ଗାନ୍ଧୀ ଜୟନ୍ତୀରେ ଭାରତୀୟ ଷ୍ଟେଟ ବ୍ଯାଙ୍କ ଦ୍ଵାରା ସ୍ବଚ୍ଛତା ଅଭିଯାନ

ଭାରତ ସରକାରଙ୍କ ସ୍ବଚ୍ଛତା ହିଁ ସେବା ଅଭିଯାନ କ୍ରମେ ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳ ଦ୍ଵାରା ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ପ୍ରଧାନ କାର୍ଯ୍ଯାଳୟ ପରିସରରେ ଏକ ସଫାଇ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦର ଶେଖର ଶର୍ମା , ମହାପ୍ରବନ୍ଧକ ଶ୍ରୀ ପି ମୁରୂଗନ ଓ ଶ୍ରୀ ଉତ୍ତମ କୁମାର ହାଜରା ଚୌଧୁରୀ , ମଣ୍ଡଳ ବିକାଶ ଅଧିକାରୀ ଶ୍ରୀ ମନୋଜ କୁମାର ସିଂ ଙ୍କ ସମେତ 100 ରୁ ଊର୍ଦ୍ଧ୍ଵ  ଅଧିକାରୀ ଓ କର୍ମଚାରୀ ଅତି ଉତ୍ସାହର ସହ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଶର୍ମା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ଓ ସମସ୍ତେ ନିଜ କର୍ମକ୍ଷେତ୍ର ଓ ଜୀବନରେ ଗାନ୍ଧୀଙ୍କ ଆଦର୍ଶ ତଥା ବାହ୍ୟ ଓ ଅନ୍ତଃ ସ୍ବଚ୍ଛତା ମୂଲ୍ୟବୋଧକୁ ବଜାୟ ରଖିବାପାଇଁ ଆହ୍ଵାନ ଦେଇଥିଲେ ।

ଅପରାହ୍ନରେ ପୁରୀ ଦିଗବାରିଣି ନିକଟସ୍ଥ ବେଳାଭୂମିଠାରେ ସ୍ବଚ୍ଛତା ବାବଦରେ ଏକ ସଚେତନତା କାର୍ଯ୍ୟକ୍ରମ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଶର୍ମାଙ୍କ ନେତୃତ୍ବରେ ଆୟୋଜିତ ହୋଇଥିଲା । ଏଥିରେ ବହୁ ଉଚ୍ଚପଦସ୍ଥ ବ୍ଯାଙ୍କ ଅଧିକାରୀଙ୍କ ଗହଣରେ ପ୍ରାୟ 60ରୁ ଊର୍ଦ୍ଧ୍ଵ ବ୍ଯାଙ୍କ କର୍ମଚାରୀ ବେଳାଭୂମିର ଅନ୍ତତଃ ଅଧକିଲୋମିଟର ପରିଧିରେ ସଫେଇ ଓ ସଚେତନତା ରାଲି ଆୟୋଜନ କରିଥିଲେ ।  ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଶର୍ମା ସଫାଇକୁ ଏକ ଔପଚାରିତା ନ କରି ଦୈନନ୍ଦିନ ଜୀବନଚର୍ଯ୍ୟାର ଅଂଶ କରିବା ପାଇଁ ସମସ୍ତ କର୍ମଚାରୀଙ୍କୁ  ଆହ୍ଵାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *