ବିକାଶ ଭବନ ନାମରେ ଅଭିଯୋଗ

ସମ୍ପର୍କୀୟଙ୍କୁ ନିଯୁକ୍ତି !

ଭୁବନେଶ୍ଵର: ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ( ବିକାଶ ଭବନ) ଏବେ ଅବସର ପ୍ରାପ୍ତ କର୍ମଚାରୀ ଓ ତାଙ୍କ ସଂମ୍ପର୍କୀୟ ଙ୍କ ଥଇଥାନ ର କେନ୍ଦ୍ର ପାଲଟିଛି।


ଏ ବିଷୟରେ ସରୋଜିନୀ ମହାପାତ୍ର ନାମକ ବୁଦ୍ଧିଜୀବୀ ସୂଚନା ଅଧିକାର ଆଇନରେ ବିକାଶ ଭବନର ଉପ ଜନ ସମ୍ପର୍କ ଅଧିକାରୀ ଙ୍କୁ ତଥ୍ୟ ମାଗିବାକୁ ଯାଇଥିବା ବେଳେ ଅଧିକାରୀ ଜଣଙ୍କ ବିଭିନ୍ନ ଆଳ ଦେଖାଇ ଆବେଦନ ଗ୍ରହଣ କରିନଥିଲେ।ବାଧ୍ୟ ହୋଇ ଆବେଦନକାରୀ ଶ୍ରୀମତୀ ମହାପାତ୍ର ସଚିବାଳୟ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗର ସୂଚନା ଅଧିକାର ସେଲ୍ ରେ ଆବେଦନ ଦାଖଲ କରି ଫେରିଥିଲେ।ଏ ସମ୍ପର୍କରେ ବିକାଶ ଭବନ ର ପରିଚାଳନା ନିର୍ଦ୍ଦେଶକ ଙ୍କୁ ଟୁଇଟ କରାଯାଇଛି ତା’ସହ ବିନା ବିଜ୍ଞପ୍ତି ରେ କିପରି ଅବସରପ୍ରାପ୍ତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ଚାକିରୀ ଦିଆଗଲା ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟକୁ ମଧ୍ୟ ଇମେଲ ଯୋଗେ ନିଜ ଅଭିଯୋଗ ପତ୍ର ଶ୍ରୀମତୀ ମହାପାତ୍ର ପଠାଇଛନ୍ତି।

Leave a Reply

Your email address will not be published. Required fields are marked *