ସମ୍ବଲପୁର ଜିଲ୍ଲାପାଳଙ୍କ ଦ୍ୱାରା ତକବା ଗ୍ରାମରେ ଟିପିଡବ୍ଲୁଓଡିଏଲର ‘ଉଲା ମଡେଲ-ରୁପଟପ୍ ସୋଲାର ପ୍ୟାନେଲ୍’ ଉଦଘାଟିତ

0
Image - 1 (1)

ବୁର୍ଲା/ସମ୍ୱଲପୁର, ୦୫ଡିସେମ୍ୱର ୨୦୨୫:ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀଟିପିଡବ୍ଲୁଓଡିଏଲ୍ ପକ୍ଷରୁ ‘ଉଲା ମଡେଲ୍-ୟୁଟିଲିଟି ଲେଡ୍ ଏଗ୍ରିଗେସନ୍ ମଡେଲ୍’ ଅଧିନରେ ସମ୍ବଲପୁର ଜିଲ୍ଲାର ମାନେଶ୍ୱର ବ୍ଲକ ଅନ୍ତର୍ଗତ ତକବା ଗ୍ରାମରେ ଏକ କିଲୋୱାଟ୍ ରୁପଟପ୍ ସୋଲାର ପ୍ୟାନେଲ୍ ସ୍ଥାପନ କରାଯାଇଅଛି ।

ଶ୍ରୀମତୀ ସରୋଜିନୀ ଆଚାର୍ଯ୍ୟଙ୍କ ଛାତ ଉପରେସ୍ଥାପନ ହୋଇଥିବା ଏହି ଏକ କିଲୋୱାଟ୍ ରୁପଟପ୍ ସୋଲାର ପ୍ୟାନେଲକୁ ସମ୍ବଲପୁରର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ଆଜି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ସମ୍ୱଲପୁର ଏସପି ଶ୍ରୀ ମୁକେଶ କୁମାର ଭାମୁ, ସମ୍ବଲପୁରର ମ୍ୟୁନିସିପାଲ କମିଶନରଶ୍ରୀ ରିହାନ ଖେତ୍ରୀ, ସିଡିଓ-କମ-ଇଓ ଶ୍ରୀ ପ୍ରସନ୍ନ କୁମାର ପାତ୍ରଏବଂ କମ୍ପାନୀର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଉପସ୍ଥିତରହିଥିଲେ । ଏହି ସୌର ପ୍ୟାନେଲମାତ୍ର ୮ହଜାର ୭୪୭ ମୂଲ୍ୟରେ ସ୍ଥାପନ କରାଯାଇଅଛି।

ଏହି ଅବସରରେ ସମ୍ବଲପୁରର ଜିଲ୍ଲାପାଳ ଶ୍ରୀ ବୋନ୍ଦାର କହିଛନ୍ତି, “ସମ୍ବଲପୁର ଜିଲ୍ଲାରେ ସବୁଜ ଶକ୍ତି ଉପଲବ୍ଧତା ହାସଲ କରିବା ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ। ଏହି ପଦକ୍ଷେପ ମାଧ୍ୟମରେ ସମସ୍ତ ବିଦ୍ୟୁତ୍ ଉପଭୋକ୍ତାସେମାନଙ୍କର ମାସିକ ବିଦ୍ୟୁତ୍ ବିଲ୍ ହ୍ରାସ କରିପାରିବେ । ଜିଲ୍ଲାରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ପ୍ରାୟ 3,000 ରୁ ଅଧିକ ସୌର ପ୍ୟାନେଲ ସ୍ଥାପନ କରାଯାଇ ସାରଲାଣି । ଆଗକୁ ସମ୍ବଲପୁର ଜିଲ୍ଲା ପ୍ରତ୍ୟେକ ଘରେ ଅଧିକରୁ ଅଧିକ ସୌର ପ୍ୟାନେଲ ସ୍ଥାପନ କରାଯିବା ମୁଁ ଆଶା ପ୍ରକାଶ କରୁଅଛି ।” ତେବେ ଏହି ଯୁଗାନ୍ତକାରୀ ପ୍ରକଳ୍ପର ପରିକଳ୍ପାନା ଏବଂ ଏହାକୁ ସଠିକ୍ ରୂପେ କାର୍ଯ୍ଯକାରୀ କରାଇଥିବାରୁ ଜିଲ୍ଲାପାଳ ଶ୍ରୀ ବୋନ୍ଦାର ଟିପିଡବ୍ଲୁଓଡିଏଲକୁ ଭୂରୀ ପ୍ରଶଂସା କରିଥିଲେ । 

ପ୍ରକଶାଥାଉ କି, କେବଳ ଏକ କିଲୋୱାଟ୍ ବିଦ୍ୟୁତ୍ ସଂଯୋଗ ଚୁକ୍ତି କରିଥିବା ପଶ୍ଚିମ ଓଡ଼ିଶାର ଜଣେ ବିଦ୍ୟୁତ୍ ଗ୍ରାହକ ଏହି ‘ଉଲା ମେଡଲ’ ଯୋଜନା ଅଧିନରେ ମାତ୍ର ୫୦୦୦ ଟଙ୍କା ଏବଂ ସୋଲାର ମିଟର୍ ବାବଦକୁ ୩ ହାଜର ୭୪୭ ଟଙ୍କା ସର୍ବମୋଟ୍ ୮ହଜାର ୭୪୭ଟଙ୍କା ବିନିମୟରେ ନିଜ ଘର ଛାତ ଉପରେ ସୋଲାର ପ୍ୟାନେଲ ସ୍ଥାପନ କରିପାରିବେ ।

ଗ୍ରାହକମାନେ ଏହି ଯୋଜନା ଅଧିନରେ ସୋଲର ପ୍ୟାନେଲ ସ୍ଥାପନ କରିବା ପାଇଁ ବିଦ୍ୟୁତ୍ ବିତରକ କମ୍ପାନୀକୁ ଏକ ସ୍ୱାକ୍ଷରିତ ସମ୍ମତିପତ୍ର ପ୍ରଦାନ କରିବେ, ଯାହା ଫଳରେ ବିଦ୍ୟୁତ୍ ବିତରକ କମ୍ପାନୀ ସମ୍ପୂର୍ଣ୍ଣ ଯନ୍ତ୍ରପାତି ପ୍ରଥମେ ଗ୍ରାହକଙ୍କ ଛାତ ଉପରେ ସ୍ଥାପନ କରି ଭାରତର ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ୫୫ ହଜାର ଟଙ୍କା(ଭାରତ ସରକାରଙ୍କ ରିହାତି ୩୦ ହାଜର ଏବଂ ରାଜ୍ୟ ସରକାରଙ୍କ ରିହାତି ୨୫ ହଜାର) ଗ୍ରାହକଙ୍କ ତରଫରୁ ପ୍ରାପ୍ତ କରିବେ । ଏହି ସୋଲର ସିଷ୍ଟମ୍ ଲଗାଇ ଗ୍ରାହକ ହାରହାରି ମାସକୁ ୧୦୦ ୟୁନିଟ୍ ବିଜୁଳି ଉତ୍ପାଦନ କରିବା ସହ ବର୍ଷରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲରୁ ବଞ୍ଚାଇ ପାରିବେ । ଏହି ଯୋଜନା ଦେଶରେ ପ୍ରଚଳିତ ପିଏମ୍ ସୂର୍ଯ୍ୟଘର ମୁପ୍ତ ବିଜୁଳି ଯୋଜନାର ଏକ ଅଂଶ । ଏହା କେବଳ ଏକ କିଲୋୱାଟ୍ ଚୁକ୍ତି କରିଥିବା ବିଦ୍ୟୁତ୍ ଘରୋଇ ଗ୍ରାହକଙ୍କ ପାଇଁ ଏକ କିଲୋୱାଟ୍ ସୋଲାର ସିଷ୍ଟମ ପାଇଁ ପ୍ରଯୁଜ୍ୟ ଅଟେ ।

Leave a Reply

Your email address will not be published. Required fields are marked *