ଏନଟିପିସି ଜିଇଏମ୍ ବାଳିକାଙ୍କ ଦ୍ୱାରା ସ୍ୱଚ୍ଛତା ରାଲି

ଭୁବନେଶ୍ୱର : ଦୈନିକ ଜୀବନରେ ସ୍ୱଚ୍ଛତାର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରିବାକୁ ଯାଇ ଏନଟିପିସି ଦର୍ଲିପାଲି ଏସଟିପିଏସ ଦ୍ୱାରା ଏକ ରାଲି ଆୟୋଜିତ ହୋଇଯାଇଛି । ଯେଉଁଥିରେ ବାଳିକା ସଶକ୍ତିକରଣମିଶନର ବାଳିକାମନେ ଏବଂ ଅନ୍ୟ ଅଧିକାରୀମାନେ ଭାଗ ନେଇଥିଲେ । ରାଲି ଦର୍ଲିପାଲି ଗ୍ରାମ ବସ୍‌ଷ୍ଟାଣ୍ଡରୁ ଆରମ୍ଭ ହୋଇ ଏନଟିପିସି ନିକଟରେ ସମାପ୍ତ ହୋଇଥିଲା । ବାଳିକାଙ୍କ ଦ୍ୱାରା ଉତ୍ସାହର ସହ ନାରାବାଜି କରାଯାଇଥିଲା, ତା’ଛଡା ସ୍ୱଚ୍ଛତାର ଗୀତରେ ସାରା ଗାଁରେ ସ୍ୱଚ୍ଛତାର ଲହର ଆଣି ଦେଇଥିଲା । ଶତାଧିକ ବାଳିକା ନିଜ ନିଜ ହାତରେ ବ୍ୟାନର ଆଦି ଧରି କେବଳ ନିଜ ଜୀବନରେ ନୁହେଁ ଅନ୍ୟମାନଙ୍କୁ ମଧ୍ୟ ଏଥିପାଇଁ ପ୍ରେରିତ କରିବା ଲାଗି ପ୍ରାୟ ଏକ କିଲୋମିଟର ରାଲିରେ ପାର କରିଥିଲେ । ଦର୍ଲିପାଲି ଏନଟିପିଏସରେ ଗତ ୧୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ୨୦୨୪ ପାଳନ କରାଯାଉଛି । ଯେଉଁଥିରେ ପ୍ରଭାତ ଫେରି, ପ୍ରତିଜ୍ଞା, ସ୍ୱଚ୍ଛତା ଅଭିଯାନ, ସେମିନାର ପ୍ରତିଯୋଗିତା ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏକ ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ବାଳିକା ସଶକ୍ତିକରଣ ମିଶନ ୨୦୨୪ର ଗ୍ରୀଷ୍ମକାଳୀନ କର୍ମଶାଳା ଦର୍ଲିପାଲି ଏସଟିପିଏସରେ ଚାଲୁ ଅଛି, ଯେଉଁଥିରେ ଆଖପାଖ ଗାଁ ସ୍କୁଲରୁ ବଞ୍ଚିତ ପ୍ର୍ରତିଭାଶାଳୀ ବାଳିକାମାନଙ୍କୁ ଶିକ୍ଷା ଏବଂ ବିଭିନ୍ନ ଶିକ୍ଷଣୀୟ ବିଷୟ ଉପରେ ପ୍ରଶିକ୍ଷଣ ଦିଆଯାଉଛି ।

Leave a Reply

Your email address will not be published. Required fields are marked *