ଭାରତୀୟ ମୁସଲମାନ ମାନଙ୍କ ମଧ୍ୟରେ ଜାତିଗତ ଭେଦଭାବ ଏବଂ ପସମନ୍ଦ ଆନ୍ଦୋଳନର ପ୍ରାସଙ୍ଗିକତା

ଭାରତରେ ବର୍ତ୍ତମାନ ପ୍ରସମନ୍ଦା ଆନ୍ଦୋଳନ ଅବହେଳିତ ମୁସଲିମ୍ ସମୁଦାୟଙ୍କ ଅଧୀକାର ଏବଂ ପରିଚୟ ପାଇଁ ମହତ୍ୱପୂର୍ଣ ଶକ୍ତି ଭାବେ ଆର୍ବିଭାବ ହେଉଛି । ଯଦିଓ ଇସଲାମ ଧର୍ମ ସମାନତାର ଶିକ୍ଷା ଦେଇଥାଏ କିନ୍ତୁ ପ୍ରକୃତରେ ପସମନ୍ଦ ମୁସଲିମ୍ ମାନେ କେତକାଂଶରେ ଜାତିଭିତ୍ତିକ ଭେଦଭାବର ସମ୍ମୁଖୀନ ହେଉଛନ୍ତି । ଏହି ଆଲେଖଟି ବଢୁଥିବା ଜାତିଗତ ଭେଦଭାବ ଓ କିଛି ଦିନିପୂର୍ବର ଘଟଣାର ପରିପ୍ରେକ୍ଷୀରେ ପସମନ୍ଦା ଆନ୍ଦୋଳନର ପ୍ରାସଙ୍ଗିକତା ଉପରେ ଆଲୋକପାତ କରୁଛି ।
ପସମନ୍ଦ ଶବ୍ଦଟି ପାରସୀ ଶବ୍ଦରୁ ଆସିଛି, ଯାହାର ଅର୍ଥ ହେଲା “ଯେଉଁମାନେ ପଛରେ ରହିଯାଇଛନ୍ତି” । ସାମୁହିକ ଭାବରେ ଏହା ମୁସଲିମ ସମ୍ପ୍ରଦାୟରେ ଭେଦଭାବର ସମ୍ମୁଖୀନ ହେଉଥିବା ଦଳିତ, ପଛୁଆ, ଆଦିବାସୀ ମୁସଲିମ୍ ସମୁଦାୟଙ୍କୁ ବୁଝାଏ । ଐତିହାସିକ ଦୃଷ୍ଟିକୋଣରୁ ମୁସଲମାନ ସମୁଦାୟକୁ ତିନି ଭାଗରେ ବଗିକରଣ କରାଯାଇଛି । ସେଗୁଡିକ ହେଲେ ଅଶରଫ୍ (ସମ୍ଭ୍ରାନ୍ତ ଏବଂ ଉଚ୍ଚସ୍ତରୀୟ ମୁସଲିମ), ଅଜଲଫ୍ (ପଛୁଆ ମୁସଲିମ୍‌) ଏବଂ ଅରଜଲ୍ (ଦଳିତ ମୁସଲିମ୍‌) । ପସମନ୍ଦ ଆନ୍ଦୋଳନର ଉଦ୍ଦେଶ୍ୟ ହେଲା ସମାଜର ନିମ୍ନ ସ୍ତରରେ ରହିଯାଇଥିବା ଅଜଲଫ୍ ଏବଂ ଅରଜଲ୍ ମୁସଲିମ୍ ସମୁଦାୟଙ୍କ ଉତ୍ଥାନ ।
ଭାରତୀୟ ମୁସଲମାନ ମାନଙ୍କ ମଧ୍ୟରେ ଜାତି ଭିତ୍ତିକ ଭେଦଭାବ କେବଳ ଅତୀତରେ ନଥିଲା ବରଂ ଏହା ବର୍ତ୍ତମାନର ଏକ ଗରୁତ୍ୱପୂର୍ଣ ପ୍ରସଙ୍ଗ ଯାହାକି ସାମାଜିକ ବହିଷ୍କାର ଏବଂ ହିଂସାତ୍ମକ ଅପରାଧ ଭଳି ଅନେକ ରୂପରେ ପ୍ରତିଫଳିତ ହୋଇଥାଏ । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଗତ କିଛିଦିନ ତଳେ ଉତ୍ତର ପ୍ରଦେଶରର ମିରଟ ଠାରେ ଘଟିଥିବା ଏକ ହତ୍ୟା ଘଟଣା ଯେଉଁଠି ଉଭୟ ପକ୍ଷ ମୁସଲମାନ ସମୁଦାୟର ଥିଲେ । ଉକ୍ତ ଘଟଣାରେ ଜଣେ ୨୧ ବର୍ଷୀୟ ମୁସଲିମ ମହିଳାକୁ ନିଜ ମାମୁଁ- ମାଇଁ ଦ୍ୱାରା ହତ୍ୟା କରାଯାଇଥିଲା , ଏବଂ ପରେ ମହିଳାର ମୃତ ଦେହକୁ ଜାଳି ଦିଆଯାଇଥିଲା । କେବଳ ଏଥିପାଇଁ ଯେ ଉକ୍ତ ମୁସଲିମ ମହିଳାଟି ଅନ୍ୟ ଜାତିର ପୁରୁଷ ସହ ପ୍ରେମ ମର୍ମକରେ ଥିଲା । ଏହି ଭୟାନକ ଘଟଣା ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଥିବା ଜାତିଗତ ଭେଦଭାବର ସାଂଘାତିକ ପରିଣାମକୁ ଉଜାଗର କରିଥାଏ । ଭେଦଭାବର ଅନ୍ୟାନ୍ୟ ଉଦାହରଣ ମଧ୍ୟରେ ମସଜିଦ୍ ମଧ୍ୟରେ ପୃଥକତା, କେତେକ ଧାର୍ମିକ ପ୍ରଥା ପାଇଁ ପ୍ରତିବନ୍ଧକ ଏବଂ ଉଚ୍ଚ ଜାତିର ମୁସଲମାନ ମାନଙ୍କ ଦ୍ୱାରା ଅପମାନଜନକ ବ୍ୟବହାର ମଧ୍ୟ ଅର୍ନ୍ତଭୁକ୍ତ । ଏହି ପକ୍ଷପାତିତା ପସମନ୍ଦା ଆନ୍ଦୋଳନର ଆବଶ୍ୟକତାକୁ ଦର୍ଶାଏ । ପସମନ୍ଦ ମୁସଲିମ୍ ମାନେ ମୁଖ୍ୟତଃ ସାମାନ୍ୟ ଏବଂ ସବୁ ବେତନ ଥିବା ଚାକିରୀରେ ନିୟୋଜିତ ହୋଇ ସମାଜର ନିମ୍ନ ଅର୍ଥନୈତିକ ସ୍ତରରେ ରହି ଥାଆନ୍ତି । ସେମାନେ ଗୁଣାତ୍ମକ ଶିକ୍ଷା, ସାସ୍ଥ୍ୟସେବା ଏବଂ ରୋଜଗାର ପାଇବାରେ ଅନେକ ବାଧାର ସମ୍ମୁଖୀନ ହୋଇଥାଆନ୍ତି । ରାଜନୈତିକ ଅବହେଳା ମଧ୍ୟ ପସମନ୍ଦା ମୁସଲିମ ମାନଙ୍କ ପାଇଁ ଅନ୍ୟ ଏକ ସମସ୍ୟା ଅଟେ । ଐତିହାସିକ ଦୃଷ୍ଟିକୋଣରୁ ରାଜନୈତିକ ପ୍ରତିନୀଧିତ୍ୱ ଅଶରଫ୍ ମୁସଲିମ୍ ମାନଙ୍କୁ ସୁହାଇଛି, ଯାହାଫଳରେ ନୀତିନିର୍ଣୟରେ ପସମନ୍ଦ ମୁସଲିମ ସମୁଦାୟଙ୍କ ପ୍ରଭାବ ଅତ୍ୟନ୍ତ କମ୍ ଅଟେ । ପସମନ୍ଦା ଆନ୍ଦୋଳନର ଉଦ୍ଦେଶ୍ୟ ହେଲା ଏହି ବୈଷମତାକୁ ଦୂରକରି, ଅଧୀକ ରାଜନୈତିକ ପ୍ରତିନିଧୀତ୍ୱ ତଥା ସରକାରୀ ଚାକିରୀ ଓ ଶିକ୍ଷାନୁଷ୍ଠାନ ଗୁଡିକରେ ଆରକ୍ଷଣକୁ ସୁନିଶ୍ଚିତ କରିବା ।
ସମସାମୟିକ ଭାରତରେ ପସମନ୍ଦ ଆନ୍ଦୋଳନ ଏକ ଗୁରୁତ୍ୱପୁର୍ଣ ମୋଡରେ ଛିଡା ହୋଇଛି, ଯାହା ଲକ୍ଷ ଲକ୍ଷ ଅବହେଳିତ ମୁସଲମାନ ମାନଙ୍କ ପାଇଁ ସମ୍ମାନ, ସମାନତା ଏବଂ ନ୍ୟାୟ ପାଇଁ ସଂଗ୍ରାମର ପ୍ରତୀକ ଅଟେ । ଜାତିଭିତ୍ତିକ ଭେଦଭାବ ବଢୁଥିବା ଯୋଗୁଁ ଏହି ଆନ୍ଦୋଳନର ପ୍ରାସଙ୍ଗିକତା ଏବଂ ଆବଶ୍ୟକତା ରହିଛି । ପସମନ୍ଦା ମୁସଲମାନ ମାନେ ସମ୍ମୁଖୀନ ହେଉଥିବା ଅନ୍ୟାୟକୁ ହୃଦୟଙ୍ଗମ କରି ନିତି ନିର୍ମାତା, ମୁସଲିମ ସମୁଦାୟର ନେତୃବୃନ୍ଦ, ତଥା କାର୍ଯ୍ୟକତ୍ତାଙ୍କ ସମେତ ବ୍ୟାପକ ଭାରତୀୟ ସମାଜ ଏହାର ସମାଧାନ କରିବା ଏକାନ୍ତ ଆବଶ୍ୟକ । କେବଳ ସାମୁହିକ ପ୍ରୟାସ ଏବଂ ସାମାଜିକ ସଂସ୍କାର ଦ୍ୱାରା ଆମେ ଜାତିଗତ ପୂର୍ବାଗ୍ରହକୁ ବିଲୋପ କରି ସମସ୍ତଙ୍କ ପାଇଁ ଏକ ସମାବେଶୀ ନ୍ୟାୟୋଚିତ ଭବିଷ୍ୟତ ଗଠନ କରିବାରେ ସଫଳ ହୋଇ ପାରିବା ।

ଇନସା ୱାରସୀ
ଜର୍ନାଲିଜମ୍ ଓ ଫ୍ରାଙ୍କୋଫୋନ୍ ଅଧ୍ୟୟନ ବିଭାଗ,
ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ

Leave a Reply

Your email address will not be published. Required fields are marked *