ଗାନ୍ଧୀ ଜୟନ୍ତୀରେ ଭାରତୀୟ ଷ୍ଟେଟ ବ୍ଯାଙ୍କ ଦ୍ଵାରା ସ୍ବଚ୍ଛତା ଅଭିଯାନ

0
GANDHI-JAYANTI-PHOTO.jpg

ଭାରତ ସରକାରଙ୍କ ସ୍ବଚ୍ଛତା ହିଁ ସେବା ଅଭିଯାନ କ୍ରମେ ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳ ଦ୍ଵାରା ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ପ୍ରଧାନ କାର୍ଯ୍ଯାଳୟ ପରିସରରେ ଏକ ସଫାଇ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦର ଶେଖର ଶର୍ମା , ମହାପ୍ରବନ୍ଧକ ଶ୍ରୀ ପି ମୁରୂଗନ ଓ ଶ୍ରୀ ଉତ୍ତମ କୁମାର ହାଜରା ଚୌଧୁରୀ , ମଣ୍ଡଳ ବିକାଶ ଅଧିକାରୀ ଶ୍ରୀ ମନୋଜ କୁମାର ସିଂ ଙ୍କ ସମେତ 100 ରୁ ଊର୍ଦ୍ଧ୍ଵ  ଅଧିକାରୀ ଓ କର୍ମଚାରୀ ଅତି ଉତ୍ସାହର ସହ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଶର୍ମା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ଓ ସମସ୍ତେ ନିଜ କର୍ମକ୍ଷେତ୍ର ଓ ଜୀବନରେ ଗାନ୍ଧୀଙ୍କ ଆଦର୍ଶ ତଥା ବାହ୍ୟ ଓ ଅନ୍ତଃ ସ୍ବଚ୍ଛତା ମୂଲ୍ୟବୋଧକୁ ବଜାୟ ରଖିବାପାଇଁ ଆହ୍ଵାନ ଦେଇଥିଲେ ।

ଅପରାହ୍ନରେ ପୁରୀ ଦିଗବାରିଣି ନିକଟସ୍ଥ ବେଳାଭୂମିଠାରେ ସ୍ବଚ୍ଛତା ବାବଦରେ ଏକ ସଚେତନତା କାର୍ଯ୍ୟକ୍ରମ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଶର୍ମାଙ୍କ ନେତୃତ୍ବରେ ଆୟୋଜିତ ହୋଇଥିଲା । ଏଥିରେ ବହୁ ଉଚ୍ଚପଦସ୍ଥ ବ୍ଯାଙ୍କ ଅଧିକାରୀଙ୍କ ଗହଣରେ ପ୍ରାୟ 60ରୁ ଊର୍ଦ୍ଧ୍ଵ ବ୍ଯାଙ୍କ କର୍ମଚାରୀ ବେଳାଭୂମିର ଅନ୍ତତଃ ଅଧକିଲୋମିଟର ପରିଧିରେ ସଫେଇ ଓ ସଚେତନତା ରାଲି ଆୟୋଜନ କରିଥିଲେ ।  ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଶର୍ମା ସଫାଇକୁ ଏକ ଔପଚାରିତା ନ କରି ଦୈନନ୍ଦିନ ଜୀବନଚର୍ଯ୍ୟାର ଅଂଶ କରିବା ପାଇଁ ସମସ୍ତ କର୍ମଚାରୀଙ୍କୁ  ଆହ୍ଵାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *

You may have missed