକୁ ସମ୍ଭାଳିବାର ସାମର୍ଥ୍ୟ ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନରେ ସହାୟକ ହେଉଥିବା ସମ୍ବେଦନଶୀଳ ପ୍ରସଙ୍ଗଗୁଡିକୁ ନେଇ ପଦକ୍ଷେପ ନେବାକୁ ସମ୍ପୃକ୍ତ ପକ୍ଷମାନଙ୍କୁ ଅନୁରୋଧ କରାଯାଇଛି । ବିକାଶଶୀଳ ଦେଶଗୁଡିକୁ ମଧ୍ୟ ଏ ଦିଗରେ ରହିଥିବା ବ୍ୟବସ୍ଥାର ଆକଳନ, ଜଳବାୟୁ ପାଣ୍ଠିର ମୂଲ୍ୟାୟନ, ବୈଷୟିକ ଜ୍ଞାନର ଆଦାନ-ପ୍ରଦାନ ଏବଂ ଦକ୍ଷତା ବିକାଶ ଦିଗରେ ପଦକ୍ଷେପ ପାଇଁ ଅନୁରୋଧ କରାଯାଇଛି । ଭାରତ ଦୀର୍ଘଦିନ ଧରି ଏସବୁ ଉପରେ ଗୁରୁତ୍ୱ ଦେଇ ଆସୁଛି ଏବଂ ବିକାଶଶୀଳ ଦେଶଗୁଡିକ ସହ ଏ ଦିଗରେ ତୁରନ୍ତ ବିନିଯୋଗ ନେଇ ଯୋଗାଯୋଗରେ ରହିଛି ।
ସିଓପି-୨୭କୁ କାର୍ଯ୍ୟକାରୀ କରାଯିବା ଦିଗରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ସେଗୁଡିକ ମଧ୍ୟରେ ଶକ୍ତିକ୍ଷେତ୍ର, ସାମାଜିକ ଆର୍ଥିକ ସ୍ଥିତି, ଶ୍ରମ ଶକ୍ତି ଆଦି ବିଭିନ୍ନ ଦିଗ ରହିଛି । ନାଗରିକତା ଭିତ୍ତିରେ ବିକାଶକୁ ଗୁରୁତ୍ୱ ଦିଆଯାଇଛି ।
(ଲେଖକ କେନ୍ଦ୍ର ପରିବେଶ,ଜଙ୍ଗଲ ଏବଂ ଜଳବାୟୁ ଏବଂ ଶ୍ରମ ଓ ନିଯୁକ୍ତି କ୍ୟାବିନେଟ ମନ୍ତ୍ରୀ ।)