ସିମୁଳିଆରେ ଶକ୍ତିଶାଳୀ ହେଉଛି କଂଗ୍ରେସ

ଖଇରା : ବାଲେଶ୍ବର ଜିଲା ସିମୁଳିଆ ନିର୍ବାଚନ ମଣ୍ଡଳିର ପ୍ରାୟ ପ୍ରତ୍ୟେକ ଦିନ ବିଭିନ୍ନ ଦଳରୁ ବହୁ ସଂଖ୍ୟାର କର୍ମୀ ଦଳ ଛାଡି କଂଗ୍ରେସ ଦଳ ସହ ଯୋଡି ହେଉଛନ୍ତି ା ଏଥିଯୋଗୁଁ କଂଗ୍ରେସର ଶକ୍ତିବୃଦ୍ଧି ହେବାରେ ଲଗିଛି ା ଶନିବାର ସଂଧ୍ୟାରେ ଖଇରା ବ୍ଲକ  ସାରକୋଣା ପଞ୍ଚାୟତ କଣ୍ଡରା ଗଡିଆ ଗ୍ରାମର ଚଣ୍ଡିମାତା ଯୁବକ ସଂଘର ୩୦ରୁ ଅଧିକ ଯୁବକ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଶେଖର ବେହେରାଙ୍କ ଉପରେ ଆସ୍ଥା ପ୍ରକଟ କରି ଖଇରା କର୍ଯ୍ୟାଳୟକୁ ଆସି  କଂଗ୍ରେସ ଦଳରେ ଯୋଗ ଦାନ କରିଛନ୍ତି ା ଏହି ସମୟରେ କୁପାରୀ ଜୋନ ସଭାପତି ସଞ୍ଜୟ ଦଳେଇ,ସିମୁଳିଆ ନିର୍ବାଚନ ମଣ୍ଡଳି ଯୁବ ସଭାପତି ନିରଞ୍ଜନ ପରିଡା,ବିଶ୍ବଜିତ ରାଉଳ,ପ୍ରଫୁଲ୍ଲ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ା ଯୋଗଦାନ କରିଥିବା ଯୁବକ ମାନଙ୍କର ମତାମତ ନେବାରେ ପ୍ରତିଦ୍ବନ୍ଦିତା କରିବାକୁ ଯାଉଥିବା ଅନ୍ୟ ପ୍ରାର୍ଥିମାନଙ୍କ ମଧ୍ୟରୁ କେହି ପୁର୍ବରୁ ଭୋଟରଙ୍କ ବିଶ୍ବାସ ହରାଇ ସାରିଥିବା ବେଳେ ଆଉ କିଏ ବିଦେଶି ଭାବେ ଅନ୍ୟବ୍ଲକରୁ ଆସିଛନ୍ତି ା କେବଳ ଯୁବ ନେତା ହିମାଂଶୁ ସୁଖଦୁଃଖରେ ସେମାନଙ୍କ ପାଖରେ ଛିଡା ହେବେ ବୋଲି ତାଙ୍କର ବିଶ୍ବାସ ଥିବା କହିଛନ୍ତି ା

Leave a Reply

Your email address will not be published. Required fields are marked *