ସମନିତ୍ଵ ଯୁବ ବିକାଶ କାର୍ଯ୍ୟକ୍ରମ
ବଡ଼ବିଲ: ୩୦/୧୧/୨୩: ବଡ଼ବିଲ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସମନିତ୍ଵ ଯୁବ ବିକାଶ କାର୍ଯ୍ୟକ୍ରମ ଅଧୀନରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ସଫଳତାର ସହିତ ଶେଷ ହୋଇଛି।
ଏହି କାର୍ଯ୍ୟକ୍ରମରେ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନର ଛାତ୍ର ଛାତ୍ରୀ ମାନେ ସକାଳ ୭.୩୦ ମିନିଟ୍ ରେ ଏକ ଶୋଭଯାତ୍ରାରେ ବଡ଼ବିଲ ଆଇଟିଆଇ ଠାରୁ OMC ଛକ ପର୍ଯ୍ୟନ୍ତ ଯାଇ ଲୋକମାନଙ୍କୁ ପ୍ଲାଷ୍ଟିକ ବ୍ୟବହାର ବର୍ଜନ କରିବା ସହିତ ଏକ ସୁସ୍ଥ ଏବଂ ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ କରିବା ପାଇଁ ସ୍ଲୋଗାନ ମାଧ୍ୟମରେ ସଚେତନ କରାଇଥିଲେ।
OMC ଛକରୁ କାର୍ଯ୍ୟକ୍ରମ ସାରି ୦୮.୩୦ ମିନିଟ୍ ରୁ ୧୦.୦୦ ଘଟିକା ପର୍ଯ୍ୟନ୍ତ ବଡ଼ବିଲ ରେଳ ଷ୍ଟେସନ ପରିସର ଏବଂ ରେଳ ଧାରଣା ସଫେଇ କାର୍ଯ୍ୟକ୍ରମ କରି ପ୍ଲାଷ୍ଟିକ ମୁକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବଡ଼ବିଲ ରେଳ ଷ୍ଟେସନ ପରିଚାଳକ ଶ୍ରୀଯୁକ୍ତ ବି ଠାକୁର ଙ୍କ ଉପସ୍ଥିତି ରେ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଇଂ ଦେବାଶିଷ ବିଶି, ଯୁବ ଦକ୍ଷତା ପ୍ରଶିକ୍ଷଣ ଅଧିକାରୀ ଶ୍ରୀଯୁକ୍ତ ଗୌର ଚନ୍ଦ୍ର ପାତ୍ର ଟ୍ରେନିଂ ଅଫିସର ଶ୍ରୀଯୁକ୍ତ ଅଭିରାମ ରାଉଳ, ଶ୍ରୀଯୁକ୍ତ ସୁକାନ୍ତ ମହାନ୍ତ, ସେକ୍ସନ ଅଫିସର ସୁରେନ୍ଦ୍ର ନାଥ ଦେହୁରୀ, ସହ ପ୍ରଶିକ୍ଷଣ ଅଧିକାରୀ ଶିମଲା ଟିଗା, ବ୍ରଜମୋହନ ହେମ୍ବ୍ରମ, ମନୋଜ କୁମାର ପ୍ରଧାନ, ମମତା ମୟୀ ନାୟକ, ସସ୍ମିତା ସାହୁ, ମାନିନୀ ପଟ୍ଟନାୟକ ଏବଂ ରାମକୃଷ୍ଣ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଉସ୍ଥାହିତ କରିବା ସହିତ କାର୍ଯକ୍ରମ ରେ ଭାଗ ନେଇ ସୁଚାରୁ ରୂପେ ପରିଚାଳନା କରିଥିଲେ ।