ବେଦାନ୍ତ ଆଲୁମିନିୟମ ସିଇଓ ଜନ୍ ସ୍ଲାଭେନ୍ ଆନ୍ତର୍ଜାତୀୟ ଆଲୁମିନିୟମ୍ ପ୍ରତିଷ୍ଠାନର ଉପାଧ୍ୟକ୍ଷ ଭାବରେ ନିଯୁକ୍ତ

ଭୁବନେଶ୍ୱର : ଭାରତର ସର୍ବ ବୃହତ ଆଲୁମିନିୟମର ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଆଜି ଏହାର ସିଇଓ ଶ୍ରୀ ଜନ୍ ସ୍ଲାଭେନଙ୍କୁ ଆନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ) ର ଉପାଧ୍ୟକ୍ଷ ଭାବରେ ନିଯୁକ୍ତି ଘୋଷଣା କରିଛି । ଏହି କ୍ଷମତାରେ, ଶ୍ରୀ ସ୍ଲାଭେନ୍ ଆଲୁମିନିୟମ୍ ଶିଳ୍ପର ସ୍ଥାୟୀ ରୂପାନ୍ତରଣକୁ ବୃଦ୍ଧି କରିବା ତଥା ଜିରୋ କାର୍ବନ୍ ଆଧୁନିକ ଦୁନିଆରେ ଶକ୍ତି ପରିବର୍ତନକୁ ସକ୍ଷମ କରିବାରେ ଆଲୁମିନିୟମର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱସ୍ତରୀୟ ପଦକ୍ଷେପଗୁଡିକର ନେତୃତ୍ୱ ନେବେ ।

୧୯୭୨ ରେ ପ୍ରତିଷ୍ଠିତ, ଆନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ) ହେଉଛି ଏକମାତ୍ର ସଂଗଠନ ଯାହାକି ବିଶ୍ୱବ୍ୟାପୀ ପ୍ରାଥମିକ ଆଲୁମିନିୟମ ଶିଳ୍ପକୁ ପ୍ରତିନିଧିତ୍ୱ କରେ । ଶିଳ୍ପଗୁଡିକର କାର୍ଯ୍ୟକଳାପ ବିଷୟରେ ସଚେତନତା ସୃଷ୍ଟି କରିବା, ଦାୟିତ୍ୱପୂର୍ଣ୍ଣ ଉତ୍ପାଦନ ପାଇଁ ସହଯୋଗ କରିବା ଏବଂ ସବୁଜ ପ୍ରଯୁକ୍ତିବିଦ୍ୟା ନିର୍ମାଣରେ ଆଲୁମିନିୟମ୍ ବ୍ୟବହାର କରିବାର ମହତ୍ୱପୂର୍ଣ ଲାଭ ଉପରେ ଏହା ଗୁରୁତ୍ୱ ଦିଆଯାଇଛି । ବର୍ତମାନର ବିଶ୍ୱର ଅଗ୍ରଣୀ ବକ୍ସାଇଟ୍‌, ଆଲୁମିନା ଏବଂ ଆଲୁମିନିୟମ୍ କମ୍ପାନୀଗୁଡିକ ହେଉଛନ୍ତି ଆଇଏଆଇ ସଦସ୍ୟତା । ଉତ୍ପାଦନ, ବ୍ୟବହାର, ଶକ୍ତି ବ୍ୟବହାର ଏବଂ ପରିବେଶ ପ୍ରଭାବ ଉପରେ ୪୦ ବର୍ଷରୁ ଅଧିକ ବିଶ୍ଳେଷଣ ସହିତ ଏହା ଆଲୁମିନିୟମ ଶିଳ୍ପ ଉପରେ ସର୍ବଭାରତୀୟ ବିଶ୍ୱସ୍ତରୀୟ ତଥ୍ୟକୁ ଧାରଣ କରେ ।

ନିଜ ନିଯୁକ୍ତି ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜନ୍ ସ୍ଲାଭେନ୍‌, ସିଇଓ ବେଦାନ୍ତ ଆଲୁମିନିୟମ୍ କହିଛନ୍ତି ଯେ ମୁଁ ଆନ୍ତର୍ଜାତୀୟ ଆଲୁମିନିୟମ୍ ପ୍ରତିଷ୍ଠାନର ଉପାଧ୍ୟକ୍ଷ ଦାୟିତ୍ ଗ୍ରହଣ କରି ଆନନ୍ଦିତ ଅଟେ । ଏକ ନେଟ୍ ଜିରୋ ଭବିଷ୍ୟତରେ ବିଶ୍ୱ ପରିବର୍ତନରେ ଆଲୁମିନିୟମ୍ ନିଜକୁ ଜରୁରୀ ପ୍ରମାଣିତ କରିସାରିଛି । ମୁଁ ବିଶ୍ୱାସ କରେ ଆଲୁମିନିୟମ୍‌ର ଅସୀମ ସମ୍ଭାବନା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସବୁଜ ଗ୍ରହ ନିର୍ମାଣରେ ଏହାର ପ୍ରୟୋଗକୁ ସୃଦୁଢ କରିବା ପାଇଁ ସାମୂହିକ ଶିଳ୍ପର ବିଶ୍ୱସ୍ତରୀୟ ନେତା ଭାବରେ ଆମ ଉପରେ ପ୍ରବାହ ପଡିଛି । ଏହି ପରିପ୍ରେକ୍ଷୀରେ ଆଇଏଆଇ ପ୍ରୟାସ ଜାରି ରଖିଛି ଏବଂ ଭବିଷ୍ୟତର ନିର୍ଦ୍ଦିଷ୍ଟ ଧାତୁ ଭାବରେ ଆଲୁମିନିୟମକୁ ସୁଦୃଢ କରିବା ପାଇଁ ମୁଁ ମୋର ସାଥୀ ବୋର୍ଡ ସଦସ୍ୟ ଏବଂ ସହକର୍ମୀମାନଙ୍କ ସହିତ କାର୍ଯ୍ୟ କରିବାକୁ ଉତ୍ସାହିତ ଅଟେ ।

ଧାତୁ, ଖଣି ଏବଂ ଆଧୁନିକ ଉତ୍ପାଦନ ଶିଳ୍ପରେ ତିନି ଦଶନ୍ଧିରୁ ଅଧିକ ସମୃଦ୍ଧ ଅଭିଜ୍ଞତା ସହିତ ଶ୍ରୀ ସ୍ଲାଭେନ୍ ଜଣେ ପ୍ରତିଷ୍ଠିତ ବିଶ୍ୱସ୍ତରୀୟ ନେତା ଅଟନ୍ତି । ଏହି କ୍ଷେତ୍ରଗୁଡିକ ମଧ୍ୟରେ ଶୀର୍ଷ କମ୍ପାନୀଗୁଡିକରେ ବିଭିନ୍ନ ପଦବୀ ମାଧ୍ୟମରେ, ସେ ପରିବର୍ତନଶୀଳ ଉପାୟରେ ସାମଗ୍ରିକ ଡୋମେନ୍ ଗଠନ କରିବାରେ ସାହାଯ୍ୟ କରିଛନ୍ତି । ବର୍ତମାନ, ଶ୍ରୀ ସ୍ଲେଭେନ୍ ସିଇଓ ଭାବରେ ବେଦାନ୍ତ ଆଲୁମିନିୟମର ଅଭିବୃଦ୍ଧି ରଣନୀତିର ସମସ୍ତ ଦିଗକୁ ଆଗେଇ ନେଉଛନ୍ତି, ଏଥିସହ ଇଏସଜି ପ୍ରୟାସକୁ ପ୍ରାଥମିକତା ଦେଇଛନ୍ତି ଏବଂ ସ୍ଥାୟୀ ଅଭ୍ୟାସଗୁଡ଼ିକର ଏକୀକରଣକୁ ସମର୍ଥନ କରୁଛନ୍ତି । ତାଙ୍କ ନେତୃତ୍ୱରେ ଏସଏଣ୍ଡପି ଗ୍ଲୋବାଲ୍ କର୍ପୋରେଟ୍ ସଷ୍ଟେନେବିଲିଟି ଆସେସମେଂଟ ୨୦୨୩ ଅନୁଯାୟୀ ବେଦାନ୍ତ ଆଲୁମିନିୟମ୍ ଦୁନିଆର ସବୁଠାରୁ ସ୍ଥାୟୀ ଆଲୁମିନିୟମ୍ କମ୍ପାନୀ ଭାବରେ ଉଭା ହୋଇଛି ।

ବେଦାନ୍ତ ଆଲୁମିନିୟମ ବେଦାନ୍ତ ଲମିଟେଡର ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର‌୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Leave a Reply

Your email address will not be published. Required fields are marked *