ଭାରତୀୟ ଷ୍ଟେଟ ବ୍ଯାଙ୍କ ଦ୍ଵାରା ଶିଶୁ ଦିବସ ଓ ବିଶ୍ଵ ମଧୁମେହ ଦିବସ ପାଳିତ

ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳ  ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟ  ଦ୍ଵାରା ଜାତୀୟ ଶିଶୁ ଦିବସ ଓ ବିଶ୍ଵ ମଧୁମେହ ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।ଏହି ଉପଲକ୍ଷେ ପୂର୍ବାହ୍ନରେ ସ୍ଥାନୀୟ ପ୍ରଧାନ କାର୍ଯ୍ଯାଳୟ ପରିସରରେ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋ ଏବଂ କିଡନୀ କେୟାର ହସ୍ପିଟାଲ୍ ଭୁବନେଶ୍ୱର ସହିତ ମିଳିତ ଭାବରେ ଏକ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ଆୟୋଜନ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମରେ ପ୍ରାୟ 100 ଜଣ କର୍ମଚାରୀ ଏବଂ ଅଧିକାରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ | ଏହି ଶିବିରକୁ ଉଦଘାଟନ କରିବା ସମୟରେ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦର ଶେଖର ଶର୍ମା ମଧୁମେହକୁ ଏଡାଇବା ତଥା ଚାପମୁକ୍ତ ରହିବା ପାଇଁ ଶାରୀରିକ ବ୍ୟାୟାମ ଏବଂ ସନ୍ତୁଳିତ ଖାଦ୍ୟ ସହିତ ସମସ୍ତ ସମ୍ଭାବ୍ୟ ସତର୍କତା ଅବଲମ୍ବନ କରିବାକୁ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ।

କର୍ପୋରେଟ୍ ସାମାଜିକ ଦାୟିତ୍ଵବୋଧକ ପଦକ୍ଷେପ କ୍ରମେ , ଷ୍ଟେଟ ବ୍ଯାଙ୍କ ଭୁବନେଶ୍ୱର ମହର୍ଷି  ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନଙ୍କ ପାଇଁ ଆସବାବପତ୍ର, ଖେଳ ଉପକରଣ, ପଙ୍ଖା ଏବଂ କମ୍ପ୍ୟୁଟର ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦାନ କରିଛି । ମହର୍ଷି ବିଦ୍ୟା ମନ୍ଦିର ସ୍କୁଲ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳର ଉପ ମହାପ୍ରବନ୍ଧକ ଓ ମଣ୍ଡଳ ବିକାଶ ଅଧିକାରୀ  ଶ୍ରୀ ମନୋଜ କୁମାର ସିଂ ଭବିଷ୍ୟତ ପିଢି ନାଗରିକ ମାନଙ୍କୁ ଦୈନନ୍ଦିନ ଜୀବନରେ ସ୍ୱଚ୍ଛତାର ମହତ୍ତ୍ଵ ବିଷୟରେ କହିଥିଲେ ଏବଂ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ପୁନଃ ବ୍ୟବହାର ଯୋଗ୍ୟ ସାନିଟାରୀ ପ୍ୟାଡ୍ ଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହାୟକ ମହାପ୍ରବନ୍ଧକ (ବିପଣନ ଏବଂ ସମ୍ପ୍ରେଷଣ ) ଶ୍ରୀ ଅମରେଶ ଦାସଙ୍କ ସହିତ ଷ୍ଟେଟ ବ୍ଯାଙ୍କ ଏବଂ ମହର୍ଷି ବିଦ୍ୟା ମନ୍ଦିର ଭୁବନେଶ୍ୱରର ଅନ୍ୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *