ସାହିତ୍ୟ

ମାର୍ଜିତ ଜୀବନଶୈଳୀ ଅନ୍ତ୍ର ସମସ୍ୟାକୁ ରୋକିପାରିବ: କିମ୍‌ସ ବିଶେଷଜ୍ଞ

ଭୁବନେଶ୍ୱର: ତଳିପେଟରେ ଯନ୍ତ୍ରଣା, ପେଟ ଫୁଲିବା, ବାରମ୍ବାର ଝାଡ଼ାରେ ପରିବର୍ତ୍ତନ ହେଉଥିଲେ ସାଧାରଣତଃ ଏହା ଅନ୍ତ୍ର ସମସ୍ୟା (ଇରିଟେବଲ୍‌ ବାଉଲ୍‌ ସିଣ୍ଡ୍ରୋମ୍‌ ବା ଇବିସି) ବୋଲି ଡାକ୍ତରମାନେ କହିଥାନ୍ତି। ଏହି ସମସ୍ୟା କ୍ରମାଗତ ଲାଗି ରହିଲେ ଏହା ଏକ ପୁରାତନ ରୋଗରେ ପରିଣତ ହୋଇଥାଏ। ଡାକ୍ତରଙ୍କ ପରାମର୍ଶ କ୍ରମେ ପରିମାର୍ଜିତ ଜୀବନଶୈଳୀ ଆପଣାଇଲେ ଏହି ସମସ୍ୟା ଦୂର ହୋଇପାରିବ ବୋଲି କିମ୍‌ସ-ଭୁବନେଶ୍ୱରର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ହେପାଟୋଲୋଜି ବିଶେଷଜ୍ଞ ଡା. ପ୍ରିତମ୍‌ ନାଥ ପ୍ରକାଶ କରିଛନ୍ତି। ଲାଳଯୁକ୍ତ ମଳ, ଝାଡ଼ା ପରେ ପେଟରେ ଆଉ କିଛି ମଳ ରହିବା ଭଳି ଅନୁଭବ ହେବା ଆଦି ଏହି ରୋଗର ଲକ୍ଷଣ। ଅନ୍ତ୍ରରେ ଅତ୍ୟଧିକ ସମ୍ବେଦନଶୀଳତା, ମାନସିକ ବିସାଦ ଓ ଅନ୍ତ୍ରରେ ଜୀବାଣୁ ଆଦି ଜଟିଳ ଓ ବହୁକ୍ରିୟାତ୍ମକ ବିକାର ରହିଲେ ଏହି ରୋଗ ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି। ଏହା ଏକ ସାଧାରଣ ସମସ୍ୟା ହୋଇଥିଲେ ମଧ୍ୟ ୧୦ରୁ ୧୫ ପ୍ରତିଶତ ପ୍ରାପ୍ତବୟସ୍କଙ୍କଠାରେ ଏଭଳି ଲକ୍ଷଣ ଦେଖାଦେଇଥାଏ। ପ୍ରାଥମିକସ୍ତରରେ ଡାକ୍ତରମାନେ ଏହାର ଉପଚାର କରିପାରିଥାନ୍ତି। ଏହାର ପ୍ରକୋପ ଅଧିକ ହେଲେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟଙ୍କ ପରାମର୍ଶ ନେବାକୁ ପଡ଼ିଥାଏ। କିମ୍‌ସ-ଭୁବନେଶ୍ୱରରେ ଥିବା ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ହେପାଟୋଲୋଜି ବିଭାଗ ଏବେ ଏହାର ଅତ୍ୟାଧୁନିକ ଚିକିତ୍ସା ପ୍ରଦାନ କରିବାରେ ସଫଳ ହେଇଛି। ଏହି ରୋଗ ସାଧାରଣ ତିନି ଲକ୍ଷଣଯୁକ୍ତ ହୋଇଥାଏ। ପ୍ରଥମତଃ କୋଷ୍ଠକାଠିନ୍ୟ-ଯୁକ୍ତ, ଦ୍ୱିତୀୟରେ ତରଳଝାଡ଼ା-ଯୁକ୍ତ ଓ ତୃତୀୟରେ ଉଭୟ କୋଷ୍ଠକାଠିନ୍ୟ ଓ ତରଳଝାଡ଼ାର ମିଶ୍ରିତ ରହିଥିବା ଲକ୍ଷଣ। ଜଣେ ରୋଗୀଙ୍କଠାରେ ମଧ୍ୟ ଏହି ତିନୋଟିଯାକ ଲକ୍ଷଣ ଦେଖା ଦେଇପାରେ। ସୁସ୍ଥ ଜୀବନଶୈଳୀ ଆପଣାଇ ପାରିଲେ ଏହି ରୋଗରୁ ମୁକ୍ତି ମିଳିବାର ଯଥେଷ୍ଟ ସମ୍ଭାବନା ଥାଏ। ଯେଉଁ ଖାଦ୍ୟ ଦ୍ୱାରା ଏହି ସମସ୍ୟା ସୃଷ୍ଟି ହୋଇଥାଏ, ସେହିସବୁ ଖାଦ୍ୟଠାରୁ ଦୂରେଇ ରହିବା ଓ ନିୟମିତ ବ୍ୟାୟାମ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ଡା. ନାଥ ପରାମର୍ଶ ଦେଇଛନ୍ତି। ଖାଦ୍ୟରେ ଘରୋଇ ଖାଦ୍ୟ ଖାଇବା, ଅତ୍ୟଧିକ ତେଲ ଓ ମସଲାଯୁକ୍ତ ଖାଦ୍ୟ ତଥା ପ୍ରକ୍ରିୟାକରଣ ଖାଦ୍ୟଠାରୁ ଦୂରେଇ ରହିବା ସହ ସମୟକୁ ସମୟ ଖାଦ୍ୟ ଗ୍ରହଣ କରିବା ଉଚିତ। ଖାଦ୍ୟ ଖାଇବା ସମୟରେ ଧୀରେଧୀରେ ଖାଇବା, ଉପଯୁକ୍ତ ପରିମାଣରେ ପାଣି ପିଇବା, ନିୟମିତ ଶାରୀରିକ ବ୍ୟାୟାମ ତଥା ପ୍ରାଣାୟାମ, ମାନସିକ ଶାନ୍ତି ପାଇଁ ଧ୍ୟାନ ଆଦି କଲେ ଏହି ସମସ୍ୟାର ନିୟନ୍ତଣ ହୋଇଥାଏ। ଚା ପିଇବାରେ ନିୟନ୍ତ୍ରଣ ଆଣିବା (ଦିନକୁ ତିନିଥରରୁ ଅଧିକ ନୁହେଁ), ମଦ୍ୟ, ଗ୍ୟାସ୍‌ଯୁକ୍ତ ଥଣ୍ଡା ପାନୀୟ ଓ ତମାଖୁ ଆଦି ନିହାତି ବର୍ଜନ କରିବା ଜରୁରି। ସେଓ, ଆପ୍ରିକଟ, ବ୍ଲାକ୍‌ବେରୀ, ଡବାରେ ଥିବା ଫଳ, ଖଜୁରୀ ଓ ଡ୍ରାଏଫ୍ରୁଟ୍‌ ଆଦି ନ ଖାଇ କଦଳୀ, ମସ୍କମେଲନ, ଅଙ୍ଗୁର, କ୍ୱିୱି, ଲେମ୍ବୁ, କମଳା ଓ ସପୁରୀ ଆଦି ଖିଆଯାଇପାରିବ। ସେହିପରି ପନିପରିବା ମଧ୍ୟରେ ଗାଜର, ବନ୍ଧାକୋବି, ମକା, କାକୁଡ଼ି ଓ ବିନ୍‌ ଆଦି ଖାଇ ପାରିବେ। ଯେଉଁମାନଙ୍କ ଶରୀରରେ ଲାକ୍ଟୋଜଯୁକ୍ତ ଖାଦ୍ୟ ହଜମ ହୁଏ ନାହିଁ ସେମାନେ ଲାକ୍ଟୋଜ-ଫି୍ର (ଶର୍କରାମୁକ୍ତ) କ୍ଷୀର ଓ ଦୁଗ୍‌ଧଜାତ ଉତ୍ପାଦ ମଧ୍ୟ ଖାଦ୍ୟ ଭାବେ ଗ୍ରହଣ କରିପାରିବେ ବୋଲି ଡା ନାଥ କହିଛନ୍ତି।

ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଯକ୍ଷ୍ମା ରୋଗ ଦୂର କରିବା ପାଇଁ ସଚେତନତା ଅଭିଯାନ

ଝାରସୁଗୁଡା ଏବଂ ଲାଞ୍ଜିଗଡ଼ରେ ଥିବା ୟୁନିଟ୍ ଗୁଡିକୁ ନି-କ୍ଷୟ ମିତ୍ର ଅଂଶୀଦାରର ମାନ୍ୟତା ଝାରସୁଗୁଡା, ଓଡିଶା; ୧୭ ଏପ୍ରିଲ, ୨୦୨୩: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ...

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ ନିରାପଦ ମାତୃତ୍ୱ ଦିବସ ଅବସରରେ ଝାରସୁଗୁଡା ଠାରେ ମାତୃସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ବର୍ଦ୍ଧିତ ମାତୃସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଦ୍ୱାରା ଆର୍ôଥକବର୍ଷ୨୩ରେ ୩୦,୦୦୦ ମହିଳା ଉପକୃତ ହୋଇଥିଲେ ଭୁବନେଶ୍ୱର, ୧୬ ଏପ୍ରିଲ, ୨୦୨୩: ଜାତୀୟ ନିରାପଦ ମାତୃତ୍ୱ ଦିବସ ଅବସରରେ ଭାରତର ସର୍ବବୃହତ...

ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ, ରାଉରକେଲାର ନିର୍ଦ୍ଦେଶକଙ୍କ ନେତୃତ୍ଵରେ ପ୍ରତିନିଧି ଦଳର ସୁନ୍ଦରଗଡ଼, ବରଗଡ଼ ଓ ଝାରସୁଗୁଡ଼ା ଗସ୍ତ

ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ଵର ରାଓଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଆଜି କୁତ୍ର ଓ ଝାରସୁଗୁଡ଼ା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ତଥା...

ବେଦାନ୍ତ ଆଲୁମିନିୟମର ସ୍ୱାସ୍ଥ୍ୟ ଯତ୍ନ ପଦକ୍ଷେପ ଦ୍ୱାରା ଓଡ଼ିଶା ଓ ଛତିଶଗଡ଼ର ୨.୫ଲକ୍ଷ ଲୋକ ଉପକୃତ ହେଉଛନ୍ତି

ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ କଂପାନି ଏହାର ପରିଚାଳନାରେ ବିଶାଳ ସ୍ୱାସ୍ଥ୍ୟ ଶିବିର ଓ ସଚେତନତା ଅଧିିବେଶନ ଆୟୋଜିତ କରିଛି ଭୁବନେଶ୍ୱର, ୮ ଏପ୍ରିଲ ୨୦୨୩: ବେଦାନ୍ତ ଆଲୁମିନିୟମ,...

ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ବିଆଇଆଇଟିଏମ ପକ୍ଷରୁ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ

ଭୁବନେଶ୍ୱର, ୪ ଏପ୍ରିଲ, ୨୦୨୩ ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ଦେଶର ବିଭିନ୍ନ ସ୍ଥାନରେ ବୈଠକମାନଙ୍କ ଆୟୋଜନ କରାଯାଉଛି । ଚଳିତ ମାସ ୨୭ରୁ ୨୯ ତାରିଖ...

ପ୍ରାକ୍‍-ମଧୁମେହକୁ ରୋକାଯାଇପାରିବ: କିମ୍‌ସ ବିଶେଷଜ୍ଞ

ଭୁବନେଶ୍ୱର,୪୪: ପରିବର୍ତ୍ତିତ ଜୀବନଶୈଳୀ ଏବଂ ଶାରୀରିକ ପରିଶ୍ରମ ନ କରିବା କାରଣରୁ ଲୋକମାନେ ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ଏଥିରେ ପରିବର୍ତ୍ତନ ଅଣାଯାଇପାରିଲେ ଲୋକମାନେ...

ମେଧାବୀ ମହିଳାମାନଙ୍କଠାରୁ କିଛି ଶିକ୍ଷା: ରେଶମ୍‌ ଫାତମା

କୌଣସି ଦେଶର ପରିସ୍ତିତି ସେଠାକାର ମହିଳାମାନଙ୍କ ସ୍ଥିତିକୁ ଦେଖି ଜଣେ କହିପାରିବ ଜୱାରହାରଲାଲ ନେହେରୁ: ଜ୍ଞାନ ଓ ସଚେତନତା ବୃଦ୍ଧି ଦ୍ୱାରା ମହିଳାମାନଙ୍କର ପ୍ରଗତି ସମ୍ଭବ ହୋଇପାରିଛି...

ଯକ୍ଷ୍ମା ଓ ମେରୁଦଣ୍ଡ ଯକ୍ଷ୍ମା ରୋଗର ନିରାକରଣ ସମ୍ଭବ: କିମ୍‌ସ ବିଶେଷଜ୍ଞ

ମାର୍ଚ୍ଚ ୨୪: ‘ବିଶ୍ୱ ଯକ୍ଷ୍ମା ଦିବସ’ ଭୁବନେଶ୍ୱର,୨୩ା୩: ଜନସାଧାରଣଙ୍କ ମଧ୍ୟରେ ଯକ୍ଷ୍ମାରୋଗ ପ୍ରତି ସଚେତନତା ସୃଷ୍ଟି ସହ ଏହାର  ନିରାକରଣ ‘ବିଶ୍ୱ ଯକ୍ଷ୍ମା ଦିବସ’ ପାଳନର ମୁଖ୍ୟ...

ନିଦ୍ରା ଜନିତ ରୋଗ ପାଇଁ କିମ୍‍ସରେ ସ୍ଲିପ୍‍ ଲ୍ୟାବ୍‍

ଭୁବନେଶ୍ୱର, ୨୧ ।୩: ପରିବର୍ତ୍ତିତ ଜୀବନଶୈଳୀ, କାମଚାପ, ଅଧିକ ସମୟ ମୋବାଇଲ ଫୋନ, କମ୍ପ୍ୟୁଟର ଆଦି ବ୍ୟବହାର କରିବା ଦ୍ୱାରା ରାତିରେ ଠିକ୍ ଭାବେ ନିଦ ଆସି...

କିମ୍‍ସ କ୍ୟାନ୍‍ସର୍‍ ସେଣ୍ଟରରେ ଆରମ୍ଭ ହେଲା ରେଡିଏସନ୍‍ ଅଙ୍କୋଲୋଜି କ୍ଲିନିକାଲ୍‍ ସେବା

ଭୁବନେଶ୍ୱର, ୧୬ । ୩: କର୍କଟ ରୋଗୀଙ୍କ ପାଇଁ ଖୁସି ଖବର । ମାର୍ଚ୍ଚ ୧୪ ତାରିଖଠାରୁ ଆରମ୍ଭ ହୋଇଛି କିମ୍‍ସ କ୍ୟାନ୍‍ସର୍‍ ସେଣ୍ଟରର ରେଡିଏସନ୍‍ ଅଙ୍କୋଲୋଜି...

କିମ୍‌ସରେ ବିଶ୍ୱ କିଡ଼ନୀ ଦିବସ ପାଳିତ

ଭୁବନେଶ୍ୱର, 9/3.: କିଡନୀ (ବୃକ୍‍କ) ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କିଡନୀ ସ୍ୱାସ୍ଥ୍ୟକୁ ଅଣଦେଖା କରିବା ଦ୍ୱାରା ରୋଗ ବୃଦ୍ଧି ପାଇଥାଏ। ସାଂପ୍ରତିକି ପରିସ୍ଥିତିରେ ବଢୁଥିବା କିଡ଼ନୀ...

ଓଡ଼ିଶା ସରକାରଙ୍କ ୧୦୮ ଆମ୍ବୁଲାନ୍ସ ମାରିଲା ଫେଲ ରୋଗୀ ହେଲେ ହନ୍ତସନ୍ତ

ବାଣପୁର: ୧୧/୩(ପ୍ରବାହ ନିଉଜ୍) ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବାଣପୁର କୁମାରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଏକଡାଳିଆ...

ଜାତୀୟ ବିଜ୍ଞାନ ଦିବସ: ବେଦାନ୍ତ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ‘ଆଲୁମିନିୟମ ବିଜ୍ଞାନ’ ଅନୁଭବ କରିବାକୁ ଆମନ୍ତ୍ରଣ

ଭୁବନେଶ୍ୱର,୨ୟ ମାର୍ଚ୍ଚ ୨୦୨୩: ଜାତୀୟ ବିଜ୍ଞାନ ଦିବସ ଅବସରରେ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଝାରସୁଗୁଡାର ମହିଳା ଡିଗ୍ରୀ କଲେଜର ଛାତ୍ରୀମାନଙ୍କୁ ଏହାର କ୍ୟାମ୍ପସ୍...

ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ଠାରେ ଯୁବ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ‘ସକ୍ଷମ’ ର ଶୁଭାରମ୍ଭ କରିଛି

ଭୁବନେଶ୍ୱର ୨୭, ଫେବୃଆରି ୨୦୨୩ : ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ କମ୍ପାନୀ ଝାରସୁଗୁଡ଼ା ଠାରୀ ଯୁବକମାନଙ୍କ ପାଇଁ ଏକ ବ୍ୟାପକ ଦକ୍ଷତା ବିକାଶ...