କଂଗ୍ରେସ ଦଳ ଭାରତୀୟ ସଂସ୍କୃତି, ପରମ୍ପରା, ସଭ୍ୟତା ବିରୋଧୀ : ଯୁବଚେତନା

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : କଂଗ୍ରେସ ଦଳ ଭାରତୀୟସଂସ୍କୃତି, ପରମ୍ପରା ଓସଭ୍ୟତା ବିରୋଧି ବୋଲି ଯୁବଚେତନାର ରାଷ୍ଟ୍ରିୟ ସଂଯୋଜକ ରୋହିତ କୁମାର ସିଂ କହିଛନ୍ତି । ଗୁରୁବାର ଭୁବନେଶ୍ୱର ଗସ୍ତ ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ସିଂ କହିଛନ୍ତି ଯେ ୫୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଭାରତର ଶାସନ କ୍ଷମତାରେ ଥିବା କଂଗ୍ରେସ ଦଳ ଦେଶର ବିକାଶ ଯେଭଳି ଢ଼ଙ୍ଗରେ ହେବା କଥା ସେଭଳି କରିବାରେ ବିଫଳ ହୋଇଛି । ଜନତାଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରି ରାଜନୀତି କରିବା କଂଗ୍ରେସର ମୁଖ୍ୟ ନୀତି । ଧର୍ମ, ଜାତି ଆଧାରରେ ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଚାହୁଁଛନ୍ତି । କିନ୍ତୁ ଦେଶବାସୀସ ଜାଗ ଥିବାରୁ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ । ବିଶ୍ୱ ସ୍ତରରେ ଭାରତର ପ୍ରଭାବ କାରଣରୁ ସମସ୍ତ ଦେଶ ଆମ ଆଡ଼କୁ ମୁହାଁଉଛନ୍ତି । ବିଶ୍ୱରେ ଭାରତର ଭାବମୂର୍ତ୍ତୀ ସୃଷ୍ଟି କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂମିକା ପ୍ରଶଂସନୀୟ । ଦେଶର ବିକାଶ ତଥା ଆର୍ଥିକ ଅଭିବୃଦ୍ଧି ଲାଗି ସମସ୍ତଙ୍କୁ ପ୍ରଚେଷ୍ଟା କରିବାକୁ ପଡ଼ିବ । ଏଥିପାଇଁ ଯୁବ ସମାଜ ଆଗେଇ ଆସିବା ଆବଶ୍ୟକ ବୋଲି ଶ୍ରୀ ସିଂ କହିଛନ୍ତି । ସନାତନ ମୂଲ୍ୟବୋଧକୁ ବିରୋଧ କରିବା କଂଗ୍ରେସର ଲକ୍ଷ୍ୟ ରହିଛି । ଦେଶରେ ସାମାଜିକ ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଯୁବ ଚେତନା ସଂଗଠନ କାମ କରୁଛି । ଦେଶର ବିକାଶରେ ପ୍ରତ୍ୟେକ ବର୍ଗଙ୍କୁ ସାମିଲ କରିବା ବିଶେଷ କରି ସମାଜର ମୁଖ୍ୟ ସ୍ରୋତରେ ଚାଷୀ ଓ ଶ୍ରମିକଙ୍କ ସନ୍ତାନଙ୍କୁ ଯୋଡ଼ିବା ଯୁବ ଚେତନାର ମୂଳଲକ୍ଷ୍ୟ ରହିଛି ବୋଲି ଶ୍ରୀ ସିଂ କହିଛନ୍ତି ।