ସାଧାରଣ ନିର୍ବାଚନ ନିମନ୍ତେ କଂଗ୍ରେସ ଦଳର ଗ୍ୟାରେଣ୍ଟି କାର୍ଡ
ଖୋର୍ଦ୍ଧା ( ଜିତେନ୍ଦ୍ର ମାନସିଂହ ) : ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳ ଗୁଡିକ ମଧ୍ୟରେ ଛକା, ପଞ୍ଜା ଲାଗି ରହୁଛି l ଆଜି ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଖୋର୍ଦ୍ଧା ପ୍ରେସ କ୍ଲବ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ସମ୍ପର୍କ ରେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଆଗାମୀ ସାଧାରଣ ନିର୍ବାଚନ ରେ ରାଜ୍ୟ କଂଗ୍ରେସ ଦଳ କ୍ଷମତା କୁ ଆସିଲେ -ଗୃହଜ୍ୟୋତି ଯୋଜନା ଅନୁଯାୟୀ, ଘରୋଇ ଉପଭୋକ୍ତା ଙ୍କ ପାଇଁ 200 ୟୁନିଟ ବିଦ୍ୟୁତ ଦେୟ ଛାଡ଼, ଯୁବବିକାଶ ଯୋଜନା ଅନୁଯାୟୀ ପ୍ରତେକ ବର୍ଷ 5 ଲକ୍ଷ ଯୁବକ, ଯୁବତୀ ପାଇଁ ନିଯୁକ୍ତି ର ବ୍ୟବସ୍ଥା, ବେକାରୀ ଭତ୍ତା ମାସିକ 3000 ଟଙ୍କା ପ୍ରଦାନ, କୃଷକ ବନ୍ଧୁ ଯୋଜନା ଅନୁଯାୟୀ, ବୋନସ ସହ ଧାନର ମୁଲ୍ୟ କୁଇଣ୍ଟାଲ ପ୍ରତି 3000 ଟଙ୍କା ପ୍ରଦାନ, କୃଷି ଋଣ ଛାଡ଼, କୃଷକ ଙ୍କ ପାଇଁ ମାସିକ ପେନସନ 2000 ଟଙ୍କା, ଗୃହଲକ୍ଷ୍ମୀ ଯୋଜନା ଅନୁଯାୟୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଟୀ ଙ୍କ ବ୍ୟାଙ୍କ ଋଣ ଛାଡ଼, ମହିଳା ଙ୍କୁ ମାସିକ ଭତ୍ତା 2000 ଟଙ୍କା ପ୍ରଦାନ ଏବଂ ଆଦିବାସୀ ଓ ଦଳିତ ମହିଳା ଙ୍କୁ ମାସିକ ଭତ୍ତା 3000 ଟଙ୍କା ପ୍ରଦାନ,ମାସକୁ 500 ଟଙ୍କା ରେ ଗ୍ୟାସ ସିଲିଣ୍ଡର ପ୍ରଦାନ, ଜନକଲ୍ୟାଣ ଯୋଜନା ଅନୁଯାୟୀ -25 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ମାଧ୍ୟମ ରେ ମାଗଣା ଚିକିତ୍ସା ବ୍ୟବସ୍ଥା, ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତ୍ତା ମାସିକ 2000 ଟଙ୍କା ପ୍ରଦାନ, ଚିଟଫଣ୍ଡ ପ୍ରଭାବିତ ଜମାକାରୀ ମାନଙ୍କୁ 6 ମାସ ମଧ୍ୟରେ ସୁଧ ସହ ଜମା ରାଶି ଫେରସ୍ତ, ଶିକ୍ଷାନୁଷ୍ଠାନ ଓ ଚାକିରୀ କ୍ଷେତ୍ରରେ ପଛୁଆ ବର୍ଗ ଙ୍କ ପାଇଁ 27% ସରଂକ୍ଷଣ ବ୍ୟବସ୍ଥା, ଆଦିବାସୀ ଓ ଦଳିତ ଙ୍କର ନିଜ ଜମି ଓ ଜଙ୍ଗଲ ଜମି ଉପରେ ସମ୍ପୂର୍ଣ ଅଧିକାର,100 ଦିନ ମଧ୍ୟରେ ପେସା ଆଇନ କୁ କଡା କଡ଼ି ଭାବରେ ଲାଗୁ କରାଯିବା ପ୍ରଭୃତି ଗ୍ୟାରେଣ୍ଟି କାର୍ଡ ସମ୍ପର୍କ ରେ ସୂଚନା ଦେଇଥିଲେ l ଏହି ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜ଼ିଲ୍ଲା କଂଗ୍ରେସ କମିଟି ସଭାପତି ରସିକ ଚାନ୍ଦ ପଟ୍ଟନାୟକ, ଜ଼ିଲ୍ଲା କଂଗ୍ରେସ କମିଟି ମିଡ଼ିଆ ସେଲ ଅଧକ୍ଷ ଅମିତ ମହାନ୍ତି, ପୂର୍ବତନ ଖୋର୍ଦ୍ଧା ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ଭୂଷଣ ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ l